ଏହି କୁନି ଅଭିନେତ୍ରୀମାନେ ହୋଇଗଲେଣି ବଡ଼ : ଗ୍ଲାମର ଏବଂ ହଟନେସରେ ମତୁଆଲା କରୁଛନ୍ତି ଦର୍ଶକଙ୍କୁ

Published By : Prameya-News7 Bureau | April 30, 2019 IST

ମୁମ୍ବାଇ ୩୦/୪: ଶିଶୁ ଅଭିନେତ୍ରୀ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ଡେବ୍ୟୁ କରିଛନ୍ତି। ଟେଲିଭିଜନ ଦୁନିଆରେ ଯେଉଁ ଶିଶୁ କଳାକାରମାନେ ଧମାଲ କରୁଥିଲେ ସେମାନେ ଆଜି ଇଣ୍ଡଷ୍ଟ୍ରିରେ ଭିନ୍ନ ରୂପରେ ଦେଖାଯାଉଛନ୍ତି। ଟିଭି ସିରିୟଲରେ ଯେଉଁ ଟିକି ଅଭିନେତ୍ରୀମାନେ ସମସ୍ତଙ୍କ ହୃଦୟ ଜିଣିଥଲେ ଏବେ ସେମାନେ ଆପଣଙ୍କ ମନୋରଞ୍ଜନ ବଡ଼ କଳାକାର ଭାବେ କରିବେ। ଏମାନେ ଏତେ ବଡ଼ ନହୋଇଥିଲେ ବି ଯୁବାବସ୍ଥାରେ ପ୍ରବେଶ କରିଛନ୍ତି। ଯେଉଁ ଶିଶୁ ଅଭିନେତ୍ରୀଙ୍କ ବିଷୟରେ ଆମେ କହୁଛୁ ସେମାନଙ୍କ ସୈାନ୍ଦର୍ଯ୍ୟ ଥିବା ସହ ଟ୍ୟାଲେଣ୍ଟ ମଧ୍ୟ ରହିଛି।

{"id":109180,"width":595,"height":362}

୧.ଏହସାସ ଚନ୍ନା: ‘କସମ ସେ’ ଏବଂ ‘ ଦେବୋ କେ ଦେବ ମହାଦେବ’ରେ ଅଭିନୟ କରି ସମସ୍ତଙ୍କ ମନ ଜିଣିଥିବା ଅଭିନେତ୍ରୀ ଏହସାସ ଚନ୍ନା ଟିଭି ବ୍ୟତୀତ ବଲିଉଡରେ ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ। ସେ ପିଲାଦିନେ ପ୍ରାୟତଃ ଫିଲ୍ମରେ ପୁଅ ଭୂମିକାରେ ଅଭିନୟ କରିଛନ୍ତି। ସେ ବଲିଉଡରେ ‘ବାସ୍ତୁ ଶାସ୍ତ୍ର’,‘ମାଇ ଫ୍ରେଣ୍ଡ ଗଣେଶ’ ଏବଂ ‘କଭି ଅଲବିଦା ନା କେହେନା’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ଏବେ ଏହସାସ ୧୯ବର୍ଷର ହୋଇଗଲେଣି। ସେ ଆଜିକାଲି ୟୁଟ୍ୟୁବ ଏବଂ ଓ୍ବେବ ସିରିଜରେ ଅଧିକ ଧମାଲ କରୁଛନ୍ତି।

{"id":109181,"width":594,"height":331}

୨.ଶ୍ରୀୟା ଶର୍ମା : ଲୋକପ୍ରିୟ ଟିଭି ଧାରାବାହିକ ‘କସୈାଟି ଜିନ୍ଦଗୀ କି’ରେ ଛୋଟ ସ୍ନେହା ଭୂମିକାରେ ଅଭିନୟ କରିଥିବା ଶ୍ରୀୟ ଶର୍ମା ମଧ୍ୟ ଖୁବ୍ ଟ୍ୟାଲେଣ୍ଟେଡ୍। ସେ ଫିଲ୍ମ ‘ଲାଗା ଚୁନରୀ ମେ ଦାଗ’,‘ଥୋଡ଼ା ପ୍ୟାର ଥୋଡ଼ା ମ୍ୟାଜିକ୍’,‘ଚିଲ୍ଲର ପାର୍ଟି’ ଭଳି ଫିଲ୍ମରେ କାମ କରିଛନ୍ତି। ଏବେ ଶ୍ରୀୟା ୨୧ବର୍ଷର ହୋଇଗଲେଣି। ​ସେ ତେଲୁଗୁ-ତାମିଲ ଫିଲ୍ମରେ ସକ୍ରିୟ ଅଛନ୍ତି।

{"id":109182,"width":596,"height":596}

୩.ଅବନୀତ କୈାର : ଡ୍ୟାନସ ରିୟଲିଟି ଶୋ ଡ୍ୟାନସ ଇଣ୍ଡିଆ ଡ୍ୟାନସର ପ୍ରତିଯୋଗୀ ଅବନୀତ କୈାର ଆଜି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ହୋଇଗଲେଣି। ଅବନୀତ ‘ମରଦାନୀ’ ଫିଲ୍ମରେ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ସହ କାମ କରିଥିଲେ। ୧୭ବର୍ଷର ଅବନୀତ ଏବେ ହଟ୍ ଦେଖାଗଲେଣି ଏବଂ ଏବେ ସେ ସବ୍ ଟିଭିର ‘ଆଲ୍ଲାଦିନ’ ଧାରାବାହିକରେ ଜାସମିନ ଭୂମିକାରେ ଅଭିନୟ କରୁଛନ୍ତି।

{"id":109183,"width":595,"height":333}

୪.ଟୁନିଷା ଶର୍ମା: ଟୁନିଷା ଶର୍ମାଙ୍କୁ ଦେଖି ଆପଣ ତାଙ୍କ ବୟସ ବିଷୟରେ ଅନୁମାନ କରି ପାରିବେ ନାହିଁ। ସେ ମାତ୍ର ୧୬ ବର୍ଷର। ଟୁନିଷା କାଟ୍ରିନାଙ୍କ ଦୁଇଟି ଫିଲ୍ମରେ ତାଙ୍କ ପିଲାଦିନର ଭୂମିକାରେ ଅଭିନୟ କରିଛନ୍ତି। ଟୁନିଷା ବୀର ପୁତ୍ର ମହାରାଣା ପ୍ରତାପ ଏବଂ ସମ୍ରାଟ ଅଶୋକ ଆଦି ଧାରାବାହିକରେ ଅଭିନୟ କରିଛନ୍ତି ଏବଂ କଲର୍ସ ଚ୍ୟାନେଲରେ ଇଣ୍ଟରନେଟ୍ ଓ୍ବାଲା ଲଭରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେ ‘ଫିତୁର’ ଏବଂ ‘ବାର ବାର ଦେଖୋ’ ଫିଳ୍ମରେ ଅଭିନୟ କରିଛନ୍ତି।

{"id":109184,"width":596,"height":335}

୫.ଅଶନୁର କୈାର: ଟିଭିର ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତ କ୍ୟା କେହଲାତା ହେ’ ଏବଂ ‘ନା ବୋଲେ ତୁମ ନା ମେନେ କୁଛ କାହା’ ଭଳି ଧାରାବାହିକରେ ଅଭିନୟ କରି ସମସ୍ତଙ୍କ ମନ ଜିଣିଥିବା ଅଶନୁର କୈାର ଏବେ ବଡ଼ ହୋଇଯାଇଛନ୍ତି। ସେ ‘ସଞ୍ଜୁ’ ଏବଂ ‘ମନମର୍ଜିୟାଁ’ ଫିଲ୍ମରେ ଅଭିନୟ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.