ମାତ୍ର ଗୋଟେ ଭୁଲ ପାଇଁ ଏହି ୪ ଜଣ କଳାକାରଙ୍କ କ୍ୟାରିଅର ହୋଇଥିଲା ନଷ୍ଟ

Published By : Prameya-News7 Bureau | October 14, 2019 IST

ମୁମ୍ବାଇ୧୪|୧୦: ବଲିଉଡ ଷ୍ଟାରମାନେ କେବଳ ଯେ, ନେମ୍‌ ଫେମ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି ତାହା ଭୁଲ। ଅନେକ କଳାକାର ନିଜ ଭଲ ଗୁଣ ଓ ଉଦେଶ୍ୟ ପାଇଁ ଆଜି ସଫଳତାର ଶୀର୍ଷରେ ଅଛନ୍ତି। କଠିନ ପରିଶ୍ରମ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ ସଫଳ ହୋଇଛନ୍ତି କିଛି ଷ୍ଟାର। ହେଲେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ନିଜର କିଛିଟା ଭୁଲ ଯୋଗୁଁ ଇଣ୍ଡଷ୍ଟ୍ରିରୁ କିଛି ହାସଲ କରିପାରିନାହାନ୍ତି। ମାତ୍ର କେଇଟା ଭୁଲ ସେମାନଙ୍କ କ୍ୟାରିଅରକୁ ନଷ୍ଟ କରିଥିଲା। ତେବେ ଏହି କଳାକାରଙ୍କ ଉପରେ ନଜର ପକାନ୍ତୁ ।

{"id":169951}

୧- ଶକ୍ତି କପୁର- ୮୦ ଓ ୯୦ ଦଶକ ଫିଲ୍ମର ଲୋକପ୍ରିୟ ଖଳନାୟକ ଶକ୍ତି କପୁର ସେହି ସମୟରେ ଅନେକ ବିବାଦରେ ରହୁଥିଲେ। ବଲିଉଡର ଶ୍ରେଷ୍ଠ ଖଳନାୟକଙ୍କ ମଧ୍ୟରେ ଶକ୍ତି କପୁରଙ୍କ ଗଣତି ହେଉଛି।ସେ ତାଙ୍କର ଭିଲେନ ଭୂମିକା ପାଇଁ ଖୁବ ପ୍ରତିଷ୍ଠା ଲାଭ କରିଥିଲେ। ଅଧିକାଂଶ ସମୟ ଶକ୍ତି କପୁରଙ୍କୁ ବଲିଉଡରେ କମେଡି ଓ ଖଳନାୟକ ଭୂମିକାରେ ଦେଖାଯାଇଛି। ହେଲେ ଶକ୍ତି କପୁରଙ୍କ ଗୋଟେ ଭୁଲ ତାଙ୍କ କ୍ୟାରିଅର ନଷ୍ଟ କରିଦେଇଥିଲା। ଏକ ଷ୍ଟିଙ୍ଗ ଅପେରେସନ ସମୟରେ ସେ କାଷ୍ଟିଙ୍ଗ କାଉଚରେ ଦୋଷୀ ସାବ୍ୟସ୍ଥ ହୋଇଥିଲେ। ଏହା ପରେ ତାଙ୍କୁ ବହୁତ କମ କାମ ମିଳିଥିଲା।

{"id":169952}

୨- ବିବେକ ଓବରଏ- ପ୍ରଥମେ ବିବେକ ଜଣେ ରୋମାଣ୍ଟିକ ଅଭିନେତା ଭାବେ ଜଣା ଯାଉଥିଲେ। ବିବେକଙ୍କ କ୍ରେଜ ଝିଅମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଥିଲା। ଆଦିତ୍ୟ ଚୋପଡା ତାଙ୍କୁ ଦ୍ବିତୀୟ ଶାହରୁଖ ଖାନ ମଧ୍ୟ କହିଥିଲେ।  ହେଲେ ଐଶ୍ବର୍ଯ୍ୟା ରାୟଙ୍କ ଯୋଗୁଁ ତାଙ୍କର ସଲମାନ ଖାନଙ୍କ ସହ ଝଗଡା ହୋଇଥିଲା। ଏହି ଗୋଟେ ଭୁଲ ଯୋଗୁଁ ତାଙ୍କୁ ଫିଲ୍ମରେ ବହୁତ କମ ଦେଖିବାକୁ ମିଳିଲା। ଏହା ସହ ତାଙ୍କର ଫ୍ୟାନ ଫଲୋଇଂ କମ ହୋଇଥିଲା।

{"id":169953}

୩- ମୋନିକା ବେଦି- ବଲିଉଡରେ ପାଦ ଦେଉ ଦେଉ ନିଜ ସୌନ୍ଦର୍ଯ୍ୟ ଓ ଦମଦାର ଅଭିନୟ ଯୋଗୁଁ ମୋନିକା ଚର୍ଚ୍ଚାରେ ରହୁଥିଲେ। ହେଲେ ମାତ୍ର କିଛି ଭୁଲ ଯୋଗୁଁ ତାଙ୍କ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ଲାଗିଥିଲା। ମୋନିକାଙ୍କ ସଫଳ ଫିଲ୍ମି କ୍ୟାରିଅର ଅଣ୍ଡରୱାଲର୍ଡ ସହ ସମ୍ପର୍କ ପାଇଁ ନଷ୍ଟ ହୋଇଥିଲା। ମୋନିକାଙ୍କ ସମ୍ବନ୍ଧ ଅଣ୍ଡରୱାଲର୍ଡ ଡନ୍‌ ଅବୁ ସଲେମ ସହ ଥିବାରୁ ସେ ନିଜ କ୍ୟାରିଅରରେ ଆଗକୁ ବଢିପାରିଲେ ନାହିଁ।   

{"id":169954,"width":587,"height":562}

୪- ଟିନୁ ବର୍ମା- ମେଲା ଫିଲ୍ମ ଫ୍ଲପ୍‌ ହୋଇଥିଲେ ବି ସେହି ଫିଲ୍ମରେ ଗୁର୍ଜର ସିଂହଙ୍କୁ ଲୋକେ ଆଜି ଯାଏଁ ମନେ ରଖିଛନ୍ତି। ଗୁର୍ଜର ସିଂହଙ୍କ ଭୂମିକାରେ ଟିନୁ ବର୍ମା ଅଭିନୟ କରିଥିଲେ। ଅଭିନେତା ହେବା ସହ ଟିନୁ ଜଣେ ମହାନ ନିର୍ଦ୍ଦେଶକ ମଧ୍ୟ ଥିଲେ। ଗୋଟେ ସମ୍ପତ୍ତି ବିବାଦରେ ଟିନୁ ନିଜ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ମାମଲା ପୋଲିସ ଯାଏଁ ଯାଇଥିଲା। ଖବର ଚର୍ଚ୍ଚା ହେବା ପରେ ଟିନୁଙ୍କୁ ଦର୍ଶକ ପସନ୍ଦ କରିବା ବନ୍ଦ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.