Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ୪ଟି ରାଶିର ଯୁବତୀ ଦେଇଥାନ୍ତି ପ୍ରେମରେ ଧୋକା, ଜାଣନ୍ତୁ…

13/05/2019 at 5:07 PM

ଜୀବନରେ ସମସ୍ତେ ଭଲ ଏବଂ ସଚ୍ଚୋଟ ଜୀବନସାଥୀ ଟିଏ ଖୋଜିଥାନ୍ତି | କିନ୍ତୁ ବେଳେବେଳେ ମଣିଷ ଭୁଲ ଜୀବନସାଥୀ ପାଇ ବହୁତ ଦୁଃଖ ପ୍ରକାଶ କରିବା ସହ ନାନା ହଇରାଣ ହରକତ ମଧ୍ୟ ହୋଇଥାଏ | କିଛି ଯୁବତୀ ଖୁବ ଶୀଘ୍ର ଯୁବକଙ୍କ ମନ ଭାଙ୍ଗି ଦେଇଥାନ୍ତି, ତାଙ୍କୁ ପ୍ରେମରେ ପ୍ରତାରଣା ଦେଇଥାନ୍ତି | ସେଥିପାଇଁ ବୟସ୍କ ଲୋକ ସବୁବେଳେ ଭାବି ଚିନ୍ତି ପ୍ରେମ କରିବାକୁ ପରାମର୍ଶ ଦେଇଥାନ୍ତି | କିନ୍ତୁ ପ୍ରେମ ତ ବୁଝି ବିଚାରି ହୋଇନଥାଏ | ଏଥିରେ ଭଲା ମଣିଷ କଣ କରିପାରେ | ତେବେ ପ୍ରେମ କରିବା ପୂର୍ବରୁ ଟିକିଏ ଯାଞ୍ଚ ନିଶ୍ଚୟ କରିନେବା ଉଚିତ | ତେବେ କେମିତି ଜାଣିବା କିଏ ଭୁଲ କିଏ ଠିକ କେମିତି ଜାଣିବା ? ଏମିତି କିଛି ରାଶିର ଯୁବତୀ ଅଛନ୍ତି ଯେଉଁମାନେ ପ୍ରେମରେ ସର୍ବଦା ପ୍ରତାରଣା ଦେଇଥାନ୍ତି | ଏମାନେ ନିଜ ପ୍ରେମିକଙ୍କ ପ୍ରତି ସଚ୍ଚୋଟ ନଥାନ୍ତି | ଆସନ୍ତୁ ଜାଣିବା ଏହି ୪ଟି ରାଶି ସମ୍ପର୍କରେ :

ମିଥୁନ ରାଶି : ମିଥୁନ ରାଶିର ଯୁବତୀମାନେ ସବୁବେଳେ ନୂଆ ନୂଆ ପାର୍ଟନର ଖୋଜିଥାନ୍ତି | ବିଶେଷକରି ଏହି ରାଶିର ଯୁବତୀମାନେ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି | ଏମାନେ ବହୁତ ଶୀଘ୍ର ବୋର ହୋଇଯାଆନ୍ତି | ସମ୍ପର୍କରେ ରୋମାଞ୍ଚ ଅନୁଭବ ନକଲେ ମିଥୁନ ରାଶି ଯୁବତୀମାନେ ଖୁବ ଶୀଘ୍ର ନିଜ ପ୍ରେମକୁ ଭୁଲି ଯାଇଥାନ୍ତି | ତେଣୁ ଏହା ପ୍ରେମିକର ଦାୟିତ୍ୱ କିଭଳି ସମ୍ପର୍କରେ ମଧୁରତା ବଜାୟ ରଖିବା |

ବିଛା ରାଶି : ସାଧାରଣତଃ ବିଛା ରାଶିର ଯୁବତୀମାନେ କୌଣସି ପ୍ରତିଶୃତି ଦେଇନଥାନ୍ତି | ସେଥିପାଇଁ ଯେତେବେଳେ ତାଙ୍କ ପ୍ରେମିକ କୌଣସି ପ୍ରତିଶୃତି ଦେବାକୁ ଇଛା କରନ୍ତି ସେତେବେଳେ ଏହି ରାଶିର ଯୁବତୀମାନେ ସମ୍ପର୍କ ଭାଙ୍ଗି ଦେଇଥାନ୍ତି | ଏହି ରାଶିର ଯୁବତୀମାନେ କୌଣସି ସମ୍ପର୍କରେ ବେଶୀ ଦିନ ତିଷ୍ଠି ନଥାନ୍ତି |

ଧନୁ ରାଶି : ଧନୁ ରାଶିର ଯୁବତୀଙ୍କୁ ନିଜ କାମରେ କିଏ ବାଧା ଦେବା ବିଲକୁଲ ପସନ୍ଦ କରିନଥାନ୍ତି | ଏମାନେ କୌଣସି ପ୍ରକାର ବନ୍ଧନରେ ରହିବାକୁ ଚାହିଁନଥାନ୍ତି | ତେଣୁ ପ୍ରେମିକ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କଲେ ଏହି ରାଶିର ଯୁବତୀମାନେ ନିଜ ପ୍ରେମିକକୁ ଦୁରେଇ ଦେଇ ଦେଇଥାନ୍ତି |

ସିଂହ ରାଶି : ସିଂହ ରାଶିର ଯୁବତୀମାନେ ଖୋଲା ସ୍ୱଭାବର ହୋଇଥାନ୍ତି | ଏମାନେ ନିଜଠୁ ଅଧିକ ମହତ୍ୱ କାହାକୁ ଦେଇନଥାନ୍ତି | ଏପରିକି ନିଜ ପ୍ରେମିକ ବା ପାର୍ଟନରକୁ ମଧ୍ୟ ନିଜଠାରୁ ଅଧିକ ମହତ୍ୱ ଦେଇନଥାନ୍ତି | ଏହି ରାଶିର ଯୁବତୀ ସବୁବେଳେ ଅନ୍ୟମାନଙ୍କ ଆଟେନସନ ପାଇବାକୁ ଚେଷ୍ଟା କରିଥାନ୍ତି |

   Related Posts