Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଭାରତ ଛାଡି ପାକିସ୍ତାନରେ ମିଶିଥିଲେ, ଟିମ୍ ଇଣ୍ଡିଆ ବଦଳରେ ପାକିସ୍ତାନ ପାଇଁ ଖେଳିବାକୁ ଉଚିତ୍ ମଣିଥିଲେ

6/12/2021 at 9:49 PM

ନୂଆଦିଲ୍ଲୀ ୦୬/୧୨ : ବିଶ୍ବ କ୍ରିକେଟରେ ଅନେକ କ୍ରିକେଟ ଖେଳାଳି ଅଛନ୍ତି ଯେଉଁମାନେକି ଗୋଟିଏ ଦେଶରେ ଜନ୍ମ ୨ ଦୁଇଟି ଦେଶ ପାଇଁ କ୍ରିକେଟ ଖେଳିଛନ୍ତି । ଭାରତରେ ମଧ୍ୟ ୪ ଜଣ ଏଭଳି ଖେଳାଳି ଥିଲେ ଯେଉଁମାନେ କି ଭାରତୀୟ ଟିମ ଛଡା ପାକିସ୍ତାନ ଏବଂ ଇଂଲଣ୍ଡ ଟିମ ପାଇଁ ଖେଳିଛନ୍ତି । ନିକଟରେ ଭାରତୀୟ ଷ୍ଟାର ଖେଳାଳି ଉନ୍ମୁକ୍ତ ଚାନ୍ଦ ଭାରତରେ ଅଣ୍ଡର-୧୯ ଦଳର ଅଧିନାୟକ ଭାର ସମ୍ଭାଳିଥିବା ବେଳେ ସେ ଆମେରିକର ଚାଲିଯାଇଛନ୍ତି । ସେଠାରେ ସେ ଆମେରିକା ପକ୍ଷରୁ କ୍ରିକେଟ ଖେଳୁଛନ୍ତି । ଅବଶ୍ୟ ସେ ଦେଶ ଛାଡିନାହାନ୍ତି କିନ୍ତୁ ପ୍ରଫେସନାଲ କ୍ରିକେଟ ଖେଳିବା ପାଇଁ ଆମେରିକା ଚାଲିଯାଇଛନ୍ତି । ଏଭଳି କିଛି କ୍ରିକେଟର ଥିଲେ ଯେଉଁମାନେ କି ଭାରତରୁ ଯାଇ ପାକିସ୍ତାନରେ କ୍ରିକେଟ ଖେଳିଥିଲେ ।

ଇଫତିଖାର ଅଲୀ ଖାନ ପଟୌଦୀ ଭାରତ ଏବଂ ଇଂଲଣ୍ଡ ଉଭୟ ଟିମ ପାଇଁ ଟେଷ୍ଟ କ୍ରିକେଟ ଖେଳିଛନ୍ତି । ଦ୍ବିତୀୟ ବିଶ୍ବଯୁଦ୍ଧ ଚାଲିଥିବା ଯୋଗୁଁ ତାଙ୍କ କ୍ୟାରିୟର ବେଶି ଦିନ ତିଷ୍ଠିପାରିନଥିଲା । ମାତ୍ର ୧୪ ବର୍ଷ ବୟସରେ ୬ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ଭାରତରେ ଜନ୍ମ ଗ୍ରହଣ କରିଥିବା ଇଫତିଖାର ଅଲୀ ପାଠ ପଢିବା ପାଇଁ ଇଂଲଣ୍ଡ ଚାଲିଯାଇଥିଲେ । ପାଠ ପଢା ସହିତ ସେ କ୍ରିକେଟ ମଧ୍ୟ ଖେଳୁଥିଲେ । ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଥିଲା । ଇଂଲଣ୍ଡ ପକ୍ଷରୁ ୩ଟି ଟେଷ୍ଟ ଖେଳି ୧୪୪ ରନ କରିଥିଲେ ଯେଉଁଥିରେ ଗୋଟିଏ ଶତକ ମଧ୍ୟ ସାମିଲ ଅଛି ।

3 भारतीय खिलाड़ी जिन्होंने भारत छोड़ थाम लिया पाकिस्तान का दामन, टीम इंडिया की जगह पाकिस्तान के लिए खेलना समझा सम्मान की बात 2

ସେହିଭଳି ଆଉ ଜଣେ ଖେଳାଳି ହେଉଛନ୍ତି ଗୁଲ ମହମ୍ମଦ । ଯିଏକି ଦୁଇଟି ଦେଶ ପାଇଁ ଖେଳିସାରିଛନ୍ତି । ୧୯୪୬ ମସିହାରୁ ୧୯୫୨ ମସିହା ଯାଏଁ ଭାରତ ପାଇଁ ୮ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହା ପରେ ୧୯୫୬ ମସିହାରେ ସେ ପାକିସ୍ତାନ ପକ୍ଷରୁ କ୍ରିକେଟ ଖେଳିଥିଲେ । ପାକିସ୍ତାନ ପକ୍ଷରୁ ସେ ଗୋଟିଏ ଟେଷ୍ଟ ଖେଳିଥିଲେ ।

3 भारतीय खिलाड़ी जिन्होंने भारत छोड़ थाम लिया पाकिस्तान का दामन, टीम इंडिया की जगह पाकिस्तान के लिए खेलना समझा सम्मान की बात 2

ଦୁଇ ଦେଶ ପକ୍ଷରୁ କ୍ରିକେଟ ଖେଳିଥିବା ଆଉ ଜଣେ ଖେଳାଳି ହେଉଛନ୍ତି ଅବଦୁଲ ହଫିଜ୍‌ । ସେ ଭାରତ ପକ୍ଷରୁ ୩ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ପରେ ପାକିସ୍ତାନ ଚାଲିଯାଇଥିଲେ । ହାଫିଜ୍‌ ପାକିସ୍ତାନ ପକ୍ଷରୁ ୨୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେ ମୋଟ ୨୬ଟି ଟେଷ୍ଟ ଖେଳିଛନ୍ତି । ସେ ଏକଦା ପାକିସ୍ତାନର ଅର୍ଥ ମନ୍ତ୍ରୀ ମଧ୍ୟ ଥିଲେ ।

3 भारतीय खिलाड़ी जिन्होंने भारत छोड़ थाम लिया पाकिस्तान का दामन, टीम इंडिया की जगह पाकिस्तान के लिए खेलना समझा सम्मान की बात 3

ସେହିଭଳି ଆଉ ଜଣେ କ୍ରିକେଟର ଥିଲେ ଅମୀର ଇଲାହୀ । ଯିଏକି ଭାରତ ଏବଂ ପାକିସ୍ତାନ ଉଭୟ ଦେଶ ପକ୍ଷରୁ କ୍ରିକେଟ ଖେଳିଥିଲେ । ୧୯୪୭ ମସିହାରେ ଭାରତ ପକ୍ଷରୁ ଗୋଟିଏ ଟେଷ୍ଟ ଖେଳିଥିଲେ । ଏହା ପରେ ସେ ପାକିସ୍ତାନ ଚାଲିଯାଇଥିଲେ । ସେଠାରେ ସେ ୫ଟି ମ୍ୟାଚ ଖେଳିଥିଲେ । କ୍ୟାରିୟରରେ ସେ ମୋଟ ୬ଟି ଟେଷ୍ଟ ଖେଳିଛନ୍ତି ।

3 भारतीय खिलाड़ी जिन्होंने भारत छोड़ थाम लिया पाकिस्तान का दामन, टीम इंडिया की जगह पाकिस्तान के लिए खेलना समझा सम्मान की बात 2

   Related Posts