ବନ୍ଦ ହେବ ଛୋଟ ପରଦାର ଏହି ୪ଟି ସିରିଏଲ

Published By : Prameya-News7 Bureau | June 05, 2019 IST

ମୁମ୍ବାଇ୫|୬: ବଲିଉଡ ସିନେମାରୁ କିଛି ଟେଲି ସିରିଏଲର ଚାହିଦା ବେଶ ବଢିବାରେ ଲାଗିଛି। ଅନେକ ଘରୋଇ ଲୋକେ ଏକା ସହ ବସି ସିରିଏଲ ଦେଖିବା ପସନ୍ଦ କରନ୍ତି। କାରଣ ସିରିଏଲ ଦେଖିବା ସମୟରେ ପରିବାର ସହ ସମୟ ମଧ୍ୟ ବିତାଇ ହୁଏ।  ତେବେ ଏମିତି କିଛି ଟିଭି ସିରିଏଲ ଅଛି ଯାହାର ଚାହିଦା ଧିରେ ଧିରେ କମିବାରେ ଲାଗିଛି।  

{"id":119806}

ରିପୋର୍ଟ ଅନୁସାରେ ଏହି ସିରିଏଲ ସବୁ ଆଗାମୀ ଦିନରେ ବନ୍ଦ ହେବାର ସମ୍ଭାବନା ରହିଛି। ସିରିଏଲର ଟିଆରପି ଅଧିକ ଥିଲେ ତାହା ଉପରେ ଅଧିକ ଧ୍ୟାନ ଦିଆଯାଏ। କିଭଳି ଲୋକେ ସେହି ସିରିଏଲକୁ ଆହୁରି ପସନ୍ଦ କରିବେ ତାର ପ୍ରସ୍ତୁତି କରାଯାଏ। ଅପରପକ୍ଷରେ କମ ରେଟିଂ ଥିବା ସିରିଏଲକୁ କିଭଳି ଶୀଘ୍ର ଶେଷ କରାଯିବ ତାହା ପ୍ରସ୍ତୁତ କରାଯାଏ। କିନ୍ତୁ ଏଥର ୪ଟି ସିରିଏଲ ବନ୍ଦ କରାଯିବ ବୋଲି ଖବର ଆସିଛି।  ଟିଆରପି ଅନୁସାରେ ସିରିଏଲ ଗୁଡ଼ିକର ରେଟିଙ୍ଗ ହୋଇଥାଏ । ଗଣତି ପରେ ଜଣାପଡ଼ିଛି ଯେ ଚାରୋଟି ସିରିଏଲର ଚାହିଦା କମୁଛି।

{"id":119807}

କଲର୍ସ ଚ୍ୟାନଲରେ ପ୍ରସାରିତ ହେଉଥିବା ଉଡାନ ସିରିଏଲ ଗୋଟେ ସମୟରେ ବେଶ ପପୁଲାର ଥିଲା। ଲୋକେ ଏହି ସିରିଏଲକୁ ଦେଖିବା ବହୁତ ପସନ୍ଦ କରୁଥିଲେ। କିନ୍ତୁ ବର୍ତ୍ତମାନ ଦର୍ଶକ ଏହି ସିରିଏଲ ଦେଖୁନାହଁନ୍ତି । ଜୁନ ମାସ ୨୧ ତାରିଖରେ ଉଡ଼ାନ ବନ୍ଦ ହୋଇଯାଇପାରେ। ଏହା ସହ କଲର୍ସର ସୋ ମରଜାୱା ମଧ୍ୟ ଜୁନ ମାସ ୨୮ତାରିଖରେ ବନ୍ଦ ହେବ ବୋଲି ଶୁଣାଯାଉଛି।

{"id":119808,"width":580,"height":434}

କିଛି ଦିନ ପୂର୍ବରୁ ଛୋଟ ପରଦାରେ ଆରମ୍ଭ ହୋଇଥିବା ଶୋ 'କେଶରୀ ନନ୍ଦନ' ଖୁବ ଶୀଘ୍ର ବନ୍ଦ ହେବାର ସମ୍ଭାବନା ଅଛି। ଏହି ସିରିଆଲ ପ୍ରସାରିତ ହେବାର କିଛି ଦିନ ଯାଏଁ ବଲ ପ୍ରଦର୍ସନ କରିଥିଲା।  କିନ୍ତୁ ଟିଆରପି କମ ହେବା ପରେ ଏହାକୁ ବନ୍ଦ କରାଯିବା ପାଇଁ ନିଷ୍ପତି ନିଆଯାଇଛି । କଲର୍ସରେ ପ୍ରସାରିତ ହେଉଥିବା ଅଦା ଖାନଙ୍କର ସିରିଏଲ 'ୱିଷ ୟା ଅମୃତ' ମଧ୍ୟ ବନ୍ଦ ହେବାକୁ ଯାଉଛି। ଏହି ସିରିଏଲବଦଳରେ ଅନ୍ୟ ଏକ ସିରିଏଲ ଛୋଟ ପରଦାକୁ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.