ପ୍ରଥମ ଥର କରଓ୍ବା ଚୋଥ ବ୍ରତ ପାଳନ କରିବେ ଏହି ୫ଜଣ ଅଭିନେତ୍ରୀ

Published By : Prameya-News7 Bureau | October 15, 2019 IST

ମୁମ୍ବାଇ ୧୫/୧୦: କରଓ୍ବା ଚୋଥ ବ୍ରତ ବିବାହିତା ମହିଳାଙ୍କ ପାଇଁ ଖାସ୍ ହୋଇଥାଏ। ଏ କ୍ଷେତ୍ରରେ ବଲିଉଡ ଅଭିନେତ୍ରୀମାନେ ପଛରେ ନାହାନ୍ତି ଏବଂ ପୂରା ଧୁମଧାମ ସହକାରେ ଏହି ପର୍ବ ପାଳନ କରିଥାଆନ୍ତି। ତାଛଡ଼ା ପ୍ରଥମ କରଓ୍ବା ଚୋଥ ମହିଳାଙ୍କ ପାଇଁ ସବୁଠୁ ଖାସ୍ ହୋଇଥାଏ। ୨୦୧୮-୧୯ରେ ଅନେକ ମହିଳା ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଅଭିନେତ୍ରମାନେ ଏବର୍ଷ ପ୍ରଥମ କରଓ୍ବାଚୋଥ ପାଳନ କରିବେ।

{"id":170479}

୧. ପ୍ରିୟଙ୍କା ଚୋପ୍ରା ଜୋନସ୍ : ୨୦୧୮ ଡିସେମ୍ବର ୧ତାରିଖରେ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ନିକ ଜୋନସଙ୍କ ସହ ଖୁବ୍ ଧୁମଧାମରେ ହୋଇଥିଲା। ଦୁହେଁ ହିନ୍ଦୁ ରୀତିନୀତି ସହ କ୍ୟାଥୋଲିକ୍ ରୀତିରେ ବିବାହ କରିଥିଲେ। ବିବାହ ପରେ ସୋଶିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ଜୋରସୋରରେ ଭାଇରାଲ ହୋଇଥିଲା। ଦୀର୍ଘ ଦିନ ପରେ ପ୍ରିୟଙ୍କା ବଲିଉଡ ଫିଲ୍ମ ‘ସ୍କାଏ ଇଜ ପିଙ୍କ’ରେ ନଜର ଆସିଛନ୍ତି।

{"id":170475}

୨.ଦୀପିକା ପାଦୁକୋଣ : ୨୦୧୮ ନଭେମ୍ବର ୧୪ତାରିଖରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ବିବାହ କରିଥିଲେ ରଣବୀର ସିଂହଙ୍କୁ। ଉଭୟଙ୍କ ବିବାହ ଖୁବ୍ ଧୁମଧାମରେ ହୋଇଥିଲା,କିନ୍ତୁ ଏଥିରେ କେବଳ କେତେକ ଖାସ୍ ବନ୍ଧୁ ଏବଂ ପରିବାର ଲୋକ ସାମିଲ ଥିଲେ। ପରେ ସମସ୍ତଙ୍କ ପାଇଁ ଗ୍ରାଣ୍ଡ ରିସେପ୍ସନ ରଖା ଯାଇଥିଲା। ବିବାହର ଫଟୋ ମଧ୍ୟ ସୋଶିଆଲ ମିଡିଆରେ ଜୋରସୋରରେ ଭାଇରାଲ ହୋଇଛି। ଦୀପିକା ଏବଂ ରଣବୀର ଖୁବ ଶୀଘ୍ର ଫିଲ୍ମ ‘୮୩’ରେ ନଜର ଆସିବେ। ଏହା ବ୍ୟତୀତ ଦୀପିକାଙ୍କ ଫିଲ୍ମ ‘ଛପାକ’ ମଧ୍ୟ ୨୦୨୦ରେ ରିଲିଜ ହେବ।

{"id":170476}

୩.ନୁସରତ ଜାହାଁ : ସାଂସଦ ଏବଂ ବଙ୍ଗଳା ଫିଲ୍ମର ଅଭିନେତ୍ରୀ ନୁସରତ ଜାହାଁ ଏବର୍ଷ ଜୁନ ୧୯ତାରିଖରେ ନିଖିଳ ଜୈନଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଅନ୍ୟ ଧର୍ମରେ ବିବାହ କରିବା ଏବଂ ସିନ୍ଦୂର ଲଗାଇବାକୁ ନେଇ ନୁସରତଙ୍କୁ ଅନେକ ବିବାଦର ସାମନା କରିବାକୁ ପଡ଼ିଥିଲା।

{"id":170477}

୪.ପୂଜା ବାତ୍ରା : ୨୦୧୯ ଜୁଲାଇ ୪ତାରିଖରେ ପୂଜା ବାତ୍ରା ବିବାହ କରିଛନ୍ତି ନବାବ ଶାହଙ୍କୁ। ପୂଜା-ନବାବଙ୍କ ବିବାହ ବିଷୟରେ ସମସ୍ତେ ସେତେବେଳେ ଜାଣିଲେ ଯେତେବେଳେ ସେମାନେ ସୋଶିଆଲ ମିଡିଆରେ ଫଟୋ ସେୟାର କରିବା ଆରମ୍ଭ କରିଥିଲେ। ଫ୍ୟାନମାନଙ୍କ ବ୍ୟତୀତ ଅନ୍ୟ ସେଲେବମାନେ ମଧ୍ୟ ତାଙ୍କୁ ବିବାହ ଶୁଭେଚ୍ଛା ଜଣାଇଥିଲେ।

{"id":170478}

୫.ନୀତି ମୋହନ : ନୀତି ମୋହନ ଫେବୃୟାରୀ ୧୫ତାରିଖରେ ନିହାର ପାଣ୍ଡ୍ୟାଙ୍କୁ ବିବାହ କରିଛନ୍ତି। ନୀତି ମୋହନ ଜଣେ ପ୍ରଚ୍ଛଦପଟ ଗାୟିକା ଏବଂ ନିହାର ପାଣ୍ଡ୍ୟା ଜଣେ ଅଭିନେତା। ନିହାର ‘ମଣିକର୍ଣ୍ଣିକା’ରେ ନଜର ଆସିଥିଲେ। ନୀତି-ନିହାରଙ୍କ ବିବାହ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିବାହରେ ନୀତିଙ୍କ ସ୍ବାସ୍ଥ୍ୟ ବିଗିଡ଼ିଯାଇଥିଲା ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.