Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଏହି ୪ ରାଶିର ଲୋକମାନଙ୍କୁ ଚାକିରୀରେ ନୁହେଁ ବ୍ୟବସାୟରେ ମିଳିଥାଏ ସଫଳତା

18/06/2021 at 3:22 PM

ନୂଆଦିଲ୍ଲୀ ୧୮/୦୬: କିଛି ଲୋକ ଚାକିରୀରେ ରହି ନାମ ଅର୍ଜନ କରୁଥିବାବେଳେ କିଛି ଲୋକ ଅଛନ୍ତି ଯେଉଁମାନେ ଚାକିରିରେ ନୁହେଁ ବରଂ ବ୍ୟବସାୟରେ ସଫଳତା ହାସଲ କରିବାକୁ ସକ୍ଷମ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେତେକ ରାଶିର ଲୋକମାନଙ୍କ ମଧ୍ୟରେ ଲିଡରସିପ୍, ମ୍ୟାନେଜମେଣ୍ଟ, ବ୍ୟବସାୟିକ ଚିନ୍ତାଧାରା ପରି ଗୁଣ ଭରି ରହିଥାଏ । ସେଥିପାଇଁ ଏହି ଲୋକମାନେ ବ୍ୟବସାୟରେ ସଫଳତା ହାସଲ କରିଥାନ୍ତି । ଆସନ୍ତୁ ଜାଣିବା ଏହି ରାଶିର ଗୁଡିକ ବିଷୟରେ…

ମେଷ:

 ଏହି ରାଶିର ଲୋକମାନେ ବ୍ୟବସାୟ କରିବାରେ ସର୍ବଦା ଆଗରେ ଥାଆନ୍ତି । ସେମାନଙ୍କର ମନ ବ୍ୟବସାୟରେ ଚାଲିଥାଏ । ସେମାନେ ଲୋକମାନଙ୍କୁ ପ୍ରଭାବିତ କରିବା, ନେତୃତ୍ୱ ଏବଂ ପରିଚାଳନା ରେ ପାରଙ୍ଗମ ହୋଇଥାନ୍ତି ।

ବିଛା:

ଏହି ରାଶିର ଲୋକମାନେ କେବଳ ନିଜ କାର୍ଯ୍ୟରେ ସଫଳତା ପାଇନଥାନ୍ତି, ବରଂ ଏହି ରାଶିର ଲୋକମାନେ ମଧ୍ୟ ବ୍ୟବସାୟରେ ଲାଭ ପାଇଥାନ୍ତି । ଉଭୟ କାମରେ ଏହି ଲୋକାମାନେ ସଫଳତା ହାସଲ କରିଥାନ୍ତି ।

ମକର:

 ଏହି ରାଶିର ଲୋକମାନେ ବହୁତ ଆଗକୁ ଚିନ୍ତା କରିଥାନ୍ତି । ଏହି ରାଶିର ଲୋକମାନେ ବ୍ୟବସାୟରେ ନୂତନ ଚିନ୍ତାଧାରା ଆଣି ସଫଳତା ହାସଲ କରିଥାନ୍ତି ।

କୁମ୍ଭ:

ଏହି ରାଶିର ଲୋକମାନେ ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା ସହିତ ବ୍ୟବସାୟରେ ଆଗକୁ ବଢିଥାନ୍ତି ।

   Related Posts