ଅଧିକ ଆଳୁ ଖାଉଛନ୍ତି କି ? : ତେବେ ହୋଇପାରେ ଏହି ୪ଟି ଗମ୍ଭୀର ରୋଗ

Published By : Prameya-News7 Bureau | September 14, 2019 IST

ଆଜିକାଲି ଅଧିକାଂଶ ଲୋକେ ଆବଶ୍ୟକତାଠୁ ଅଧିକ ଆଳୁ ଖାଉଛନ୍ତି ଯାହା ସ୍ବାସ୍ଥ୍ୟ ପାଇଁ ବିଲକୁଲ ଠିକ୍ ନୁହେଁ। କାରଣ ଅଧିକ ଆଳୁ ଖାଇବା ଦ୍ବାରା ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ। ଏଥିପାଇଁ ମନୁଷ୍ୟ ଅସୁସ୍ଥ ଏବଂ ଦୁର୍ବଳ ହୋଇଯାଇଥାଏ। ଆସନ୍ତୁ ଜାଣିବା ଅଧିକ ଆଳୁ ଖାଇବା ଦ୍ବାରା କେଉଁ କେଉଁ ରୋଗ ହେବାର ସମ୍ଭାବନା ଅଧିକ ଥାଏ।

{"id":157503}

୧.ଅମ୍ଳପିତ୍ତ : ଯଦି ଆପଣ ଅଧିକ ଆଳୁ ଖାଉଛନ୍ତି ତେବେ ଆପଣଙ୍କୁ ଅମ୍ଳପିତ୍ତ ସମସ୍ୟା ହେବାର ଆଶଙ୍କା ଅଧିକ ରହିଥାଏ। ଆଳୁ ଖାଇବା ଦ୍ବାରା ଅଧିକାଂଶ ଲୋକଙ୍କର ଗ୍ୟାସ୍ ହୋଇଯାଇଥାଏ। ଯଦି ଆପଣଙ୍କର ଗ୍ୟାସ୍ ସମସ୍ୟା ରହୁଛି ତେବେ ଆପଣ ଖାଦ୍ୟରେ କମ୍ ଆଳୁ ବ୍ୟବହାର କରନ୍ତୁ। ପ୍ରତିଦିନ ଆଳୁ ଖାଇବା ଦ୍ବାରା ଗ୍ୟାସ୍ ସମସ୍ୟା ହୋଇଥାଏ। ଏହା ଦ୍ବାରା ଆପଣଙ୍କ ପାଚନ ତନ୍ତ୍ର ମଧ୍ୟ ଦୁର୍ବଳ ହୋଇଯାଇଥାଏ।

{"id":157504}

୨.ରକ୍ତଚାପ : ଏକ ଗବେଷଣା ଅନୁଯାୟୀ ସପ୍ତାହରେ ୪ରୁ ଅଧିକ ଥର ଆଳୁ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପର ଆଶଙ୍କା ବଢ଼ିଯାଇଥାଏ। ଏହା ଦ୍ବାରା ଶରୀରର ରକ୍ତ ସଞ୍ଚାଳନ ମଧ୍ୟ ଅନିୟନ୍ତ୍ରିତ ହୋଇ ଯାଇଥାଏ। ଉଚ୍ଚ ରକ୍ତଚାପ ସମସ୍ୟାରୁ ବର୍ତ୍ତିବା ପାଇଁ ଆଳୁ କମ୍ ସେବନ କରନ୍ତୁ।

{"id":157505}

୩.ମଧୁମେହ : ଆଳୁରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଥାଏ ଯାହା ଦ୍ବାରା ଶରୀରରେ ଗ୍ଲୁକୋଜର ମାତ୍ରା ବୃଦ୍ଧି ହୋଇଥାଏ। ଫଳରେ ଶରୀରରେ ଶର୍କରାର ପରିମାଣ ବଢ଼ିବାକୁ ଲାଗିଥାଏ ଏବଂ ମନୁଷ୍ୟ ଧୀରେ ଧୀରେ ମଧୁମେହର ଶିକାର ହୋଇଥାଏ। ଏଥିପାଇଁ ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଶରୀରରେ ଶର୍କରାର ପରିମାଣ ନବଢ଼ୁ ତେବେ ଆଳୁ ସେବନ କରନ୍ତୁ ନାହିଁ।

{"id":157508}

୪. ଓଜନ ବୃଦ୍ଧି : ଯଦି ଆପଣ ଅଧିକ ମାତ୍ରାରେ ଆଳୁ ସେବନ କରୁଛନ୍ତି ତେବେ ଏହା ଦ୍ବାରା ଆପଣଙ୍କ ଓଜନ ବୃଦ୍ଧି ପାଇପାରେ। ଏହା ସହିତ ଆପଣଙ୍କ ଶରୀର ଅସୁସ୍ଥ ହୋଇପାରେ ଏବଂ ଆପଣ ମେଦବହୁଳତାର ଶିକାର ହୋଇପାରନ୍ତି। ଏଥିପାଇଁ ଆପଣ ଅଧିକ ଆଳୁ ସେବନ କରନ୍ତୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.