ବଲିଉଡର ଏହି ୫ ଜଣ ଅଭିନେତା ମୃତ୍ୟୁ ଡରରେ ଛାଡିଥିଲେ ସିଗାରେଟ

Published By : Prameya-News7 Bureau | October 03, 2019 IST

ଧୂମପାନ ଶରୀର ପ୍ରତି କ୍ଷତି କାରକ ଜାଣିବା ପରେ ମଧ୍ୟ ଅସୁସ୍ଥ ବୟସ୍କ ଲୋକେ ଧୂମପାନ କରିଥାନ୍ତି। ଧୂମପାନ କ୍ୟାନସର ରୋଗର ବଡ଼ କାରଣ ବୋଲି ସିଗାରେଟ୍‌ ପ୍ୟାକେଟ ଉପରେ ଲେଖା ହେବା ସତ୍ବେ ଲୋକମାନେ ଏହା କିଣିଥାନ୍ତି।

ଧୂମପାନ ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ କରି ସାରିଲେଣି।ତେବେ ବଲିଉଡର ଏମିତି କିଛି ଅଭିନେତା ଅଛନ୍ତି ଯିଏ ଧୂମପାନ ଯଗୁଁ ମରିବା ଡରରେ ସିଗାରେଟ ପିଇବା ଛାଡିଥିଲେ।

{"id":165687}

ସୈଫ ଅଲ୍ଲୀ ଖାନ- ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ବହୁତ ଅଧିକ ସିଗାରେଟ ପିଇବାର ଅଭ୍ୟାସ ରଖିଥିଲେ। ଏଥିପାଇଁ ୨୦୧୭ ମସିହାରେ ତାଙ୍କୁ ହୃଦଘାତ ହୋଇଥିଲା । ଏହା ପରେ ସୈଫ ସବୁଦିନ ପାଇଁ ସିଗାରେଟ ଛାଡିଦେଇଥିଲେ।

{"id":165688}

ଜନ ଅବ୍ରାହମ୍‌- ବଲିଉଡର ହଟ୍‌ ଅଭିନେତା ଜନ୍‌ ପ୍ରଥମେ ଅଧିକ ମାତ୍ରାରେ ସିଗାରେଟ ଟାଣୁଥିଲେ। ଥରେ ସେ ଏକ୍ସରେ କରାଇଥିବାରୁ ଜଣା ପଡିଥିଲା ଯେ, ତାଙ୍କ ଲଙ୍ଗସ୍‌ ସମ୍ପୂର୍ଣ୍ଣ ଭାବେ କଳା ପଡିଯାଇଛି। ଏହା ଦେଖିବା ପରେ ସେ ସବୁଦିନ ପାଇଁ ସିଗାରେଟ ଛାଡିଦେଇଥିଲେ।

{"id":165689}

ଋତିକ ରୋଶନ- ଋତିକ ରୋଶନ ମଧ୍ୟ ଗୋଟେ ସମୟରେ ବହୁତ ସିଗାରେଟ ଟାଣୁଥିଲେ। ହେଲେ ଧୂମପାନ ଛାଡିବା ପାଇଁ ସେ ଏଲନ କାର୍ସଙ୍କ ବହି ଦ ଇଜି ୱେ ଟୁ କ୍ବିଟ୍‌ ସ୍ମୋକିଂ ପଢିଥିଲେ ଓ ଏହି ଖରାପ ଅଭ୍ୟାସ ସବୁଦିନ ପାଇଁ ଛାଡିଥିଲେ।

{"id":165690}

ଅର୍ଜୁନ ରାମପାଲ- ଅର୍ଜୁନଙ୍କ ସିଗାରେଟ ଛାଡିବା ପଛରେ ଋତିକଙ୍କ ହାତ ରହିଛି। ଧୂମପାନ ଛାଡିବା ପାଇଁ ଋତିକ ଅର୍ଜୁନଙ୍କର ବହୁତ ସାହାଯ୍ୟ କରିଥିଲେ।

{"id":165691,"width":570,"height":571}

ବିବେକ ଓବ୍‌ରଏ- ଧୂମପାନ ଯୋଗୁଁ କ୍ୟାନ୍ସର ଭଳି ରୋଗରେ ଆକ୍ରାନ୍ତ ହୋଇଥିଲେ ବିବେକ। ସମୟ ପୂର୍ବରୁ ସିଗାରେଟ ଟାଣିବା ଅଭ୍ୟାସ ଛାଡିଥିବାରୁ ସେ ବଞ୍ଚିଯାଇଥିଲେ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.