Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବଲିଉଡର ଏହି ୫ଜଣ ଅଭିନେତ୍ରୀ ହୋଇଛନ୍ତି ଯମଜ ସନ୍ତାନର ମାଆ : ୧ନମ୍ବର ଅଭିନେତ୍ରୀ ହେଉଛନ୍ତି ଜଣେ ବଡ଼ ଅଭିନେତାଙ୍କ ପତ୍ନୀ

17/08/2019 at 3:44 PM

ମୁମ୍ବାଇ ୧୭/୮: ବଲିଉଡର ଏପରି ଅନେକ ବଡ଼ ଷ୍ଟାର ଅଛନ୍ତି ଯେଉଁମାନେ ଫିଲ୍ମ କ୍ୟାରିୟରଠୁ ଦୂରରେ ଯାଇ ବୈବାହିକ ଜୀବନରେ ବ୍ୟସ୍ତ ହୋଇଯାଇଛନ୍ତି ଏବଂ ତାଙ୍କର ଯାଆଁଳା ପିଲା ମଧ୍ୟ ଅଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ୫ଜଣ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ଯାଆଁଳା ପିଲାଙ୍କୁ ଜନ୍ମ ଦେଇଛନ୍ତି।

୧.ମାନ୍ୟତା ଦତ୍ତ : ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କୁ ସଞ୍ଜୟ ଦତ୍ତ ୨୦୧୦ମସିହାରେ ବିବାହ କରିଥିଲେ। ଏହା ପୂର୍ବରୁ ମାନ୍ୟତା ଦତ୍ତ ଅନେକ ଫିଲ୍ମରେ ନଜର ଆସିଛନ୍ତି ।ସେ କେତେକ ଫିଲ୍ମରେ ଆଇଟମ୍ ସଙ୍ଗ୍ କରିଥିବା ନଜର ଆସିଛନ୍ତି। ମାନ୍ୟତା ଦତ୍ତ ଏକା ସାଙ୍ଗରେ ପୁଅ ଶହରାନ ଏବଂ ଝିଅ ଇକରାଙ୍କୁ ଜନ୍ମ ଦେଇଥିଲେ। ଏହିପରି ମାନ୍ୟତା ଦୁଇ ସନ୍ତାନର ମାଆ ହୋଇଥିଲେ।

୨. ସେଲିନା ଜେଟଲି : ସେଲିନା ଜେଟଲି ଅତ୍ୟଧିକ ସୁନ୍ଦର ଏବଂ ବୋଲ୍ଡ। କିନ୍ତୁ ସେ ହଠାତ୍ ବଲିଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ ଏବଂ ୨୦୧୧ମସିହାରେ ସେ ବିଦେଶୀ ବ୍ୟବସାୟୀ ପିଟର ହଗଙ୍କୁ ବିବାହ କରିଥିଲେ। ଏହାପରେ ତାଙ୍କର ଦୁଇଟି ଯମଜ ସନ୍ତାନ ହୋଇଥିଲେ।

୩.ଲିଜା ରେ : ‘କସୁର,ଓ୍ବାଟର,ବୀରାପ୍ପାନ ଏବଂ ଅନେକ ବଲିଉଡ ଏବଂ ହଲିଉଡ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଲିଜା ରେ ୨୦୧୨ମସିହାରେ ଜେସନ ଦେହନିଙ୍କୁ ବିବାହ କରିଥିଲେ। ବିବାହର ୬ବର୍ଷ ପରେ ଲିଜା ଦୁଇଟି ସୁନ୍ଦର ଝିଅଙ୍କୁ ଜନ୍ମ ଦେଇଥିଲେ।

୪. ସନି ଲିଓନ : ଆଡଲ୍ଟ ଷ୍ଟାରରୁ ବଲିଉଡ ଷ୍ଟାର ହୋଇଥିବା ସନି ଲିଓନ ଦୁଇ ଯମଜ ସନ୍ତାନଙ୍କୁ ଜନ୍ମ ଦେଇନଥିଲେ କିନ୍ତୁ ସେ ସରୋଗେସି ସାହାଯ୍ୟରେ ଦୁଇ ଯମଜ ସନ୍ତାନଙ୍କୁ ପୋଷ୍ୟପୁତ୍ରଭାବେ ଗ୍ରହଣ କରିଥିଲେ।

୫.ଫରାହ ଖାନ୍ : କୋରିଓଗ୍ରାଫର,ଡାଇରେକ୍ଟର ଏବଂ ଅଭିନେତ୍ରୀ ଫରାହ ଖାନ୍, ଶିରୀଷ କୁନ୍ଦରଙ୍କୁ ବିବାହ କରିଥିଲେ। ଏହାପରେ ସେ ୩ଜଣ ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତାଙ୍କର ଦୁଇ ଝିଅ ଏବଂ ଜଣେ ପୁଅ।

   Related Posts