ବୁଢ଼ା କାଳରେ ଝିଅ ବୟସର ଯୁବତୀଙ୍କୁ ବିବାହ କରିଥିଲେ ଏହି ଚାରିଜଣ ଅଭିନେତା…

Published By : Prameya-News7 Bureau | November 21, 2019 IST

ମୁମ୍ବାଇ୨୧/୧୧:  ବଲିଉଡ୍‌ ଏମିତି କିଛି ଅଭିନେତା ଅଛନ୍ତି ଯିଏ କି ଝିଅ ବୟସର ଯୁବତୀଙ୍କୁ ବିବାହ କରିଛନ୍ତି। ଆସନ୍ତୁ ଏମିତି କିଛି ଅଭିନେତାଙ୍କ ସଂପର୍କରେ ଜାଣିବା…

୧- ସଞ୍ଜୟ ଦତ୍ତ-  ସଞ୍ଜୟ ଦତ୍ତଙ୍କ ଠାରୁ ତାଙ୍କ ପତ୍ନୀ ୨୦ ବର୍ଷ ସାନ। ସେଥିପାଇଁ ଉଭୟଙ୍କ ବିବାହକୁ ନେଇ ଦୁଇଜଣଙ୍କ ପରିବାର ଲୋକ ରାଜି ନ ଥିଲେ। ବହୁ ବାଦ ବିବାଦ ପରେ ମାନ୍ୟତାଙ୍କୁ ସଞ୍ଜୟ ଦତ୍ତ ବିବାହ କରିଥିଲେ। ୨୦୧୦ ମସିହାରେ ମାନ୍ୟତା ଜାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

{"id":187851,"sizeSlug":"large"}

୨- ମିଲିନ୍ଦ ସୋମନ- ମିଲିନ୍ଦ ସୋମନ ଦ୍ବିତୀୟ ବିବାହ କରିବା ସମୟରେ ବେଶ ଚର୍ଚ୍ଚାରେ ଥିଲେ । କାରଣ ତାଙ୍କଠାରୁ ୨୬ ବର୍ଷ ବୟସ ସାନ ପ୍ରେମିକା ଅଙ୍କିତା କୋଁୱରଙ୍କୁ ବିବାହ କରିଥିଲେ। ମିଲିନ୍ଦ ସୋମନ ଓ ଅଙ୍କିତା କୋଁୱରଙ୍କ ବିବାହ ବେଶ ଧୁମଧାମ୍‌ରେ ହୋଇଥିଲା। ରୀତିୀରିବାଜ ଅନୁସାରେ ଅଲିବାଗର ଫାର୍ମ ହାଉସରେ ଖୁବ ରୟାଲ ଢଙ୍ଗରେ ବିବାହ ହୋଇଥିଲା। ୨୦୧୮ ମସିହାରେ ଏପ୍ରିଲ ମାସ ୨୨ ତାରିଖରେ ମିଲିନ୍ଦ ଓ ଅଙ୍କିତାଙ୍କ ବିବାହ ହୋଇଥିଲା।

{"id":187852,"sizeSlug":"large"}

୩- ଅର୍ଜୁନ ରାମପାଲ- ଜୁଲାଇ ୧୮ ତାରିଖରେ ତୃତୀୟ ଥର ପାଇଁ ଅର୍ଜୁନ ରାମପାଲ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ଗ୍ୟାବ୍ରିଏଲା ଡେମେଟ୍ରିଡେସ୍‌ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଅର୍ଜୁନ ରାମପାଲ ତାଙ୍କ ପତ୍ନୀଙ୍କଠାରୁ ୧୪ ବର୍ଷ ବଡ଼।

{"id":187853,"width":576,"height":576,"sizeSlug":"large"}

୪- ପ୍ରକାଶ ରାଜ୍- ବଲିଉଡ୍‌ରେ ପୋନୀ ବର୍ମା ଏକ ପ୍ରସିନ୍ଧ କୋରିଓଗ୍ରାଫର। ସେ ବହୁ ଧାରାବାହିକ ଓ ରିୟଲିଟି ସୋ ରେ କାମ କରିଛନ୍ତି। ପୋନୀ ୨୦୧୦ ମସିହା ଅଗଷ୍ଟ ୨୪ ତାରିଖରେ ପ୍ରକାଶ ରାଜଙ୍କୁ ବିବାହ କରିଥିଲେ। ପ୍ରକାଶ ତାଙ୍କ ପତ୍ନୀଠାରୁ ପାଖାପାଖି ୧୨/୧୪ ବର୍ଷ ବଡ଼ ହେବେ।

{"id":187854,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.