କାହିଁକି ବୃଦ୍ଧି ପାଏ ୟୁରିକ ଏସିଡ : ଏହି ୪ଟି ପାନୀୟ ଦ୍ୱାରା ୟୁରିକ ଏସିଡକୁ କରିପାରିବେ ନିୟନ୍ତ୍ରଣ

Published By : Prameya-News7 Bureau | April 07, 2020 IST

ଭୁବନେଶ୍ୱର ୦୭/୦୪ : ମଣିଷ ଶରୀରରେ କାହିଁକି ବଢିଥାଏ ୟୁରିକ ଏସିଡ ? ୟୁରିକ ଏସିଡ ବୃଦ୍ଧି ପାଇବାର ଅନେକ କାରଣ ରହିଛି | ଅନେକ ସମୟରେ ଲୋକେ ପ୍ରଶ୍ନ କରିଥାନ୍ତି ୟୁରିକ ଏସିଡ ବୃଦ୍ଧି ପାଇଲେ କଣ ସମସ୍ୟା ଦେଖା ଦେଇଥାଏ | ତେବେ ଏହାର କାରଣ ଏବଂ ଲକ୍ଷଣ ମଧ୍ୟ ଜାଣିବା ନିହାତି ଆବଶ୍ୟକ | ତେବେ ୟୁରିକ ଏସିଡକୁ ନିୟନ୍ତ୍ରଣ କରିବାରେ ସବୁଠାରୁ ଗୁରୁତ୍ୱପୂର୍ଣ ଭୂମିକା ହେଲା ଡାଏଟ | ୟୁରିକ ଏସିଡ ବଢିଲେ କଣ ଖାଇବେ କଣ ଖାଇବେ ନାହିଁ ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ | ୟୁରିକ ଏସିଡ ବଢିଗଲେ ସାଧାରଣତଃ ଡାକ୍ତର ପ୍ରୋଟିନ ଯୁକ୍ତ ଖାଦ୍ୟ କମ କରିବାକୁ ନିର୍ଦେଶ ଦେଇଥାନ୍ତି | 

ଆସନ୍ତୁ ଜାଣିବା ୟୁରିକ ଏସିଡ ବୃଦ୍ଧିର ଲକ୍ଷଣ :

ଶରୀରରେ ୟୁରିକ ଏସିଡ ବୃଦ୍ଧି ପାଇଲେ ଆଣ୍ଠୁ ଗଣ୍ଠି ବିନ୍ଧା ହୋଇଥାଏ | ବସିବା ଉଠିବାରେ ଅସୁବିଧା ହୁଏ | ଆଙ୍ଗୁଠି ଫୁଲିଯାଏ ଏବଂ ଦରଜ ହୁଏ | ହାତ ଗୋଡରେ ଅସହନୀୟ କଷ୍ଟ ଅନୁଭୂତ ହୁଏ | ଅଧିକାଂଶ ସମୟରେ ଥକାପଣ ଅନୁଭୂତ ହୁଏ | 

ୟୁରିକ ଏସିଡ ବଢିବାର କାରଣ :

ୟୁରିକ ଏସିଡ ବଢିବାର ଅନେକ କାରଣ ରହିଥାଏ | ଏପଟ ସେପଟ ଖାଦ୍ୟାଭ୍ୟାସ ଏଥିରୁ ଗୋଟିଏ କାରଣ | ଅସ୍ୱାଭାବିକ ଜୀବନ ଶୈଳୀ, ରେଡ ମିଟ, ସି ଫୁଡ, ଅଧିକ ମାତ୍ରାରେ ଡାଲି, ରାଜମା, ପନିର ଏବଂ ଭାତ ମଧ୍ୟ ୟୁରିକ ଏସିଡ ବୃଦ୍ଧିର କାରଣ | ଏହାସହ ଅଧିକ ସମୟ ଖାଲି ପେଟରେ ରହିବା, ରକ୍ତଚାପ ଔଷଧ ସେବନ ମଧ୍ୟ ଏକ କାରଣ | ଅଧିକାଂଶ ମଧୁମେହ ରୋଗୀଙ୍କ ମଧ୍ୟରେ ୟୁରିକ ଏସିଡ ବୃଦ୍ଧି ପାଇଥାଏ | ୟୁରିନ ପ୍ରୋଟିନ ମଧ୍ୟ ୟୁରିକ ବଢିବାର ଏକ କାରଣ |

କେମିତି ୟୁରିକ ଏସିଡକୁ ନିୟନ୍ତ୍ରଣ କରିବେ ? ଏହି ୪ ପ୍ରକାର ଜୁସ ୟୁରିକ ଏସିଡ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ |

{"id":250218,"sizeSlug":"large"}

୧. ଗାଜର ଜୁସ - ଗାଜର ଓ ବିଟ ଜୁସ ପିଇବା ଅତ୍ୟନ୍ତ ଲାଭଦାୟକ | ନିଜ ଆହାରରେ ଏହାକୁ ସାମିଲ କରନ୍ତୁ | ଗାଜର ଓ ବିଟ ଜୁସ ୟୁରିକ ଏସିଡ ନିୟନ୍ତ୍ରଣ କରିଥାଏ | କାରଣ ଉଭୟ ଗାଜର ଓ ବିଟରେ ଭରପୁର ମାତ୍ରାରେ ଫାଇବର ରହିଛି ଯାହା ୟୁରିକ ଏସିଡକୁ ନିୟନ୍ତ୍ରଣ କରିଥାଏ |

{"id":250220,"sizeSlug":"large"}

୨. ଗ୍ରୀନ ଟି - ଗ୍ରୀନ ଟି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ସ୍ୱାସ୍ଥ୍ୟକର | ପ୍ରତିଦିନ ୨ କପ ଗ୍ରୀନ ଟି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହେ | ଗ୍ରୀନ ଟି ଓଜନ ହ୍ରାସ କରାଇବାରେ ମଧ୍ୟ ସହାୟକ ହୋଇଥାଏ | ଗ୍ରୀନ ଟି ୟୁରିକ ଏସିଡକୁ ମଧ୍ୟ ନିୟନ୍ତ୍ରଣ କରିଥାଏ |

{"id":250221,"sizeSlug":"large"}

୩. ଲେମ୍ବୁ ପାଣି - ଶରୀରରେ ୟୁରିକ ଏସିଡ ବୃଦ୍ଧି ପାଇଲେ ଶରୀର ପୀଡା ହୋଇଥାଏ | ସେଥିପାଇଁ ପାଣି ଉପରେ ବିଶେଷ ଦୃଷ୍ଟି ଦେବ ଉଚିତ | ଅଧିକ ପରିମାଣର ପାଣି ପିଇବା ଦରକାର | ଯଦି ସମ୍ଭବ ତାହେଲେ ଦିନକୁ ଗୋଟିଏ ଗ୍ଲାସ ଲେମ୍ବୁ ପାଣି ନିଶ୍ଚୟ ପିଅନ୍ତୁ | ଏହାଦ୍ୱାରା ୟୁରିକ ଏସିଡ ଲେବଲ ନିୟନ୍ତ୍ରଣ ହୋଇଥାଏ | ଲେମ୍ବୁରେ ସାଇଟ୍ରିକ ଏସିଡ ଥାଏ ଯାହା ୟୁରିକ ଏସିଡକୁ ନିୟନ୍ତ୍ରଣ କରିଥାଏ |

{"id":250223,"sizeSlug":"large"}

୪. କାକୁଡି ଜୁସ - କାକୁଡି ଜୁସରେ ପୋଟାସିୟମ ରହିଛି | ଏହା କିଡ଼ନୀକୁ ଡିଟକ୍ସ କରିବାରେ ସାହାଯ୍ୟ କରେ | ଯାହାଫଳରେ ୟୁରିକ ଏସିଡ ସ୍ଥର ନିୟନ୍ତ୍ରଣ ହୋଇଥାଏ | ଏହା ୟୁରିକ ଏସିଡ ଲକ୍ଷଣ ମଧ୍ୟ କମ କରିଥାଏ | ଏହାଦ୍ୱାରା ଶରୀର ପୀଡା ମଧ୍ୟ ହ୍ରାସ ପାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.