Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଜେଜେ ମାଆ ହେବା ବୟସରେ ଏହି ୪ଜଣ ଅଭିନେତ୍ରୀ କରିଥିଲେ ବିବାହ, ଏମାନଙ୍କ ମଧ୍ୟରୁ ଜଣଙ୍କ ବୟସ ୬୦ ବର୍ଷ

13/11/2019 at 5:15 PM

ମୁମ୍ବାଇ୧୩/୧୧: ବଲିଉଡ୍‌ର ୪ଜଣ ଅଭିନେତ୍ରୀ  ଅଧିକ ବୟସରେ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ଏହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ  ୬୦ ବର୍ଷ ବସୟରେ ବିବାହ କରିଛନ୍ତି।

୧-ଉର୍ମିଳା ମାତୋଣ୍ଡକର- ଏହି ଅଭିନେତ୍ରୀ ୧୯୭୪ ମସିହା ଫ୍ରେବୃଆରୀ ୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ବହୁ ସୁପର ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ୪୨ ବର୍ଷ ବୟସରେ ଉର୍ମିଳା ବିଜନେସ୍‌ମ୍ୟାନ ମୋହସିନ୍‌ ଅଖତ୍‌ରଙ୍କୁ ବିବାହ କରିଥିଲେ।

୨- ନୀନା ଗୁପ୍ତା- ଏହି ଅଭିନେତ୍ରୀ ୫୪ ବର୍ଷ ବୟସରେ ୨୦୦୮ ମସିହାରେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଟିମର ଖେଳାଳି ଭିଭିଆନ୍‌ ରିଚାରର୍ଡସଙ୍କୁ ବିବାହ କରିଥିଲେ ।

୩- ପ୍ରୀତି ଜିଣ୍ଟା- ଏହି ବଲିଉଡ୍ ଅଭିନେତ୍ରୀ ୪୧ ବର୍ଷ ବୟସରେ ୨୦୧୬ ମସିହା ଫ୍ରେବୃଆରୀ ୨୯ ତାରିଖରେ ଆମେରିକାର ଜିନୀ ଗୁଡ୍‌ଙ୍କୁ ଗୁପ୍ତଭାବରେ ବିବାହ କରିଥିଲେ।

୪- ସୁହାସିନୀ ମୂଲେ- ଏହି ଅଭିନେତ୍ରୀ ବହୁ ସୁପର ହିଟ୍ ଫିଲ୍ମରେ ମାଆ ଭୂମିକାରେ ଅଭିନୟ କରିଛନ୍ତି। ଅଭିନେତ୍ରୀ ସୁହାସିନୀ ୨୦୧୧ ମସିହାରେ ୬୦ ବର୍ଷ ବୟସରେ ଅତୁଲ ଗୁଡୁଙ୍କୁ ବିବାହ କରିଥିଲେ।

   Related Posts