ଡିସେମ୍ବର ୧ ତାରିଖରୁ ବଦଳିବ ଏହି ୪ଟି ବଡ ନିୟମ, ଗ୍ରାହକଙ୍କ ସମେତ ବ୍ୟବସାୟୀ ହୋଇପାରନ୍ତି ପ୍ରଭାବିତ

Published By : Prameya-News7 Bureau | November 30, 2019 IST

ନୂଆଦିଲ୍ଲୀ୩୦/୧୧: ଡିସେମ୍ବର ୧ ତାରିଖରୁ ସରକାରୀ ଯୋଜନାର ୪ ଟି ନିୟମ ବଦଳିବ।  ଏହି ନିୟମ ପରିବର୍ତ୍ତନ ଯୋଗୁଁ ସାଧାରଣ ଲୋକ, ବ୍ୟାଙ୍କ ଗ୍ରାହକ ଓ ବ୍ୟବସାୟୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଡିସେମ୍ବର ମାସ ୧ ତାରିଖରୁ ଗ୍ୟାସ ସିଲିଣ୍ଡର ଦାମ, ପେନସନ ନିୟମ ଓ ରେଲଓ୍ବେ ମେନୁରେ ପରିବର୍ତ୍ତନ ହେବ।

{"id":192166,"sizeSlug":"large"}

ଗ୍ୟାସ ସିଲିଣ୍ଡର- ଡିସେମ୍ବର ୧ ତାରିଖରୁ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ହେବ। ନଭେମ୍ବର ମାସରେ ବିନା ସବ୍‌ସିଡି ଗ୍ୟାସ ସିଲିଣ୍ଡର ଉପରେ ୭୬.୬ ଟଙ୍କା ବୃଦ୍ଧି ହୋଇଥିଲା। ସେହିପରି ଦିଲ୍ଲୀରେ ସିଲିଣ୍ଡର ପିଛା ୬୮୧.୫୦ ଟଙ୍କା ବୃଦ୍ଧି ହୋଇଥିଲା। ଏଭଳି ଭାବେ ଦେଶର ବଡ଼ ବଡ଼ ସହରରେ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ହୋଇଥିଲା। ଆସନ୍ତାକାଲି ଅର୍ଥାତ ଡିସେମ୍ବର ମାସ ୧ ତାରିଖରୁ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ହେବ।

{"id":192167,"sizeSlug":"large"}

ପେନସନ- ପେନସନଧାରୀଙ୍କ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଏକ ବଡ଼ ଘୋଷଣା କରିଥିଲା। ପେନସନଧାରୀମାନେ ନିଜର ଜୀବିତ ପ୍ରମାଣ ପତ୍ର ବ୍ୟାଙ୍କରେ ଦାଖଲ କରିବା ନିମନ୍ତେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲା। ଏହି ସମୟ ସୀମା ଭିତରେ ଯେଉଁମାନେ ଜୀବିତ ପ୍ରମାଣପତ୍ର ବ୍ୟାଙ୍କରେ ଦାଖଲ  କରି ନ ଥିବେ ସେମାନଙ୍କ ପେନସନ ଟଙ୍କାକୁ ବ୍ୟାଙ୍କ  ଅଟକାଇ ଦେବ। ଦେଶରେ ସବୁଠୁ ଅଧିକ ପେନସନଧାରୀଙ୍କ ଆକାଉଣ୍ଟ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ରହିଛି। ପାଖାପାଖି ଏସବିଆଇରେ ୩୬ ଲକ୍ଷ ପେନସନଧାରୀଙ୍କ ଆକାଉଣ୍ଟ ରହିଛି।

{"id":192168,"sizeSlug":"large"}

ଡିସେମ୍ବର ୧ ତାରିଖରୁ ଟେଲିକମ୍‌ କମ୍ପାନୀ ନିଜ ନିଜର ତାରିଫ୍‌ ପ୍ଲାନରେ ପରିବର୍ତ୍ତିନ କରିବେ। ଏହି ଖବର ସଂକ୍ରାନ୍ତରେ ଆମେ ଆପଣଙ୍କୁ ପୂର୍ବ ଆଟିକିଲ୍‌ରେ ସୂଚନା ପ୍ରଦାନ କରିଥିଲୁ। ଜିଓ, ଏୟାରଟେଲ, ଭୋଡ଼ାଫୋନ, ଆଇଡିଆ ଓ ବିଏସଏନଏଲ ନିଜର ତାରିଫ୍‌ ପ୍ଲାନ ବୃଦ୍ଧି କରିବେ। ଏକ୍ସପର୍ଟଙ୍କ କହିବା ଅନୁସାରେ ଭୋଡାଫୋନ, ଆଇଡିଆ ଓ ଏୟାରଟେଲ ତାରିଫ୍‌ ପ୍ଲାନରେ ୩୫ ପ୍ରତିଶତ ବୃଦ୍ଧି କରିବ।

{"id":192169,"sizeSlug":"large"}

ଡିସେମ୍ବର ୧ ତାରିଖରୁ ଟ୍ରେନରେ ଚା, ଜଳିଖିଆର ଦାମ ବୃଦ୍ଧି ହେବ।  ଏ ନେଇ ରେଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁସାରେ ରାଜଧାନୀ, ଶତାବ୍ଦୀ ଓ ଦୁରୋନ୍ତ ଟ୍ରେନରେ ଖାଦ୍ୟପେୟ ଜିନିଷର ମୂଲ୍ୟ ବୃଦ୍ଧି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.