Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କମ୍ ବୟସରେ ବିବାହ କରିଥିଲେ ଏହି ୪ଜଣ କ୍ରିକେଟ ଖେଳାଳୀ : ଜାଣନ୍ତୁ କିଏ?

ମୁମ୍ବାଇ ୧୪/୫: କ୍ରିକେଟ ଦୁନିଆରେ ଏକରୁ ବଳି ଆରେକ ଖେଳାଳୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଆଜି ଆମେ ଜାଣିବା ଭାରତର ୪ଜଣ ଏପରି ଖେଳାଳୀଙ୍କ ବିଷୟରେ ଯେଉଁମାନେ କମ୍ ବୟସରେ ବିବାହ କରିଥିଲେ।

୧.ବୀରେନ୍ଦ୍ର ସେହଓ୍ବାଗ: ଭାରତୀୟ ଟିମର ବିସ୍ଫୋରକ ଓପନର ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହଓ୍ବାଗ ଟେଷ୍ଟ କ୍ରିକେଟରେ ଟ୍ରିପଲ ସେଞ୍ଚୁରୀ କରିବାର ରେକର୍ଡ଼ କରିଥିଲେ। ସେହଓ୍ବାଗଙ୍କୁ ୨୫ବର୍ଷ ହୋଇଥିବାବେଳେ ସେ ବିବାହ କରିଥିଲେ।

୨.ସୈାରଭ ଗାଙ୍ଗୁଲି : ଭାରତୀୟ ଟିମର ପୂର୍ବତନ ସଫଳ କ୍ୟାପଟେନ୍ ସୈାରଭ ଗାଙ୍ଗୁଲି ୧୯୮୨ମସିହାରେ ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ ଏବଂ ୪ବର୍ଷ ପରେ ଅର୍ଥାତ୍ ୨୪ବର୍ଷ ବୟସରେ ସେ ​‌ଡୋନା ରାୟଙ୍କୁ ବିବାହ କରିଥିଲେ। ଡୋନା ରାୟ ତାଙ୍କ ପିଲାଦିନର ସାଙ୍ଗ ଥି​‌ଲେ।

୩.ଅହମଦ ଶେହଜାଦ: ଅହମଦ ଶେହଜାଦ ପାକିସ୍ତାନର ଏକ ଚମତ୍କାର କ୍ରିକେଟର। ଅହମଦ ସାନା ମୁରିଙ୍କୁ ଭଲ ପାଇ ବସିଥିଲେ। ସେ ତାଙ୍କ ପିଲାଦିନର ସାଙ୍ଗ ଥିଲେ। ଅହମଦ ମାତ୍ର ୨୩ବର୍ଷ ବୟସରେ ତାଙ୍କୁ ବିବାହ କରିଥିଲେ।

୪.କପିଳ ଦେବ : କପିଳ ଦେବ ଭାରତକୁ ପ୍ରଥମ ଓ୍ବାଲର୍ଡ଼ କପ୍ ଜିତାଇଥିଲେ। ୧୯୮୩ମସିହାରେ କପିଳ ଦେବଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍ ଓ୍ବାଲର୍ଡ଼ କପ୍ ଜିତିଥିଲା। କପିଳ ମାତ୍ର ୨୧ବର୍ଷ ବୟସରେ ରୋମି ଭାଟିଆଙ୍କୁ ବିବାହ କରିଥିଲେ।  

174 Views

   ସମ୍ବନ୍ଧିତ ଖବର