Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପୁଣି ଟଲିଉଡ଼କୁ ଫେରିବେ ଏହି ୫ଜଣ ଗ୍ଲାମର ଅଭିନେତ୍ରୀ

18/03/2020 at 12:26 PM

ମୁମ୍ବାଇ ୧୮/୦୩ : ବଲିଉଡର କିଛି ଟପ ଗ୍ଲାମର ଅଭିନେତ୍ରୀ ପୁଣି ଟଲିଉଡ଼କୁ ଫେରିବା ପାଇଁ ଇଛା କରିଛନ୍ତି | ଏମାନେ ପୂର୍ବରୁ ମଧ୍ୟ ଟଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରିସାରିଛନ୍ତି ଏବଂ ନିଜ ଅଭିନୟ କ୍ଷମତା ଦେଖାଇ ସାରିଛନ୍ତି | କିନ୍ତୁ କୌଣସି କାରଣବଶତଃ ଏମାନେ ବର୍ତ୍ତମାନ ବଡ ପରଦାରୁ ଦୁରେଇ ରହିଛନ୍ତି | କିଛି ଅଭିନେତ୍ରୀ ବିବାହ ପରେ କାମ ଛାଡି ଦେଇଥିବାବେଳେ ଆଉ କିଛି ଅଭିନେତ୍ରୀ ଭଲ ସ୍କ୍ରିପ୍ଟକୁ ଅପେକ୍ଷା କରିଛନ୍ତି | ଏମାନଙ୍କ ମଧ୍ୟରୁ ୫ଜଣ ଅଭିନେତ୍ରୀ ଟଲିଉଡ଼ ଇଣ୍ଡଷ୍ଟ୍ରିକୁ ଫେରିବାକୁ ମନସ୍ଥ କରିଛନ୍ତି | ଆସନ୍ତୁ ଜାଣିବା ସେହି ୫ଜଣ ଅଭିନେତ୍ରୀ କିଏ କିଏ :

୧. ଶୃତି ହାସନ– ଜଣାଶୁଣା ଗ୍ଲାମର ଅଭିନେତ୍ରୀ ଶୃତି ହାସନ ଟଲିଉଡ଼ ଇଣ୍ଡଷ୍ଟ୍ରିକୁ ଫେରିବା ପାଇଁ ମନସ୍ଥ କରିଛନ୍ତି | ୨୦୧୭ ମସିହାରେ ସୃତିଙ୍କୁ ଶେଷ ଥର ପାଇଁ ତେଲୁଗୁ କଟମରୟୁଡୁରେ ଦେଖିବାକୁ ମିଳିଥିଲା | ଏହାପରେ ତାଙ୍କର ହିନ୍ଦୀ ଫିଲ୍ମ ବେହେନ ହୋଗି ତେରି ରିଲିଜ ହୋଇଥିଲା | ୩ ବର୍ଷ ପରେ ସେ ପୁଣି ତେଲୁଗୁ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି | ମେ ୨୦୨୦ ରେ ରିଲିଜ ହେବାକୁ ଯାଉଛି ତାଙ୍କ ଅଭିନୀତ ଫିଲ୍ମ କ୍ରାକ |

୨. ପ୍ରିୟାମଣି – ପ୍ରିୟାମଣି ବିବାହ ପରେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଦେଇଥିଲେ | ବିବାହ ପରେ ସେ ଫିଲ୍ମ ବିରାଟ ପର୍ଵମ ୧୯୯୨ ଓ ନରପ୍ପାରେ ନଜର ଆସିଥିଲେ | ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ରାଣା ଦଗ୍ଗୁବତ୍ତୀ | ୪ ବର୍ଷ ପରେ ସେ ପୁଣି ଟଲିଉଡ଼ ଇଣ୍ଡଷ୍ଟ୍ରିକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ତାଙ୍କ ଅଭିନୀତ ଶେଷ ଫିଲ୍ମ ଥିଲା ପ୍ରକାଶ ରାଜଙ୍କ ନିର୍ଦେଶିତ ଉରୀ ରାମାୟନମ |

୩. ଅମଲା ପଲ୍ : ଅଭିନେତ୍ରୀ ଅମଲା ପାଉଲ ପୁଣିଥରେ ଟଲିଉଡ଼ ଇଣ୍ଡଷ୍ଟ୍ରିକୁ ଆସିବାକୁ ନିଷ୍ପତ୍ତି ନେଇଛନ୍ତି | ନନ୍ଦିନୀ ରେଡ୍ଡୀଙ୍କ ଦ୍ୱାରା ନିର୍ଦେଶିତ ୱେବ ସିରିଜରେ ସେ ଅଭିନୟ କରିବେ | ଅମଲା ଏହି ୱେବ ସିରିଜରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ | ଏହାର ସୁଟିଂ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି | ଏହା ହିନ୍ଦୀ ୱେବ ସିରିଜ ଲଷ୍ଟ ଷ୍ଟୋରିଜର ତେଲୁଗୁ ରିମେକ | ଅମଲା ପାଉଲ ୨୦୧୪ ମସିହାରେ ନିର୍ଦେଶକ ଏଏଲ ବିଜୟଙ୍କ ସହ ବିବାହ କରିଥିଲେ ଏବଂ ୨୦୧୭ ମସିହାରେ ଅଲଗା ହୋଇଯାଇଥିଲେ |

୪. କ୍ୟାଟ୍ରିନା କୈଫ – ବଲିଉଡ ଗ୍ଲାମର ଅଭିନେତ୍ରୀ କ୍ୟାଟ୍ରିନା କୈଫ ୧୫ ବର୍ଷ ପରେ ଟଲିଉଡ଼ ଇଣ୍ଡଷ୍ଟ୍ରିକୁ ଫେରିବାକୁ ଯାଉଛନ୍ତି | ନାଗ ଅଶ୍ୱିନଙ୍କ ଆଗାମୀ ଫିଲ୍ମ ପ୍ରଭାସରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିବ | ପ୍ରଭାସ ୨୧ ର ନିର୍ମାତା କ୍ୟାଟ୍ରିନାଙ୍କୁ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ଅଫର କରିଥିଲେ |

୫. ଅଞ୍ଜଳି– ଅନ୍ୟ ଅଭିନେତ୍ରୀ ଜଣକ ହେଲେ ଅଞ୍ଜଳି ଯିଏ ଟଲିଉଡ଼ ଇଣ୍ଡଷ୍ଟ୍ରିକୁ ଫେରିବାକୁ ଯାଉଛନ୍ତି | ଅଞ୍ଜଳି ପୂର୍ବରୁ ଅନେକ ତେଲୁଗୁ ସିନେମାରେ ଅଭିନୟ କରିଛନ୍ତି | ୩୦ ବର୍ଷ ବୟସ୍କା ଅଭିନେତ୍ରୀ ଅଞ୍ଜଳିଙ୍କୁ ତାଙ୍କ ଆଗାମୀ ଫିଲ୍ମରେ ଜଣେ କ୍ରାଇମ ଡିଟେକ୍ଟଇଭ ଚରିତ୍ରରେ ଦେଖିବାକୁ ମିଳିବ | ଫିଲ୍ମର ନିର୍ଦେଶନା ଦେଇଛନ୍ତି ହେମନ୍ତ ମଧୁକର | 

   Related Posts