Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

‘ସୋଲେ’ ଫିଲ୍ମ ସୁଟିଂ ସମୟରେ ନିର୍ଦ୍ଦେଶକଙ୍କ ଦ୍ବାରା ହୋଇଥିଲା ୫ଟି ବଡ଼ ଭୁଲ, କ’ଣ କ’ଣ ଜାଣନ୍ତୁ

15/09/2019 at 7:14 PM

ମୁମ୍ବାଇ୧୫|୯: ଗୋଟେ ସମୟରେ ସୋଲେ ଫିଲ୍ମ ଦେଖିବା ପାଇଁ ଦର୍ଶକ ପାଗଳ ହେଉଥିଲେ। ଏହି ଫିଲ୍ମର ପ୍ରତ୍ୟେକଟି ସିନ୍‌ ଦର୍ଶକଙ୍କ ହୃଦୟରେ ଛାପି ହୋଇଯାଇଛି। ସୋଲେ ଫିଲ୍ମ ସୁଟିଂ ସମୟରେ ନିର୍ଦ୍ଦେଶକଙ୍କ ଦ୍ବାରା ୫ଟି ବଡ଼ ଭୁଲ ହୋଇଥିଲା। ସୋଲେ ଫିଲ୍ମର ନିର୍ଦ୍ଦେଶକ ରମେଶ ସୀପ୍ପିଙ୍କ ୫ଟି ଭୁଲ କଣ ଥିଲା, ଜାଣନ୍ତୁ…

୧-  ଯଦି ସୋଲେ ଫିଲ୍ମ ଦେଖିଥିବେ ତାହେଲେ ଟିକେ ମନେ ପକାନ୍ତୁ। ଏହି ଫିଲ୍ମରେ ଠାକୁର ଭୂମିକାରେ ଅଭିନୟ କରୁଥିବା ସଂଜୀବ କୁମାରଙ୍କ ଦୁଇ ହାତ କାଟି ଦିଆଯାଇଥିଲା। ହେଲେ ଫିଲ୍ମର ଶେଷ ଦୃଶ୍ୟରେ ପୁଣି ତାଙ୍କ ଦୁଇ ହାତ ଦର୍ଶକଙ୍କୁ ଦେଖାଯାଇଛି।

୨- ସୋଲେ ଫିଲ୍ମରେ ଏକ ପ୍ରସିଦ୍ଧ ଗୀତ କୋଇ ହସିନା ଜବ ରୁଠ୍‌ ଜାତି ହେ ରହିଛି। ଏହି ଗୀତରେ ଧର୍ମେନ୍ଦ୍ର ସାଇକେଲର ଆଗଚକ ଉଠାଇ ଚଳାଉଛନ୍ତି। ହେଲେ ସାଇକେଲର ଆଗ ଚକାକୁ ଯେଉଁ ବ୍ୟକ୍ତି ଉଠାଉଥିଲେ ସେଥିରେ ତାଙ୍କ ହାତ ସ୍ପଷ୍ଟ ଜଣାପଡୁଛି।

୩- ସୋଲେ ଫିଲ୍ମରେ ତିନିଜଣଙ୍କୁ ମାରିବା ପାଇଁ ସେମାନଙ୍କ ସାମ୍ନାପଟୁ ଗବର ଗୁଳି ଚଳାଇଥିଲେ। ହେଲେ କାଲିଆ ଚରିତ୍ରରେ ଅଭିନୟ କରିଥିବା ବ୍ୟକ୍ତିଙ୍କ ପିଠି ପଟେ ଗୁଳି ଲାଗିବାର ଦୃଶ୍ୟ ଦର୍ଶକଙ୍କୁ ଦେଖା ଯାଇଥିଲା।

୪- ଫିଲ୍ମରେ ଗବର ବସିଥିବା ସମୟରେ ତାଙ୍କର ଛାୟୀ ବାମ ପଟରେ ଥିଲା। କିନ୍ତୁ କିଛି ସମୟ ପରେ ଛାୟୀ କୁଆଡ଼େ ଉଭେଇ ଯାଇଥିଲା।

୫- ସୋଲେ ଫିଲ୍ମରେ ଜେଲରଙ୍କୁ ହରିରାମ ନାଇ କହିଥିଲେ , ଜେଲରେ ସୁଢ଼ଙ୍ଗ ତିଆରି ହେବାକୁ ଯାଉଛି। ସେହି ସମୟରେ ଜେଲରେ ଥିବା ଘଣ୍ଟାରେ ୩ଟା ବାଜିଥିଲା। ଅନ୍ୟ ଏକ ସିନରେ ଜେଲରଙ୍କୁ ହରିରାମ କହିଥିଲେ, ଜେଲକୁ ପିସ୍ତଲ ଆସି ସାରିଛି। ଏହି ସମୟରେ ବି ଜେଲ ଘଣ୍ଟାରେ ୩ଟା ବାଜିଥିଲା। ଦୁଇଟି ସିନ ଅଲଗା ଅଲଗା ସମୟରେ ହୋଇଥିଲା କିନ୍ତୁ ଜେଲରେ ଥିବା ଘଣ୍ଟାରେ ୩ଟା ବାଜିଥିଲା।

   Related Posts