Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||

ସବୁଠୁ ଅଧିକ ଥର ବିବାହ କରିଛନ୍ତି ଏହି ୫ ଜଣ ଅଭିନେତ୍ରୀ

19/08/2019 at 2:31 PM

ମୁମ୍ବାଇ୧୯|୮: ଭାରତୀୟ ଅଭିନେତ୍ରୀମାନେ ବିଶ୍ବର ଅନ୍ୟ ସ୍ଥାନର ମହିଳାଙ୍କଠୁ ଅଧିକ ସୁନ୍ଦର ବୋଲି କୁହାଯାଏ। ଭାରତୀୟ ନାରୀଙ୍କ ସଭ୍ୟତା, କଳା, ସଂସ୍କ୍ରୁତି ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳିନଥାଏ। ସେଥିପାଇଁ ଭାରତର ସଂସ୍କ୍ରୁତି ସବୁଠୁ ନିଆରା।  

ଠିକ୍‌ ସେହିଭଳି ଭାରତୀୟ ଫିଲ୍ମ ଜଗତର ଅଭିନେତ୍ରୀଙ୍କୁ କେହି ଟକ୍କର ଦେଇପାରିବେ ନାହିଁ। ସୁନ୍ଦରତାରେ ବଲିଉଡ ଅଭିନେତ୍ରୀ କେହି କାହାଠୁ କମ ନୁହଁନ୍ତି। ସେଥିପାଇଁ ଲୋକଙ୍କ ଦିଲରେ ରାଜ କରନ୍ତି ବଲିଉଡ ଅଭିନେତ୍ରୀ। ପ୍ରତିଦିନ ସେଲିବ୍ରିଟିଙ୍କ ବିଷୟରେ କିଛି ନୂଆ ଖବର ଶୁଣିବାକୁ ମିଳିଥାଏ।

କଳାକାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରଶଂସକମାନେ ସବୁବେଳେ ଋଚି ରଖିଥାନ୍ତି। କିଛି ବଲିଉଡ ଅଭିନେତ୍ରୀ ହଲିଉଡରେ ମଧ୍ୟ ବେଶ ଚର୍ଚ୍ଚିତ । ଏହି ଅଭିନେତ୍ରୀଙ୍କୁ ପସନ୍ଦ କରୁଥିବା ଦର୍ଶକଙ୍କ ଲମ୍ବା ଲିଷ୍ଟ ସୋସିଆଲ ମିଡିଆରୁ ଜଣାପଡେ। ତେବେ ଜାଣନ୍ତୁ ଏମିତି କିଛି ବଲିଉଡ ଅଭିନେତ୍ରୀଙ୍କ ବିଷୟରେ ଯିଏ ବହୁବାର ବିବାହ ପାଇଁ ଚର୍ଚ୍ଚାରେ ଥିଲେ।

ବଲିଉଡର ଏହି ୫ଜଣ ଅଭିନେତ୍ରୀ ସବୁଠୁ ଅଧିକ ଥର ବିବାହ କରିଛନ୍ତି-

୧- ବିନ୍ଦିଆ ଗୋସ୍ବାମୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ବିନ୍ଦିଆ ଗୋସ୍ବାମୀ ୨ ଥର ବିବାହ କରିଛନ୍ତି। ପ୍ରଥମେ ସେ ଅଭିନେତା ବିନୋଦ ମେହରାଙ୍କୁ ବିବାହ କରିଥିଲେ ଓ ପରେ ସେ ଜ୍ୟୋତି ପ୍ରକାଶ ଦତ୍ତଙ୍କ ସହ ବିବାହ ବନ୍ଦନରେ ବାନ୍ଧିହୋଇଥିଲେ।

୨- ନିଲମ କୋଠାରୀ

ବଲିଉଡ ଅଭିନେତ୍ରୀ ନିଲମ କୋଠାରୀ ମଧ୍ୟ ୨ ଥର ବିବାହ କରିଛନ୍ତି। ପ୍ରଥମେ ସେ ଇଂଲଣ୍ଡ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ତାଙ୍କ ସହ ବିବାହ ବିଚ୍ଛେଦ ପରେ ଅଭିନେତା ସମୀର ସୋନିଙ୍କ ସହ ଦ୍ବିତୀୟ ବିବାହ କରିଥିଲେ।  

 ୩- ଯୋଗିତା ବାଲି

ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ଯୋଗିତା ବାଲି ପ୍ରଥମେ ବରିଷ୍ଠ ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ। କିଶୋରଙ୍କୁ ଛାଡପତ୍ର ଦେବା ପରେ ସେ ଅଭିନେତା ମିଥୁନ ଚକ୍ରବର୍ତ୍ତିୀଙ୍କୁ ଦ୍ବିତୀୟ ବିବାହ କରିଥିଲେ।

୪- ନିଳିମା ଅଜିମ୍‌

ବଲିଉଡ ଅଭିନେତ୍ରୀ ନିଳିମା ଅଜିମ୍‌ ଥରେ ବା ଦୁଇଥର ନୁହଁ ବରଂ ତିନି ଥର ବିବାହ କରିଛନ୍ତି। ପ୍ରଥମେ ସେ ପଙ୍କଜ କପୁରଙ୍କୁ ବିବାହ କରିଥିଲେ। ଦ୍ବିତୀୟ ଥର ସେ ରାଜେଶ ଖଟ୍ଟରଙ୍କୁ ବିବାହ କରିଥିଲେ ଓ ତୃତୀୟ ଥର ଉସ୍ମାଦ ରଜା ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ।

୫- ଜେବା ବଖ୍ତିୟାର

ବଲିଉଡ ଅଭିନେତ୍ରୀ ଜେବା ବଖ୍ତିୟାର ୪ ଥର ବିବାହ କରିଛନ୍ତି। ପ୍ରଥମେ ଅଦନାନ ସମି, ଦ୍ବୀତୀୟ ଥର ଜାବେଦ ଜାଫ୍ରି, ତୃତୀୟ ଥର ସଲମାନ ବଲିଆନୀ ଓ ଚର୍ଥୁତ ଥର ସୋହେଲ ଖାନ ଲେଗହାରୀଙ୍କୁ ବିବାହ କରିଥିଲେ।  

   Related Posts