Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ବିଷଠାରୁ ଅଧିକ ଭୟଙ୍କର ଏହି ୪ଟି ଔଷଧ, ହେଲେ ଦେଶର ଔଷଧ ଦୋକାନରେ ଚାଲିଛି ଖୁଲମଖୁଲା ବିକ୍ରି, ଥଣ୍ଡା ଜ୍ବରରେ ବି କରାଯାଇଥାଏ ବ୍ୟବହାର

28/10/2019 at 5:52 PM

ନୂଆଦିଲ୍ଲୀ୨୮/୧୦: ଅଧିକାଂଶ ସମୟରେ ଡାକ୍ତରଙ୍କ ବିନା ପରାମର୍ଶରେ ଆମେ ଔଷଧ ବ୍ୟବହାର କରିଥାଆନ୍ତି।  ଏପରି ଥଣ୍ଡା, ଜ୍ବର, ଶରୀର ପୀଡ଼ା ହେଲେ ଔଷଧ ଦୋକାନ ବା ମେଡିସିନ ଷ୍ଟୋରରୁ ଔଷଧ କିଣି ବ୍ୟବହାର କରି ଥାଆନ୍ତି। ଏପରି କିଛି ଔଷଧ ଅଛି ଯାହାକୁ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାଆନ୍ତି। ଏହି ଔଷଧର ବ୍ୟବହାର ଫଳରେ ମଣିଷ ଜୀବନ ଚାଲି ଯାଇପାରେ। ବିଷଠାରୁ ଅଧିକ କ୍ଷତିକାରକ ଏହି ୪ଟି ଔଷଧ ସଂପର୍କରେ ଆସନ୍ତୁ ଜାଣିବା।

ଡି​‌ସ୍ପ୍ରିନ ( Disprin)-  ଅଧିକାଂଶ ସମୟରେ ଥଣ୍ଡା, ଜ୍ବର ହେଲେ ଆମେ ଔଷଧ ଦୋକାନରୁ Disprin କିଣି ବ୍ୟବହାର କରିଥାଆନ୍ତି। ଏହି ଔଷଧ ଶରୀର ପ୍ରତି କ୍ଷତିକାରକ ବୋଲି ଆମେରିକାର ଏକ ଗବେଷଣାଗାରରେ ପ୍ରମାଣିତ ହୋଇଛି। ସେଥିଲାଗି ଆମେରିକାର ସରକାର Disprin ଭଳି ଔଷଧକୁ ନିଜ ଦେଶରେ ନିଷେଧ ବା ବ୍ୟାନ କରିଛି। ଏହା ସତ୍ବେ ଭାରତୀୟ ଔଷଧ ଦୋକାନ ବା ମେଡିସିନ୍‌ ଷ୍ଟୋରରେ  ଏହି ଔଷଧ  ଡାକ୍ତରଙ୍କ ବିନା ପ୍ରେସକ୍ରିପସନ୍‌ରେ ବିକ୍ରୀ ହେଉଛି ।

ଭିକ୍ସ (Vicks)- ମୁଣ୍ଡ ବିନ୍ଧିଲେ କିମ୍ବା ଥଣ୍ଡା ଜ୍ବର ହେଲେ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଭିକ୍ସକୁ ବ୍ୟବହାର କରିଥାଆନ୍ତି। ଭିକ୍ସ ବ୍ୟବହାର କରିବା ଦ୍ବାରା ଛୋଟ ପିଲାଙ୍କ ସ୍କିନ ଖରାପ ହୋଇଥାଏ। ବିଦେଶରେ ଭିକ୍ସକୁ ବ୍ୟାନ କରାଯାଇଛି। ହେଲେ ଭାରତରେ ଏହା ବିକ୍ରି ହେଉଛି।

ଡି କୋଲଡ୍‌ (De cold)- ସାଧାରଣତଃ ଥଣ୍ଡା ଜ୍ବର ହେଲେ ଏହି ଔଷଧର ବ୍ୟବହାର କରାଯାଇଥାଏ। ଏହି ଔଷଧ ଶରୀରରେ ଏକ ପ୍ରକାର ଏସିଡ୍ ତିଆରି କରିଥାଏ। ଯାହା ମଣିଷ ଶରୀରର କିଡ୍‌ନୀ ଉପରେ ପ୍ରଭାବ ପକାଇଥାଏ। ବିଦେଶୀରେ ଏହି ଔଷଧକୁ ବ୍ୟାନ କରାଯାଇଛି।

ନିମୁଲିଡ୍ (Nimulid)- ଶରୀରରେ ଯନ୍ତ୍ରଣା ହେଲେ ନିମୁଲିଡ୍‌ ବ୍ୟବହାର କରାଯାଇଥାଏ। ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଦୋକାନ ବା ମେଡିସିନ ଷ୍ଟୋରରୁ ନିମୁଲିଡ୍ କିଣି ବ୍ୟବହାର କରିଥାଆନ୍ତି ।  ଏହି ଔଷଧ ଖାଇବା ଦ୍ବାରା ମୁଣ୍ଡ ବୁଲାଇଥାଏ। ଏହାକୁ ବିଦେଶରେ ବ୍ୟାନ କରାଯାଇଛି। ପରୀକ୍ଷା ପରେ ବିଦେଶରେ ଏହି ଔଷଧଗୁଡିକୁ ବ୍ୟାନ କରାଯାଇଛି। ହେଲେ ଭାରତୀୟ ଔଷଧ ଦେକାନରେ ବିକ୍ରି ହେଉଛି।

   Related Posts