ଏହି ୪ପ୍ରଜାତିର କୁକୁର କାମୁଡ଼ିଲେ ତୁରନ୍ତ ହୋଇଥାଏ ମୃତ୍ୟୁ : ଜାଣନ୍ତୁ ଏହିସବୁ ଭୟଙ୍କର ଏବଂ ବିଷାକ୍ତ କୁକୁର ବିଷୟରେ
30/06/2019 at 12:41 PM

ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ବିଷାକ୍ତ ଏବଂ ଭୟଙ୍କର କୁକୁର ବିଷୟରେ କହିବା ଯେଉଁ କୁକୁରଗୁଡ଼ିକ କାମୁଡ଼ିଲେ ଲୋକଙ୍କର ଜୀବନ ଚାଲିଯାଇଥାଏ।
ପୃଥିବୀରେ ଆପଣ କେତେ ପ୍ରକାରର ପୋଷା କୁକୁର ଦେଖିଥିବେ କିନ୍ତୁ ଏପରି ମଧ୍ୟ ବିଷାକ୍ତ ଏବଂ ଭୟଙ୍କର କୁକୁର ରହିଥାଆନ୍ତି ଯେଉଁମାନେ କାମୁଡ଼ିଲେ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥାଏ।

୧.ରଟ୍ ଓ୍ବିଲର : ରଟ୍ ଓ୍ବିଲର ପ୍ରଜାତିର କୁକୁର ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଭୟଙ୍କର ହୋଇଥାଏ। ଏମାନେ ସୁଯୋଗ ପାଇଲେ ଯେକୈାଣସି ବ୍ୟକ୍ତିଙ୍କୁ କାମୁଡ଼ି ପାରନ୍ତି। ୨୦୧୯ମସିହା ଅନୁଧ୍ୟାନରୁ ଜଣା ପଡ଼ିଥିଲା ଯେ ଆମେରିକାରେ ରଟ୍ ଓ୍ବିଲର କାରଣରୁ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ଅନେକ ଦେଶରେ ଏହାକୁ ପାଳିବା ଉପରେ କଟକଣା କରାଯାଇଛି।

୨. ପିଟବୁଲ୍ : କୁକୁରମାନଙ୍କ ମଧ୍ୟରେ ସବୁଠୁ ଭୟଙ୍କର ଏବଂ ଆକ୍ରମଣାତ୍ମକ ଜାତିରେ ପିଟବୁଲ୍ ପ୍ରଧାନ ଅଟେ। ଏହି ଜାତିର କୁକୁରମାନଙ୍କୁ ପାଳିବାକୁ ଅନେକ ଦେଶରେ ପ୍ରତିବନ୍ଧକ କରାଯାଇଛି। କିନ୍ତୁ ଆମେରିକା ସମେତ ଅନ୍ୟ ଦେଶରେ ପିଟବୁଲ୍ ପ୍ରଜାତିର କୁକୁରଙ୍କୁ ପୋଷାଯାଇଥାଏ। ଏହି କୁକୁରଙ୍କ ଆକ୍ରମଣକୁ ରୋକିବା ପାଇଁ ଚମତ୍କାର ପ୍ରଶିକ୍ଷଣ ଦିଆଯାଇଥାଏ। ୨୦୧୫ମସିହାରେ ଆମେରିକାରେ ପିଟବୁଲର ଆକ୍ରମଣରେ ୨୮ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି କୁକୁରଗୁଡ଼ିକ ୧୬ରୁ ୩୦କିଲୋ ଓଜନର ହୋଇଥାଆନ୍ତି।

୩.ମାଲାମ୍ୟୁଟ: ମାଲାମ୍ୟୁଟ ପ୍ରଜାତିର କୁକୁରଙ୍କ କଥା କହିବା ଯଦି ଏହା ଉତ୍ତର ଆମେରିକାରେ ପୋଷା ଯାଇଥାଏ। ଏଗୁଡ଼ିକର ଆକାର ଗଧିଆ ଭଳି ହୋଇଥାଏ। ଏହାର ଓଜନ ୩୪ରୁ ୫୦କିଲୋ ହୋଇଥାଏ। ଏଗୁଡ଼ିକ ଅତ୍ୟନ୍ତ ଚତୁର ହେବା ସହ ଆକ୍ରମଣାତ୍କକ ଏବଂ ଭୟଙ୍କର ହୋଇଥାଆନ୍ତି। ଏହି କୁକୁର ୫ଜଣଙ୍କୁ ମୃତ୍ୟୁର ଶିକାର କରିଛି।

୪.ଜର୍ମାନ ଶେଫର୍ଡ଼ : ସବୁଠୁ ଭୟଙ୍କର କୁକୁର ମଧ୍ୟରେ ଜର୍ମାନ ଶେଫର୍ଡ଼ର ନାଁ ଆସିଥାଏ। ଏଗୁଡ଼ିକ ୩୦ରୁ ୪୦କିଲୋ ଓଜନର ହୋଇଥାଆନ୍ତି। ଅନେକ ଦେଶରେ ଏଗୁଡ଼ିକ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି।