ପରଦାରେ ସୁନ୍ଦର ଦେଖାଯାଉଥିବା ବଲିଉଡର ଏହି ୫ଜଣ ଅଭିନେତା ରିୟଲ ଲାଇଫରେ ଦେଖାଯାଆନ୍ତି ଏମିତି

Published By : Prameya-News7 Bureau | November 18, 2019 IST

ମୁମ୍ବାଇ୧୮|୧୧: ବଲିଉଡ ଅଭିନେତା ସଲମାନ ଖାନଙ୍କ ଠାରୁ ନେଇ ଅକ୍ଷୟ କୁମାରଙ୍କ ପର୍ଯ୍ୟନ୍ତ ଆଜି ମଧ୍ୟ ଏହି ଷ୍ଟାରଙ୍କ ଫ୍ୟାନ ଫଲିୋଂଙ୍କ ବିଷୟରେ ସମଗ୍ର ବିଶ୍ବ ଜାଣିଛି। କାରଣ ୯୦ ଦଶକର ଷ୍ଟାର ହୋଇ ଏମାନେ ଆଜି ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି। ଅବଶ୍ୟ ପରଦାରେ କମା ବୟସ୍କ ଭଳି ଦେଖାଯାଉଥିବା ଏହି ସୁପରଷ୍ଟାର ଅସଲ ଜୀବନରେ ଖୁବ ଅଲଗା ଦେଖାଯାଆନ୍ତି। ତେବେ ନଜର ପକାନ୍ତୁ ଏହି ୫ ଜଣ ଷ୍ଟାରଙ୍କ ଉପରେ।

{"id":186131,"sizeSlug":"large"}

ଆମୀର ଖାନ- ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଖାନଙ୍କ ବୟସ ଅଧିକାଂଶ ଫିଲ୍ମରେ ଜଣା ପଡେ ନାହିଁ।ତାଙ୍କ ଅସଲ ବୟସ ଫିଲ୍ମ ଦଙ୍ଗଲରେ ଦେଖିବାକୁ ମିଳିଥିଲା। ଏବେ ଆମୀର ଖାନଙ୍କ ବୟସ ହେଉଛି ୫୪।    

{"id":186128,"sizeSlug":"large"}

ଅକ୍ଷୟ କୁମାର- ବଲିଉଡର ଖିଲାଡି ଅକ୍ଷୟ କୁମାର ଅନେକ ବ୍ଲକ୍‌ ବଷ୍ଟର ଫିଲ୍ମ ବଲିଉଡକୁ ଦେଇଛନ୍ତି। ୧୯୯୧ ମସିହାରୁ ଆଜି ଯାଏଁ ତାଙ୍କର ପ୍ରତି ଫିଲ୍ମରେ କିଛି ନା କିଛି ସ୍ବତନ୍ତ୍ରତା ଥାଏ। ଅକ୍ଷୟ କୁମାର ନିଜ ଶରୀରକୁ ଫିଟ୍‌ ରଖିବା ପାଇଁ ବହୁତ ପରିଶ୍ରମ କରନ୍ତି। ଅକ୍ଷୟ କୁମାରଙ୍କ ବୟସ ହେଉଛି ୫୨। ତଥାପି ଆଜି ଯାଏଁ ସେ କମ ବୟସର ଯୁବକଙ୍କ ଭୂମିକାରେ ଅଭିନୟ କରନ୍ତି।

{"id":186129,"sizeSlug":"large"}

ଶାହରୁଖ ଖାନ- ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ ଆଜି ଯାଏଁ ଅନେକ ଝିଅଙ୍କ ଦିଲରେ ରାଜ କରନ୍ତି। ଶାହରୁଖଙ୍କ ନାଁ ଏବେ ମଧ୍ୟ ଟପ୍‌ କଳାକାରଙ୍କ ଲିଷ୍ଟରେ ସାମିଲ ଅଛି। ୫୪ ବୟସର ହୋଇ ମଧ୍ୟ ଶାହରୁଖ ବହୁତ କମ ବୟସର ଭଳି ପରଦାର ଦେଖାଯାଆନ୍ତି।   

{"id":186130,"sizeSlug":"large"}

ସଲମାନ ଖାନ- ବଲିଉଡର ଦବଙ୍ଗ ଷ୍ଟାର ସଲମାନଙ୍କୁ ଏବେ ୫୩ ବୟସ ଓ ସେ ଏଯାଏଁ ବିବାହ କରିନାହାନ୍ତି।ହେଲେ ସଲମାନଙ୍କୁ ଦେଖିଲେ କେହି କହିବେନି ଯେ, ସେ ୩୫ ବୟସରୁ ଅଧିକ।

{"id":186132,"sizeSlug":"large"}

ଅନୀଲ କପୁର- ଅଭିନେତା ଅନୀଲ କପୁରଙ୍କ ଅଭିନୟ ସହ ସେ ନିଜ ବୟସ ଓ ଫିଟ୍‌ନେସ ପାଇଁ ଚର୍ଚ୍ଚାରେ ରୁହନ୍ତି। ଅନୀଲଙ୍କ ବୟସ ପାଖାପାଖି ୬୨ ହେବ ତଥାପି ସେ ପରଦାରେ ୪୦ ବର୍ଷ ବୟସ ଭଳି ଦେଖାଯାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.