Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ପିଏନ୍‌ବିରେ ମିଶିପାରନ୍ତି ୪ଟି ବ୍ୟାଙ୍କ୍ ; ଏହି ବ୍ୟାଙ୍କ୍‌ରେ ନାହିଁ ତ ଆପଣଙ୍କ ଆକାଉଣ୍ଟ

3/03/2019 at 3:17 PM

ନୂଆଦିଲ୍ଲୀ ୩|୩ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ (ପିଏନବି) ସଂଶୋଧନ ଏଜେଣ୍ଡା ଲାଗୁ କରିବାରେ ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ୍ ମଧ୍ୟରେ ସବୁଠୁ ଆଗରେ ରହିଛି । ଏହାପରେ ବ୍ୟାଙ୍କ୍ ଅଫ୍ ବରୋଦା (ବିଓବି) ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ) ରହିଛି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ କହିବା ଅନୁସାରେ ବ୍ୟାଙ୍କ୍ ଗୁଡିକର ପ୍ରଦର୍ଶନ ସୁଧାରିବା ପାଇଁ ସରକାରୀ ବ୍ୟାଙ୍କ୍ ଗୁଡିକର  ମିଶ୍ରଣ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ । ଏହା ଫଳରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଗୁଡିକର ସଂଖ୍ୟା ହ୍ରାସ ପାଇବ । ବ୍ୟାଙ୍କ୍ ଗୁଡିକର ପ୍ରଦର୍ଶନରେ ସିଧାର ଆସିବ ।

ରିପୋର୍ଟ ଅନୁସାରେ ଜାନୁଆରୀରେ କେନ୍ଦ୍ରୀୟ କ୍ୟାବିନେଟ୍ ବିଜୟା ବ୍ୟାଙ୍କ୍ ଏବଂ ଦେନା ବ୍ୟାଙ୍କ୍ କୁ ବ୍ୟାଙ୍କ୍ ଅଫେ୍ ବରୋଦାରେ ମିଶ୍ରଣ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା । ଆଗାମୀ ମିଶ୍ରଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ସହ ହେବ ବୋଲି ଶୁଣିବାକୁ ମିଳୁଛି । ପିଏନବିରେ ଓବିସି, ଆହ୍ଲାବାଦ ବ୍ୟାଙ୍କ୍, କର୍ପୋରେସନ ବ୍ୟାଙ୍କ୍, ଇଣ୍ଡିଆନ୍ ବ୍ୟାଙ୍କ୍ ର ମିଶ୍ରଣ ହୋଇପାରେ । ଯଦିଓ ଏଥିରେ କେବଳ ତିନୋଟି ବ୍ୟାଙ୍କ୍ ର ମିଶ୍ରଣ ହେବାର ସମ୍ଭାବନା ରହିଛି ।

ବ୍ୟାଙ୍କ୍ ଗୁଡିକୁ ଏନପିଏର ମୁକାବିଲା ଏବଂ ମଜବୁତ ଅର୍ଥବ୍ୟବସ୍ଥା ପାଇଁ ସରକାରୀ ବ୍ୟାଙ୍କ୍ ଗୁଡିକର ମିଶ୍ରଣ ଜରୁରୀ । ସରକାରଙ୍କ ବ୍ୟତୀତ କେତେକ ବ୍ରୋକରେଜ ଫାର୍ମ ମଧ୍ୟ ବ୍ୟାଙ୍କଗୁଡିକର କନସୋଲିଡେଶନ ଉପରେ ଜୋର୍ ଦେଇଛି । ପୂର୍ବରୁ ଏସବିଆଇ ସହ ୬ଟି ବ୍ୟାଙ୍କ୍ ର ମିଶ୍ରଣ ହୋଇଥିଲା । ଏବେ ବ୍ୟାଙ୍କ୍ ଅଫ୍ ବରୋଦା, ବିଜୟା ବ୍ୟାଙ୍କ୍ ଏବଂ ଦେନା ବ୍ୟାଙ୍କ୍ ର ମିଶ୍ରଣକୁ ମଞ୍ଜୁରି ଦିଆଯାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ, ସରକାର ଘରୋଇ ବ୍ୟାଙ୍କ୍ ଗୁଡିକର ବୃଦ୍ଧି ପାଉଥିବା ବ୍ୟବସାୟ ସହ ସାର୍ବଜନିକ ବ୍ୟାଙ୍କ୍ ଗୁଡିକୁ ସହଯୋଗ କରିବାକୁ ଚାହୁଁଛନ୍ତି ।

ବ୍ୟାଙ୍କ୍ ଗୁଡିକର ମିଶ୍ରଣ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ଏମାନଙ୍କର ସଂଖ୍ୟା ୨୧ରୁ ହ୍ରାସ ପାଇ ୧୨ ହୋଇପାରେ । ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ସରକାର ବ୍ୟାଙ୍କ୍ ଗୁଡିକର ସଂଖ୍ୟା ହ୍ରାସ କରି ୬ କରିପାରନ୍ତି । ସରକାରୀ ବ୍ୟାଙ୍କ୍ ଗୁଡିକୁ ମିଶ୍ରଣ କରାଯାଇ ଦେଶରେ ୫-୬ ବ୍ୟାଙ୍କ୍ ରଖାଯିବାର ସରକାରଙ୍କ ଲକ୍ଷ୍ୟ ରହିଛି ।

୫ ସହଯୋଗୀ ବ୍ୟାଙ୍କ୍ ଏବଂ ଭାରତୀୟ ମହିଳା ବ୍ୟାଙ୍କ୍ ର ମିଶ୍ରଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସହ୧ ଅପ୍ରେଲ ୨୦୧୭ରେ ହୋଇସାରିଛି । ଏହି ମିଶ୍ରଣ ପରେ ଏସବିଆଇ ସାରା ବିଶ୍ବର ୫୦ ବଡ ବ୍ୟାଙ୍କ୍ ତାଲିକାରେ ସାମିଲ ହୋଇଛି ।

   Related Posts