Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆଜିଠୁ ରାହୁ,କେତୁଙ୍କ ପ୍ରକୋପରୁ ମୁକ୍ତ ହେଉଛନ୍ତି ଏହି ୪ଟି ରାଶି : ଏମାନଙ୍କ ଜୀବନରେ ଭରିଯିବ ସୁଖ,ସମୃଦ୍ଧି

27/03/2019 at 1:26 PM

ଆମେ ସମସ୍ତେ ଅଧିକାଂଶ ଦିନ କିଛି ନା କିଛି ସମସ୍ୟା ଭୋଗିଥାଉ। ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଏବଂ ନିଜର ପରିବାର ଲୋକଙ୍କ ପାଇଁ ଯଥେଷ୍ଟ ପରିଶ୍ରମ କରିଥାଏ। ତଥାପି ଦୁନିଆରେ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଅତ୍ୟଧିକ ପରିଶ୍ରମ କରି ମଧ୍ୟ ଖୁସିରେ ନଥାନ୍ତି। କୈାଣସି ନା କୈାଣସି ସମସ୍ୟା ତାଙ୍କ ଜୀବନକୁ ବ୍ୟତିବ୍ୟସ୍ତ କରିଥାଏ। ଏହାପରେ ବ୍ୟକ୍ତି ଜ୍ୟୋତିଷଙ୍କ ସାହାଯ୍ୟ ନେଇଥାଏ।
କେବଳ ଏତିକି ନୁହେଁ ଏପରି କରିବା ପଛରେ କାରଣ ରହିଛି ଯେପରିକି ଆମେ ସମସ୍ତେ ଜାଣିଛୁ ଯେ ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ରହିଛି। ଯାହା ଦ୍ବାରା ଆମେ ଆମ ଭବିଷ୍ୟତରେ ହେବାକୁ ଥିବା ସମସ୍ୟା ବିଷୟରେ ଜାଣି ପାରିଥାଉ। ଜ୍ୟୋତିଷ ଅନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଗ୍ରହ ନକ୍ଷତ୍ରର ଗୋଚରର ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ। ବ୍ୟକ୍ତିଙ୍କ ଜନ୍ମରାଶି ସମ୍ପର୍କିତ ଗ୍ରହ ତାଙ୍କର ଜୀବନର ଦଶାକୁ ନିର୍ଦ୍ଧାରିତ କରିଥାଏ। ଗ୍ରହ ପ୍ରଭାବ ଯେ କୈାଣସି ରାଶିର ବ୍ୟକ୍ତିଙ୍କ ଜାତକର ସ୍ବଭାବ,ବ୍ୟବହାର ଏବଂ ଗୁଣର ନିର୍ଦ୍ଧାରଣ ହୋଇଥାଏ। ଜନ୍ମ ରାଶି ଦ୍ବାରା ବ୍ୟକ୍ତିଙ୍କ ଗୁଣ ଓ ଦୋଷ ବିଷୟରେ ଜଣା ପଡ଼ିଯାଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ଡାକ ନାଁର ଅଧିକ ଗୁରୁତ୍ବ ରହିଥାଏ। ଆପଣମାନେ ସମସ୍ତେ ଜାଣିଥିବେ ସାଂଖ୍ୟ ଶାନ୍ତ୍ରରେ ଯେପରି ସବୁ ସଂଖ୍ୟା ସହ ଗୋଟିଏ ଗ୍ରହ ଯୋଡ଼ି ହୋଇଥାଏ। ହେିପରି ଚନ୍ଦ୍ର ରାଶି ଅନୁସାରେ ପ୍ରତି ଅକ୍ଷର ସହ ଗୋଟିଏ ରାଶି ଯୋଡ଼ି ହୋଇଥାଏ। ସେହିପରି ସେହି ରାଶି ସହ ଯେତେ ଗ୍ରହ ଯୋଡ଼ି ହୋଇଥାଆନ୍ତି ତାହା ବ୍ୟକ୍ତିଙ୍କ ସ୍ବଭାବ ଏବଂ ବ୍ୟବହାର ଉପରେ ପ୍ରଭାବ ପକାଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିଠୁ ୪ଟି ରାଶିଙ୍କ ଉପରୁ ରାହୁ ଓ କେତୁଙ୍କ ଅଶୁଭ ପ୍ରଭାବ ହଟୁଅଛି। ଏହି ୪ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆଜିଠୁ ସୁଖ, ସମୃଦ୍ଧି ଆସିବ। ସମସ୍ତ ପ୍ରକାର ସମସ୍ୟାର ଅନ୍ତ ଘଟିବ ଏବଂ ଆଜିଠୁ ଆପଣଙ୍କୁ କେବଳ ପ୍ରତିଷ୍ଠା ଏବଂ ସଫଳତା ମିଳିବ। ଆସନ୍ତୁ ଜାଣିବା ଏହି ୪ଟି ରାଶି ସମ୍ପର୍କରେ
ଏହି ରାଶିଗୁଡ଼ିକ ହେଲେ ମେଷ,କନ୍ୟା,ସିଂହ ଏବଂ ଧନୁ ରାଶି। ଏହି ସବୁ ରାଶି ଥିବା ବ୍ୟକ୍ତିଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ଆପଣଙ୍କ ଯଶ ବୈଭବ ବୃଦ୍ଧି ହେବ। ଏବଂ ବିଳାସମୟ ଜୀବନ ବଞ୍ଚିବା ପାଇଁ ଅବସର ମିଳିବ। ଏହି ରାଶିର ବ୍ୟକ୍ତି ନୂତନ ବାହନ ଏବଂ ନୂତନ ଘର କିଣିବାର ଯୋଗ ରହିଛି। ଯଦି ଆପଣ ଅନେକ ଦିନରୁ କିଛି ଜିନିଷ କିଣିବା ବିଷୟରେ ଭାବିଛନ୍ତି ତେବେ ଆପଣ ଏବେ କିଣି ପାରିବେ। କାରଣ ଏହି ସମୟ ଆପଣଙ୍କ ପାଇଁ ଶୁଭ ହେବ। ସେୟାର ବଜାରରେ ପ୍ରବେଶ କଲେ ଆପଣଙ୍କୁ ଧନ ଲାଭ ହୋଇପାରେ।
ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ। ମିଳିତ ବ୍ୟାପାରରେ ଆପଣଙ୍କୁ ବଡ଼ ଧରଣର ଲାଭ ହେବ। ଶିକ୍ଷକଙ୍କ ପାଇଁ ଆସନ୍ତା ଭବିଷ୍ୟତ ଶୁଭ ହେବ।
ଏହି ରାଶିରେ ଜନ୍ମିତ ଲୋକଙ୍କୁ ପୈତୃକ ସମ୍ପତ୍ତି ମିଳିବାର ଯୋଗ ରହିଛି। ନୂଆ ଲୋକଙ୍କ ସହ ଦେଖା ହୋଇପାରେ। ଯାହା ଦ୍ବାରା ଆପଣଙ୍କୁ ନୂତନ ଜୀବନର ରାହା ମିଳିଯିବ। ଆପଣଙ୍କ ସ୍ବପ୍ନ ସାକାର ହେବ।

   Related Posts