ଜୁଲାଇରେ ହେବ ୪ ବଡ ଗ୍ରହଙ୍କର ରାଶି ପରିବର୍ତ୍ତନ: ମେଷ ଏବଂ ମିଥୁନ ସମେତ ଏହି ୫ ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଲାଭ

Published By : Prameya-News7 Bureau | July 01, 2021 IST

ନୂଆଦିଲ୍ଲୀ ୦୧/୦୭: ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଜୁଲାଇ ମାସ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଜୁଲାଇ ୨୦ ରୁ ଭଗବାନ ଶିବଙ୍କ ପ୍ରିୟ ମାସ ଚତୁର୍ମାସ ଆରମ୍ଭ ହେବାକୁ ଯାଉଥିବାବେଳେ ଅନେକ ଗ୍ରହ ଏହି ମାସରେ ରାଶି ପରିବର୍ତ୍ତନ କରିବେ । ଏହି ମାସରେ ୪ ଟି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ରାଶିରେ ପ୍ରବେଶ କରିବେ । ଜୁଲାଇ ୭ ରେ ବୁଧ ମିଥୁନ ରାଶିରେ ଏବଂ ଜୁଲାଇ ୨୫ ରେ ବୁଧ ମିଥୁନରୁ କର୍କଟ ରାଶିରେ ପ୍ରବେଶ କରିବେ । ଏହା ପରେ ସୂର୍ଯ୍ୟ ଦେବ ଜୁଲାଇ ୧୬ ରେ କର୍କଟ ରାଶିରେ ପ୍ରବେଶ କରିବେ । ଜୁଲାଇ ୧୭ ରେ ଶୁକ୍ର ସିଂହ ରାଶିରେ ଏବଂ ଜୁଲାଇ ୨୦ ରେ ମଙ୍ଗଳ ମଧ୍ୟ ସିଂହ ରାଶିରେ ପ୍ରବେଶ କରିବେ । ଏହି ଗ୍ରହର ରାଶି ପରିବର୍ତ୍ତନ ଦ୍ୱାରା କେତେକ ରାଶିର ବ୍ୟକ୍ତି ବିଶେଷମାନଙ୍କୁ ଲାଭ ହେବ । ଆସନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ...

ମେଷ - ମଙ୍ଗଳ ହେଉଛନ୍ତି ମେଷ ରାଶିର ସ୍ୱାମୀ । ଜୁଲାଇ ୨୦ ରେ ଆପଣଙ୍କ ପଞ୍ଚମ ଘରେ ପ୍ରବେଶ କରିବେ । ଏହି ମାସରେ, ଆପଣଙ୍କ ପାରିବାରିକ ଜୀବନର ସୁଖ, ଶାନ୍ତି ଛିନ୍ନ ହୋଇପାରେ । ଜୁଲାଇ ୨୦ ପରେ ସମୟ ଆପଣଙ୍କ ପାଇଁ ଶୁଭ ହବ । ବୁଧଙ୍କ ଗୋଚର ଆପଣଙ୍କୁ ଆର୍ଥିକ ଲାଭ ଦେବ । ଏହି ସମୟରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହୋଇପାରେ ।

ମିଥୁନ- ଏହି ମାସର ପ୍ରଥମ ସପ୍ତାହରେ ବୁଧ ଆପଣଙ୍କ ରାଶିରେ ପ୍ରବେଶ କରିବେ । ଏହି ସମୟରେ ଆପଣ ଶିକ୍ଷା ଏବଂ କ୍ୟାରିୟରରେ ସଫଳତା ପାଇପାରିବେ । ଜୁଲାଇ ୧୬ ରେ, ସୂର୍ଯ୍ୟ ଆପଣଙ୍କ ରାଶିରୁ ବାହାରି କର୍କଟ ରାଶିରେ ପ୍ରବେଶ କରିବେ । ଶୁକ୍ରଙ୍କ ଗୋଚର ଦ୍ୱାରା ତୁମର ପ୍ରେମ ସମ୍ପର୍କ ମଜବୁତ ହେବା ସହିତ ସୁଖ-ସମୃଦ୍ଧି ବୃଦ୍ଧି ହୋଇପାରେ ।

ସିଂହ- ଏହି ମାସ ସିଂହ ରାଶିର ଲୋକଙ୍କ ପାଇଁ ଶୁଭ ବୋଲି ପ୍ରମାଣିତ ହେବ । ଜୁଲାଇ ୧୬ ପର୍ଯ୍ୟନ୍ତ ଆପଣଙ୍କର ଆୟର ଉତ୍ସ ବଢିବ । ବୁଧଙ୍କ ଗୋଚର ଆପଣଙ୍କ କ୍ୟାରିୟରରେ ସଫଳତା ଦେଇପାରେ । ବ୍ୟବସାୟୀମାନେ ଲାଭ କରିବେ । ଜୁଲାଇ ୨୦ ପରେ, ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବେ ।

ତୁଳା- ଜୁଲାଇ ମାସ ଏହି ରାଶିର ଲୋକଙ୍କ ପାଇଁ ଖୁସି ଆଣିବ । ଜୁଲାଇ ୧୭ ରେ, ଆପଣଙ୍କ ରାଶିର ସ୍ୱାମୀ ଏକାଦଶ ଘରେ ପ୍ରବେଶ କରିବେ । ଯେଉଁଥିପାଇଁ ଆପଣ ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିଛି । ସୂର୍ଯ୍ୟଙ୍କ ପ୍ରବେଶ କର୍କଟ ରାଶିରେ ହେବା ଦ୍ୱାରା ଆପଣଙ୍କ କ୍ୟାରିଅରରେ ସଫଳତା ପାଇବେ । ଜୁଲାଇ ୨୫ ରେ, ବୁଧ ଏବଂ ସୂର୍ଯ୍ୟଙ୍କ ମିଳନ ହେତୁ, ଆପଣଙ୍କର ଦୀର୍ଘ ବିଚାରାଧୀନ କାର୍ଯ୍ୟ ହୋଇପାରେ ।

ବିଛା- ଜୁଲାଇ ୨୦ ରେ, ଆପଣଙ୍କର ରାଶିର ସ୍ୱାମୀ ମଙ୍ଗଳ ରାଶି ପରିବର୍ତ୍ତନ କରିବେ । ସ୍ୱାମୀ ଗ୍ରହଙ୍କ ଗୋଚର ଆପଣଙ୍କ ଦଶମ ଘରେ ହେବ । ଦଶମ ଘର ହେଉଛି କର୍ମିକ ଘର । ଏହି ସମୟ ମଧ୍ୟରେ ଆପଣ ନିଜର କ୍ୟାରିଅରରେ ଅପାର ସଫଳତା ପାଇପାରିବେ । ଦୀର୍ଘ ବିଚାରାଧୀନ କାର୍ଯ୍ୟ କରିପେରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.