ଏହି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ସହାୟକ ହୋଇଥାଏ ଭାଗ୍ୟ : ଜୀବନର ପ୍ରତ୍ୟେକ କ୍ଷେତ୍ରରେ ହୋଇଥାନ୍ତି ବିଜେତା

Published By : Prameya-News7 Bureau | August 25, 2020 IST

ମୋଟ ୧୨ଟି ଜ୍ୟୋତିଷ ରାଶି ଥାଏ। ପ୍ରତ୍ୟେକ ରାଶିର ନିଜ ଶକ୍ତି ଏବଂ ଦୁର୍ବଳତା ରହିଥାଏ। ରାଶି ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭବିଷ୍ୟତ,କାର୍ଯ୍ୟ କରିବାର କ୍ଷମତା ଏବଂ ସ୍ବଭାବର ସୂଚନା ହୋଇଥାଏ।

୪ଟି ରାଶି ଏପରି ହୋଇଥାଏ ଯାହା ବାକି ସମସ୍ତ ରାଶିରୁ ଅଧିକ ବଳବାନ୍ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟର ସାଥ ଅନ୍ୟ ରାଶିର ବ୍ୟକ୍ତିଙ୍କ ତୁଳନାରେ ଅଧିକ ମିଳିଥାଏ। ଆମେ ଆଜି ଏହି ୪ଭାଗ୍ୟଶାଳୀ ରାଶି ବିଷୟରେ ଜାଣିବା

୧.ମେଷ : ମଙ୍ଗଳ ଗ୍ରହକୁ ମେଷ ରାଶିର ସ୍ବାମୀ କୁହାଯାଇଥାଏ। ମଙ୍ଗଳ ଗ୍ରହ ଅନ୍ୟ ଗ୍ରହର ସେନାପତି। ମେଷ ରାଶିର ବ୍ୟକ୍ତିଙ୍କ ଉପରେ ଏହାର ବିଶେଷ ପ୍ରଭାବ ରହିଥାଏ। ମେଷ ରାଶିର ବ୍ୟକ୍ତିଙ୍କ ଠାରେ ନେତୃତ୍ବ କରିବାର ଗୁଣ ରହିଥାଏ। ଯାହା ଫଳରେ ଏମାନେ କାର୍ଯ୍ୟ କ୍ଷେତ୍ରରେ ଅନ୍ୟ ଲୋକଙ୍କଠାରୁ ଅଧିକ ସକ୍ରିୟ ଥାଆନ୍ତି। ଏହି ରାଶିର ସ୍ବାମୀ ମଙ୍ଗଳ ଏମାନଙ୍କ ସହାୟତା କରିଥାନ୍ତି।

୨.ବିଛା : ମଙ୍ଗଳ ଏହି ରାଶିର ମଧ୍ୟ ସ୍ବାମୀ। ଏହି ରାଶିର ବ୍ୟକ୍ତି ନ ଡରି କାମ କରିଥାନ୍ତି ଏବଂ କାର୍ଯ୍ୟରେ ରିସ୍କ ନେବାକୁ ଡରନ୍ତି ନାହିଁ। ଏହାହିଁ ଏମାନଙ୍କର ସଫଳତାର ରହସ୍ୟ ଥାଏ। ଏମାନେ ପ୍ରତ୍ୟେକ କାର୍ଯ୍ୟକୁ ଯୋଜନାବଦ୍ଧ ଭାବେ,ପରିଶ୍ରମ ଏବଂ ସଚ୍ଚୋଟତାରେ କରିଥାନ୍ତି।

୩. ମକର : ଶନି ମକର ରାଶିର ସ୍ବାମୀ। ଶନି ଗ୍ରହକୁ ମଜବୁତ ଗ୍ରହ କୁହାଯାଇଥାଏ। ଏହି କାରଣରୁ ଏହି ରାଶିର ବ୍ୟକ୍ତିଙ୍କଠାରେ ଆତ୍ମବିଶ୍ବାସ ରହିଥାଏ। ଶନିଙ୍କ କୃପା କାରଣରୁ ଏହି ରାଶିର ଲୋକଙ୍କଠାରେ ନେତୃତ୍ବ କରିବାର ଅଦ୍ଭୁତ କ୍ଷମତା ରହିଥାଏ।

୪. କୁମ୍ଭ : ଶନି କୁମ୍ଭ ରାଶିର ମଧ୍ୟ ସ୍ବାମୀ। ଶନିଙ୍କୁ ନ୍ୟାୟର ଗ୍ରହ କୁହାଯାଇଥାଏ। ଣନି ସଚ୍ଚୋଟତାରେ କାମ କରୁଥିବା ବ୍ୟକ୍ତିଙ୍କ ସହଯୋଗ କରିଥାନ୍ତି। କୁମ୍ଭ ରାଶିର ବ୍ୟକ୍ତିଙ୍କ ସଫଳତାର ରହସ୍ୟ ହେଉଛି ଏମାନେ ପ୍ରତି କାମକୁ ସଚ୍ଚୋଟତାରେ କରିଥାନ୍ତି। ଏହା ଅନ୍ୟ ରାଶିଠାରୁ ବଳଶାଳୀ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.