Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଅକ୍ଷୟ କୁମାରଙ୍କ ସବୁଠୁ ବଡ ଶତ୍ରୁ ହେଉଛନ୍ତି ବଲିଉଡର ଏହି ୪ ଜଣ ଅଭିନେତା, ହୋଇସାରିଛି ହାତାହାତି

17/06/2019 at 4:49 PM

ମୁମ୍ବାଇ୧୭|୬: ବଲିଉଡର ଏହି ୪ ଜଣ ଅଭିନେତା ହେଉଛନ୍ତି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଶତ୍ରୁ। ସେହିଭଳି ଏହି ୪ ଜଣ ଅଭିନେତା ମଧ୍ୟ ଅକ୍ଷୟ କୁମାରଙ୍କୁ ପସନ୍ଦ କରନ୍ତି ନାହିଁ।  ଏମାନଙ୍କ ମଧ୍ୟରୁ ଜଣଙ୍କ ସହ ଅକ୍ଷୟକୁମାରଙ୍କ ହାତାହାତି ମଧ୍ୟ ହୋଇସାରିଛି ।

୧- ଶାହରୁଖ ଖାନ: ଶାହରୁଖ ଓ ଅକ୍ଷୟଙ୍କ ମଧ୍ୟରେ ପ୍ରଥମରୁ ଭଲ ସଂପର୍କ ନାହିଁ। ଫିଲ୍ମର ବକ୍ସ ଅଫିସ୍‌ ହିଟ୍‌ ହେବାକୁ ନେଇ ଉଭୟଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଥିଲା।  ଏହି କାରଣ ପାଇଁ ଶାହରୁଖ ଖାନଙ୍କୁ ଅକ୍ଷୟ କୁମାରଙ୍କ ଶତ୍ରୁ ବୋଲି କୁହାଯାଏ।

୨- ଜନ ଆବ୍ରାହମ୍‌: ଅକ୍ଷୟ କୁମାର ଓ ଜନଇବ୍ରାହିମ୍‌ ଏକା ସହ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ଗରମ ମସାଲା ଫିଲ୍ମ ରିଲିଜ୍‌ ହେବା ସମୟରେ ଉଭୟଙ୍କ ମଧ୍ୟରେ କିଛି କାରଣ ଯୋଗୁଁ ଝଗଡା ହୋଇଥିଲା। ଫଳରେ ଜନଙ୍କୁ ଟ୍ରୋଲ କରାଯାଇଥିଲା। ଏହି କାରଣରୁ ଜନ ଅକ୍ଷୟ କୁମାରଙ୍କୁ ପସନ୍ଦ କରନ୍ତି ନାହିଁ। ପରବର୍ତ୍ତି ସମୟରେ ଉଭୟ ଏକା ସହ ଫିଲ୍ମରେ ଅଭିନୟ କରିଥିଲେ। ଦେଶି ବଏଜ୍‌ ଓ ହାଉସଫୁଲ ଭଳି ଫିଲ୍ମରେ ଅଭିନୟ କରି ଦୁହେଁ ପରସ୍ପରଙ୍କ ସହ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ।  

୩- ଅଜୟ ଦେୱଗନ: ୯୦ ଦଶକର ଅନେକ ଫିଲ୍ମରେ ଅଜୟ ଦେୱଗନ ଓ ଅକ୍ଷୟ କୁମାର ଏକା ସହ ଅଭିନୟ କରିଛନ୍ତି। କିନ୍ତୁ ଫିଲ୍ମ ଖାକିର ଶୁଟିଂ ସମୟରେ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। କାରଣ ଅକ୍ଷୟ କୁମାର ଅଜୟ ଦେୱଗନଙ୍କର ଅନେକ ସଟ୍‌ କାଟିଦେଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଯାହା ଆଜି ଯାଏଁ ଠିକ୍‌ ହୋଇନାହିଁ।    

୪- ସନୀ ଦେଓଲ: ଗୋଟେ ସମୟରେ ସନୀ ଓ ଟୁଙ୍କିଲ୍‌ ଖାନ୍ନାଙ୍କ ମଧ୍ୟରେ ଖୁବ ଭଲ ସଂପର୍କ ଥିଲା। ଉଭୟଙ୍କ ବନ୍ଧୁତାର ଚର୍ଚ୍ଚା ସମଗ୍ର ଇଣ୍ଡଷ୍ଟ୍ରିରେ ଥିଲା। ମଝିରେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି ହେଲା । ଏହା ପରେ ଅକ୍ଷୟ ଓ ସନୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଆଜି ମଧ୍ୟ ଉଭୟ ସାମ୍ନା ସାମ୍ନୀ ହେଲେ କଥା ବର୍ତ୍ତା କରନ୍ତି ନାହିଁ।

   Related Posts