Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଆପଣଙ୍କ ନାକ କହିବ କେତେ ସୁସ୍ଥ ଆପଣ : ଜାଣନ୍ତୁ କେଉଁ ରୋଗରେ ନାକରେ ଦେଖାଯାଏ କେଉଁ ଲକ୍ଷଣ

18/05/2020 at 8:42 PM

ଲୋକଙ୍କୁ ଲାଗିଥାଏ ଯେ ଶୁଙ୍ଘିବା ଏବଂ ନିଃଶ୍ବାସ ନେବା ବ୍ୟତୀତ ନାକର ଆଉ କୌଣସି କାମ ନାହିଁ,ଯାହା ଭୁଲ୍। ନାକ ଆପଣଙ୍କ ହେଲଥ ଇଣ୍ଡିକେଟର ମଧ୍ୟ ହୋଇପାରେ। ନାକର ମାଂସପେଶୀ ଏବଂ ଟିସୁ ବହୁତ ସମ୍ବେଦନଶୀଳ ହୋଇଥାଏ,ଯାହା ସ୍ବାସ୍ଥ୍ୟ ବିଷୟରେ ଅନେକ କିଛି କହିଥାଏ। ଆସନ୍ତୁ ଜାଣିବା ନାକରେ ହେଉଥିବା ୫ଟି ପରିବର୍ତ୍ତନ ବିଷୟରେ ଯାହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ।

୧.ନାକରୁ ରକ୍ତ ବାହାରିବା : ନାକରୁ ହଠାତ୍ ରକ୍ତ ବାହାରିବା ଡ୍ରାଇ ସାଇନସର ସଙ୍କେତ ହୋଇପାରେ। ଖରା ଦିନରେ ସାଧାରଣତଃ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ଏହା ସହ ଗରମ ଏବଂ ଅତ୍ୟଧିକ ଖଟା ଜିନିଷ ଖାଇବା ଦ୍ବାରା ନାକର ଶିରା ଫାଟି ଯାଇଥାଏ। ଯାହା ଫଳରେ ନାକରୁ ରକ୍ତ ବାହାରିଥାଏ। ଏହା ବ୍ୟତୀତ ନାକରୁ ରକ୍ତ ବାହାରିବା ଉଚ୍ଚ ରକ୍ତଚାପ,ହେମୋଫିଲିଆ,ଆଲର୍ଜିର ସଙ୍କେତ ହୋଇପାରେ। ଯଦି ୩୦ମିନିଟ୍ ଯାଏଁ ରକ୍ତ ବାହାରିବା ବନ୍ଦ ନ ହୁଏ ତେବେ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ।

୨. ନାକ ଲାଲ ହେବା : ବିନା କୌଣସି କାରଣରେ ନାକ ଲାଲ ହେବା ଅତ୍ୟଧିକ ଥଣ୍ଡା,ଜ୍ବର ଏବଂ ଆଲର୍ଜି ବ୍ୟତୀତ ରାଇନୋଫାୟମା,ରୋଜେସିୟା ଆଦି ରୋଗର ମଧ୍ୟ ସଙ୍କେତ ହୋଇପାରେ। ଏପରି ପରିସ୍ଥିତିରେ ଆପଣଙ୍କୁ ଡାକ୍ତରଙ୍କ ସହ ସମ୍ପର୍କ କରିବା ଉଚିତ୍।

୩. ଶୁଙ୍ଘିଲେ ଗନ୍ଧ ଜାଣି ନ ପାରିବା : ଆଜିକାଲି କରୋନା ରୋଗୀଙ୍କଠାରେ ମଧ୍ୟ ଶୁଙ୍ଘିବାର କ୍ଷମତା ଦୁର୍ବଳ ହେବାର ଲକ୍ଷଣ ଦେଖାଯାଉଛି। ଏହା ଥଣ୍ଡା ଏବଂ ଡାଇବେଟିସର ମଧ୍ୟ ଲକ୍ଷଣ। ଉଚ୍ଚ ରକ୍ତଚାପ ଶୁଙ୍ଘିବାର ତନ୍ତ୍ରିକାକୁ ନଷ୍ଟ କରି ଦେଇଥାଏ। ଏହା ବ୍ୟତୀତ ଏହାର କାରଣ ନ୍ୟୁରୋ-ଡିଜେନେରେଟିଭ ରୋଗ ଯେପରିକି-ଅଲଜାଇମର ଏବଂ ପାର୍କିନସନ,ନାଜାଲ୍ ପଲିପ୍ସ ମଧ୍ୟ ହୋଇପାରେ।

୪. ବିନା କୌଣସି କାରଣରେ ଗନ୍ଧ ହେବା : କାଳ୍ପନିକ ଗନ୍ଧ ହେବାକୁ ଫ୍ୟାଣ୍ଟମ୍ ସ୍ମେଲ୍ କୁହନ୍ତି। ଅର୍ଥାତ୍,ଏପରି ଜିନିଷର ଗନ୍ଧ ହେବା ଯାହା ଆଖପାଖରେ ହେଉ ନଥିବ। ଏପରି ହେବା ସାଇନସ୍ ଇନଫେକ୍ସନ୍ କିମ୍ବା ମସ୍ତିଷ୍କ ସହ ଜଡ଼ିତ କୌଣସି ନ୍ୟୁରୋ-ଡିଜେନେରେଟିଭ ରୋଗର ସଙ୍କେତ ହୋଇପାରେ।

୫. କଫର ରଙ୍ଗ କହିଥାଏ ସ୍ବାସ୍ଥ୍ୟାବସ୍ଥା : ହଳଦିଆ କିମ୍ବା ସବୁଜ କଫ ଭାଇରାଲ୍ କିମ୍ବା ବ୍ୟାକ୍ଟେରିଆଲ୍ ସଂକ୍ରମଣର ସଙ୍କେତ ହୋଇପାରେ।

ଧୂସର କଫ ବାୟୁ ପ୍ରଦୂଷଣ ବ୍ୟତୀତ ରକ୍ତ ଶୁଖି ଯିବାର ସଙ୍କେତ ହୋଇଥାଏ। ଅତ୍ୟଧିକ ତମାଖୁ ଖାଇବା ଦ୍ବାରା ଲୋକଙ୍କର ଧୂସର କଫ ବାହାରିଥାଏ।

କଳା କଫ : କଳା କଫ ଶ୍ବାସ ତନ୍ତ୍ରରେ ଫଙ୍ଗଲ୍ ଇନଫେକ୍ସନର ସଙ୍କେତ ହୋଇଥାଏ।

   Related Posts