ସେପ୍ଟେମ୍ବର ୧ତାରିଖରୁ ଦେଶବ୍ୟାପୀ ଲାଗୁ ହେବ ଏହି ୫ଟି ନିୟମ : ଜାଣିରଖନ୍ତୁ ନଚେତ୍ ପଡ଼ିବେ ଅସୁବିଧାରେ

Published By : Prameya-News7 Bureau | August 29, 2019 IST

ନୂଆଦିଲ୍ଲୀ ୨୯/୮: ଅଗଷ୍ଟ ମାସରେ ଶେଷ ସପ୍ତାହ ଚାଲିଛି। ସେପ୍ଟେମ୍ବର ମାସ ହେବାକୁ ଆଉ ଅଳ୍ପ ଦିନ ବାକି ରହିଲା। ସେପ୍ଟେମ୍ବର ମାସ ଆରମ୍ଭ ହେଉ ହେଉ ଅନେକ ଗୁଡ଼ିଏ ପରିବର୍ତ୍ତନ ହେବ ଯାହା ଜାଣିବା ଆମ ପାଇଁ ଅତ୍ୟନ୍ତ ଜରୁରୀ। ଆଜି ଆମେ ଜାଣିବା ସେପ୍ଟେମ୍ବର ୧ତାରିଖରୁ ଲାଗୁ ହେଉଥିବା ଅନେକ ଗୁଡ଼ିଏ ନିୟମ ବିଷୟରେ

୧. ପ୍ରଥମ ନିୟମ ଗାଡ଼ି ଚଲାଇବା ବ୍ୟକ୍ତିମାନଙ୍କ ପାଇଁ। ଯଦି ଆପଣ ଗାଡ଼ି ଚଲାଉଛନ୍ତି ତେବେ ଆପଣଙ୍କୁ ସାବଧାନ ହେବାକୁ ପଡ଼ିବ। ସେପ୍ଟେମ୍ବର ୧ତାରିଖରୁ ଫୋନରେ କଥା ହୋଇ ଗାଡ଼ି ଚଲାଇଲେ ଏବଂ ମଦ ପିଇ ଗାଡ଼ି ଚଲାଇଲେ ଜୋରିମାନା ବୃଦ୍ଧି କରାଯାଇଛି।

୨. ଦ୍ବିତୀୟ ନିୟମ ଅନୁସାରେ ଯଦି ଆପଣ ଏସବିଆଇ ବ୍ୟାଙ୍କର ଗ୍ରାହକ ଆପଣଙ୍କ ପାଇଁ ଖୁସି ଖବର। କାରଣ ହୋମ୍ ଲୋନରେ ୦.୨୦% ସୁଧ ଦର ହ୍ରାସ କରାଯାଇଛି। ସେପ୍ଟେମ୍ବର ୧ତାରିଖରୁ ହୋମ ଲୋନରେ ସୁଧ ଦର ୮.୨ ରହିବ।

୩. ଆପଣ ସମସ୍ତେ ଜାଣିଥିବେ ଯେ ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଅନେକ ଦିନରୁ ଇନକମ୍ ଟ୍ୟାକ୍ସ ଦେଇ ନାହାନ୍ତି। ଏଥିପାଇଁ ସେପ୍ଟେମ୍ବର ୧ତାରିଖରୁ ଡିସେମ୍ବର ୩୧ତାରିଖ ଯାଏଁ ଇନକମ୍ ଟ୍ୟାକ୍ସ ଏକ ସ୍କିମ୍ ଲାଗୁ କରିବ।

୪. ଚତୁର୍ଥ ନିୟମ ମଧ୍ୟ ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କ ପାଇଁ। ଯଦି ଆପଣଙ୍କ ଗାଡ଼ି କୌଣସି କାରଣ ବଶତଃ ଦୁର୍ଘଟଣାଗ୍ରସ୍ତ ହେଉଛି ଅର୍ଥାତ୍ ଭୂମିକମ୍ପ ଏବଂ ବନ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥାଏ ଏଥିପାଇଁ ଏବେ ଆପଣଙ୍କୁ ସେହି ଗାଡ଼ି ପାଇଁ ଅଧିକ ବୀମା ଦିଆଯିବ ଏବଂ ଏହି ନିୟମ ସେପ୍ଟେମ୍ବର ୧ତାରିଖରୁ ଲାଗୁ ହେବ।


୫. ପଞ୍ଚମ ନିୟମ ଅନୁସାରେ ଏବେ ତମାଖୁ କିଣୁଥିବା ବ୍ୟକ୍ତିଙ୍କ ପାଇଁ ଏକ ନିୟମ ଲାଗୁ ହେବ। ଏହି ନିୟମ ଅନୁସାରେ ଯଦି ଆପଣ ତମାଖୁ କିଣିବାକୁ ଯିବେ ତେବେ ଆପଣଙ୍କୁ ଏହି ଡବାରେ ଦୁର୍ଘଟଣା ଚିହ୍ନ ଦିଆଯିବ ଯାହା ଦ୍ବାରା ଆପଣଙ୍କୁ କୁହାଯିବ ଯେ ତମାକୁ ସେବନ କରିଲେ କ’ଣ ହୋଇଥାଏ ଅର୍ଥାତ୍ ଏହାକୁ ଆହୁରି ହାଇ ଆଲର୍ଟ କରି ଦିଆଯିବ।





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.