ଏହି ୪ଟି ସଙ୍କେତ ସୂଚିତ କରେ ଯେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ : ହୋଇପାରନ୍ତି ସଂକ୍ରମଣର ଶିକାର

Published By : Prameya-News7 Bureau | April 04, 2020 IST

ନୂଆଦିଲ୍ଲୀ ୦୪/୦୪ : କରୋନା ଜୀବାଣୁ ସମଗ୍ର ବିଶ୍ୱରେ ବ୍ୟାପିଛି। ଏହି ଜୀବାଣୁ ଦ୍ୱାରା ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ପ୍ରାଣ ହରାଇ ସାରିଛନ୍ତି ଏବଂ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇଛନ୍ତି । ଡାକ୍ତରଙ୍କ ଅନୁଯାୟୀ, ଏହି ଜୀବାଣୁ ଯେକୌଣସି ବୟସର ଯେକୌଣସି ବ୍ୟକ୍ତିଙ୍କୁ କବଳିତ କରିପାରେ | କିନ୍ତୁ ଯେଉଁମାନଙ୍କ ରୋଗ ପ୍ରତୋରୋଧକ ଶକ୍ତି ଦୁର୍ବଳ କିମ୍ବା ଯେଉଁମାନେ ପୂର୍ବରୁ ଅନ୍ୟ କୌଣସି ରୋଗରେ ପୀଡିତ ସେମାନଙ୍କ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଛି | ତେବେ କେମିତି ଜାଣିବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ନା ସବଳ |

ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ସେମାନଙ୍କ ମଧ୍ୟରେ ବିଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥାଏ | ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ଯେକୌଣସି ପ୍ରକାରର ଭାଇରାଲ୍ ସଂକ୍ରମଣ ହେବାର ଆଶଙ୍କା ଥାଏ | ଆସନ୍ତୁ ଜାଣିବା ୫ଟି ସଂକେତ ବିଷୟରେ ଯାହା ଦର୍ଶାଇବା ପ୍ରତିରୋଧକ ଶକ୍ତି ଦୁର୍ବଳ |

ଥଣ୍ଡା କାଶ ଏକ ସାଧାରଣ ସମସ୍ୟା ଯାହା ସମସ୍ତଙ୍କୁ ହୋଇଥାଏ | କିନ୍ତୁ ଯଦି ଆପଣଙ୍କର ବାରମ୍ବାର ସାଧାରଣ ଥଣ୍ଡା ହେଉଥାଏ ତେବେ ଆପଣଙ୍କର ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ସଙ୍କେତ ଦେଇଥାଏ | ଯଦି ସ୍ୱଳ୍ପ ସମୟ ବ୍ୟବଧାନରେ ଆପଣଙ୍କୁ ବାରମ୍ବାର ଥଣ୍ଡା ହେଉଛି ତେବେ ଏହା ସ୍ପଷ୍ଟ ଭାବରେ ଦର୍ଶାଏ ଯେ ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ବହୁତ ଦୁର୍ବଳ | ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ହେଉଛି କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ସୁସ୍ଥ ହେଉନାହାନ୍ତି ତେବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ |

ଅନେକ ପ୍ରକାରର ସଂକ୍ରମଣ ରହିଛି  | ଯୌନ ସଂକ୍ରମଣ (UTI), ଚର୍ମ ସଂକ୍ରମଣ, ଫୁସଫୁସ ସଂକ୍ରମଣ (କାଶ, ନାକ ପ୍ରବାହିତ, ନିଶ୍ୱାସ ପ୍ରଶ୍ୱାସ) | ଏମିତି ଅନେକ ସଂକ୍ରମଣ ରହିଛି ଯାହାଦ୍ୱାରା ଲୋକମାନେ ଅନେକ ଥର ଶିକାର ହୋଇଥାନ୍ତି | ଯଦି ଆପଣ ପ୍ରାୟତଃ ଗୋଟିଏ କିମ୍ବା ଭିନ୍ନ ସଂକ୍ରମଣରେ ପୀଡିତ ହେଉଛନ୍ତି ତେବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଅଟେ | ଯଦି ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ ତେବେ ବାହ୍ୟରୁ ପ୍ରବେଶ କରୁଥିବା ଜୀବାଣୁକୁ ଶରୀର ଭିତରେ ଥିବା ଭଲ ଜୀବାଣୁ ମାରିଦିଅନ୍ତି | କିନ୍ତୁ ଦୁର୍ବଳ ପ୍ରତିରୋଧକ ଶକ୍ତିରେ ଏହି ଜୀବାଣୁ ଶରୀରରେ ପ୍ରାଧାନ୍ୟ ବିସ୍ତାର କରି ସଂକ୍ରମଣ ସୃଷ୍ଟି କରନ୍ତି |

ଶରୀରରେ ଛୋଟ ମୋଟ ଖଣ୍ଡିଆ କିମ୍ବା ଘା ହୁଏ ଏବଂ ଏହି କ୍ଷତଗୁଡ଼ିକ ନିଜେ ଭଲ ହୋଇଯାଏ ଏବଂ ଚର୍ମ ସ୍ୱୟଂଚାଳିତ ଭାବରେ ପୂର୍ବ ପରି ହୋଇଯାଏ ତେବେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି ବୋଲି ଜାଣିବେ | କିନ୍ତୁ ଯଦି ଜଣେ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ତେବେ ତାଙ୍କ କ୍ଷତକୁ ଭଲ ହେବା ପାଇଁ ସମୟ ଲାଗିଥାଏ | ବେଳେବେଳେ, କ୍ଷତକୁ ଶୀଘ୍ର ଆରୋଗ୍ୟ ନକରିବା ମଧ୍ୟ ମଧୁମେହର ଲକ୍ଷଣ ହୋଇପାରେ, ଯଦିଓ ମଧୁମେହ ମଧ୍ୟ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ସହିତ ଜଡିତ ଏକ ରୋଗ |

ଯଦି ଆପଣ ପ୍ରତିଦିନ ସୁସ୍ଥ ଖାଦ୍ୟ ଖାଇବା ପରେ ଏବଂ ରାତିରେ ଭଲ ନିଦ ହେଉଥିଲେ ମଧ୍ୟ ଟିକିଏ କାମ କରିବା ପରେ ଆପଣଙ୍କ ଶରୀର କ୍ଳାନ୍ତ ଏବଂ ଥକିଯାଏ ତେବେ ଏହା ମଧ୍ୟ ଏକ ସୂଚକ ହୋଇପାରେ ଯେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଏବଂ ଏହାକୁ ମଜବୁତ କରିବା ଆବଶ୍ୟକ | ଅବଶ୍ୟ କେବଳ ଥକ୍କା ଅନେକ ରୋଗର ଲକ୍ଷଣ ହୋଇପାରେ ଯେପରିକି ମଧୁମେହ, ଥାଇରଏଡ୍ ଏବଂ ରକ୍ତହୀନତା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.