Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଚାଣକ୍ୟ ନୀତିରେ ୪ଜଣ ସବୁଠୁ ଭଲ ବନ୍ଧୁ ଏପରି ଯେଉଁମାନେ ମୃତ୍ୟୁ ପର୍ଯ୍ୟନ୍ତ ସାଙ୍ଗରେ ଥାଆନ୍ତି

23/06/2020 at 12:23 PM

the better india

ମିତ୍ର ଯଦି ଭଲ ହେବେ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଆମେ ସମାଧାନ ବାହାର କରିବାରେ ସଫଳ ହୋଇଥାଉ। ଭଲ ମିତ୍ର ମିଳିବା ଅତ୍ୟନ୍ତ କଷ୍ଟ ଯିଏ ସୁଖ କିମ୍ବା ଦୁଃଖ ସମୟରେ ବିନା କୌଣସି ଫାଇଦାରେ ସାଥିରେ ଥାଆନ୍ତି। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ କିଛି ଏପରି ମିତ୍ରଙ୍କ ବିଷୟରେ କହିଛନ୍ତି ଯିଏ ମନୁଷ୍ୟ ମରିବା ଯାଏଁ ତା’ ସାଥିରେ ଥାଆନ୍ତି। ଆସନ୍ତୁ ଜାଣିବା ଏପରି ମିତ୍ର ବିଷୟରେ…

– ବିଦ୍ୟା ମିତ୍ରଂ ପ୍ରବାସେଷୁ ଭାର୍ଯ୍ୟା ମିତ୍ର ଗୃହେଷୁ ଚ।

ବ୍ୟାଧିତସ୍ୟୋଷଧଂ ମିତ୍ର ଧର୍ମୋ ମିତ୍ରଂ ମୃତସ୍ୟ।।

– ଚାଣକ୍ୟ ନୀତିର ଏହି ଶ୍ଲୋକରେ ଆଚାର୍ଯ୍ୟ ସର୍ବପ୍ରଥମେ ବିଦ୍ୟାକୁ ପ୍ରକୃତ ମିତ୍ର କହିଛନ୍ତି। ଚାଣକ୍ୟଙ୍କ କହିବା ଅନୁସାରେ ଘରୁ ବାହାରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଶିକ୍ଷା କିମ୍ବା ବିଦ୍ୟାଠୁ ବଡ଼ କୌଣସି ମିତ୍ର ନାହାନ୍ତି। ଜ୍ଞାନ ସଙ୍କଟ ସମୟରେ ବାହାରେ ରହୁଥିବା ବ୍ୟକ୍ତିଙ୍କୁ ସବୁବେଳେ ରକ୍ଷା କରିଥାଏ।

– ଚାଣକ୍ୟଙ୍କ ମୁତାବକ ସ୍ତ୍ରୀ ସ୍ବାମୀଙ୍କର ସବୁଠୁ ଭଲ ମିତ୍ର ହୋଇଥାଏ। ସ୍ତ୍ରୀ ଭଲ ହେଲେ ବ୍ୟକ୍ତି ଏବଂ ପରିବାରକୁ ସମାଜରେ ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ। ସ୍ତ୍ରୀ ସ୍ବାମୀଙ୍କୁ ସମସ୍ତ ପ୍ରକାର ସମସ୍ୟାରୁ ଦୂରେଇ ରଖିଥାଏ।

– ଔଷଧକୁ ଚାଣକ୍ୟ ତୃତୀୟ ସବୁଠୁ ଭଲ ମିତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ରୋଗ ହେଲେ ଔଷଧ ବ୍ୟକ୍ତିଙ୍କୁ ସୁସ୍ଥ କରିଥାଏ ଏବଂ ରୋଗ ସମୟରେ ଔଷଧ ହିଁ ସାହାଯ୍ୟ କରିଥାଏ। ଏଥିପାଇଁ ଔଷଧ ମନୁଷ୍ୟର ପରମ ମିତ୍ର ହୋଇଥାଏ।

– ଚାଣକ୍ୟ ଧର୍ମକୁ ମନୁଷ୍ୟର ସବୁଠୁ ବଡ଼ ମିତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ମନୁଷ୍ୟ ଯେତେ ଦିନ ଜୀବିତ ଥାଏ ,ଯେତିକି ପୁଣ୍ୟ କର୍ମ କରିଥାଏ,ମନୁଷ୍ୟ ମରିଯିବା ପରେ ସେହି କର୍ମ ତା’ ସାଥିରେ ଯାଇଥାଏ। ମନୁଷ୍ୟ ଯେପରି କର୍ମ କରିଥାଏ,ତାକୁ ସମାଜ ସେହିପରି ମନେ ପକାଇଥାଏ।

   Related Posts