Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଚାଣକ୍ୟଙ୍କ ଅନୁସାରେ ଏହି ୩ପ୍ରକାରର ମହିଳା ଦେଇଥାଆନ୍ତି ପ୍ରେମିକଙ୍କୁ ଧୋକା

30/05/2019 at 3:25 PM

ଏହି କଥା ତ ଆପଣମାନେ ଜାଣିଥିବେ ଯେ ଚାଣକ୍ୟ ଜଣେ ମହାନ୍ ବିଦ୍ବାନ୍ ଥିଲେ। ତାଙ୍କ ଦ୍ବାରା ​‌ଲେଖାଯାଇଥିବା ବିଭିନ୍ନ ନୀତିବାଣୀ ଆଜି ବିଲୋକଙ୍କ କାମରେ ଆସିଥାଏ। ଯଦି ଆପଣ ତାଙ୍କ ନୀତିବାଣୀକୁ ଠିକଭାବେ ପାଳନ କରିବେ ତେବେ ଆପଣଙ୍କ ଜୀବନରେ କୈାଣସି ଜିନିଷର ଅଭାବ ହେବ ନାହିଁ। ଚାଣକ୍ୟ ମହିଳାଙ୍କ ବିଷୟରେ ବିଭିନ୍ନ ପ୍ରକାରର କଥା କହିଛନ୍ତି। ସେ ମହିଳାଙ୍କ ଚରିତ୍ର ବିଷୟରେ ମଧ୍ୟ ବହୁତ କିଛି କହିଛନ୍ତି। ଯଦି ଆପଣ ବି ଏହି ସବୁ ଜିନିଷକୁ ଜାଣନ୍ତି ତେବେ ଆପଣ ଜୀବନରେ କେବେ ଧୋକା ଖାଇବେ ନାହିଁ। ଆସନ୍ତୁ ଜାଣିବା ମହିଳାଙ୍କ ୩ଟି ରହସ୍ୟ ବିଷୟରେ

ଅଧିକାଂଶ ପୁରୁଷଙ୍କୁ ମହିଳାମାନେ ଧୋକା ଦେଇଥାଆନ୍ତି ଯାହା ପୁରୁଷଙ୍କ ପାଇଁ ସବୁଠୁ ବଡ଼ ପରାଜୟ ହୋଇଥାଏ। ମହିଳାଙ୍କ ଧୋକାରେ ପୁରୁଷଙ୍କ ସବୁ କିଛି ସମାପ୍ତ ହୋଇଯାଇଥାଏ। ଜଣେ ମହିଳା ଚାହିଁଲେ ପୁରୁଷଙ୍କୁ ରାଜା କରି ପାରିବେ ଏବଂ ଯଦି ସେ ମହିଳା ଚାହିଁବେ ତାଙ୍କୁ କାଙ୍ଗାଳ କରି ପାରିବେ। ଏଥିପାଇଁ ଚାଣକ୍ୟ ମହିଳାଙ୍କ କିଛି ଏପରି ରହସ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି ଯାହା ପୁରୁଷମାନେ ଜାଣିଲେ ଧୋକା ଖାଇବାରୁ ସାବଧାନ ହୋଇପାରିବେ।

ପ୍ରଥମ ନୀତି : ଆଜିକାଲି ପୁଅମାନେ ନିଜ ଜୀବନରେ ସୁନ୍ଦରୀ ଝିଅ ଦରକାର କରିଥାଆନ୍ତି। ସେମାନେ ସୁନ୍ଦରୀ ଝିଅଙ୍କ ପ୍ରତି ଆକର୍ଷିତ ହୋଇଥାଆନ୍ତି। ଚାଣକ୍ୟଙ୍କ ଅନୁସାରେ ସୁନ୍ଦରତା ହେଉଛି ଛଳନା ଏବଂ ସୁନ୍ଦରତା ପଛରେ ଧାଇଁବା ଅନୁଚିତ୍। ସୁନ୍ଦରତା ଅଧିକାଂଶ ସମୟରେ ଧୋକା ଦେଇଥାଏ। ଆପଣଙ୍କୁ ଏପରି ଜଣେ ଝିଅଙ୍କୁ ବିବାହ କରିବା ଉଚିତ୍ ଯାହା ମଧ୍ୟରେ ଗୁଣ ଏବଂ ସଂସ୍କାର ଭରି ରହିଥିବ। କାରଣ ଯେଉଁ ଝିଅଙ୍କ ମଧ୍ୟରେ ସଂସ୍କାର ରହିଥିବ ସେ ଘରକୁ ସ୍ବର୍ଗ କରିଥାଏ। ଯେଉଁମାନଙ୍କ ମଧ୍ୟରେ ଗୁଣ ହିଁ ନଥିବ ସେମାନେ ଘରକୁ ନର୍କ କରିଦେବେ।

ଦ୍ବିତୀୟ ନୀତି: ଚାଣକ୍ୟଙ୍କ ଅନୁସାରେ ଯେତେବେଳେ ଜଣେ ପୁଅ ବିବାହ ପାଇଁ କୈାଣସି ଝିଅ ଦେଖିବାକୁ ଯାଇଥାଆନ୍ତି ସେତେବେଳେ ତାଙ୍କୁ ଝିଅର ସୁନ୍ଦରତା ନୁହେଁ ବରଂ ଝିଅ ମଧ୍ୟରେ ଥିବା ସଂସ୍କାରକୁ ଦେଖିବା ଉଚିତ୍। ଚାଣକ୍ୟ କୁହନ୍ତି ସୁନ୍ଦର ଝିଅମାନେ ପ୍ରାୟତଃ ପରେ ପୁଅଙ୍କୁ ଧୋକା ଦେଇଥାଆନ୍ତି। ଯେଉଁ ଝିଅଙ୍କ ମଧ୍ୟରେ ଉତ୍ତମ ସଂସ୍କାର ନଥିବ ସେ ନିଜ ପରିବାର ସହିତ ସ୍ବାମୀଙ୍କୁ ମଧ୍ୟ ସମସ୍ୟାରେ ପକାଇଥାଆନ୍ତି। ଯେଉଁ ଝିଅଙ୍କ ମଧ୍ୟରେ ସଂସ୍କାର ନଥିବ ସେମାନେ କେବେ ଭଲ ପତ୍ନୀ ହୋଇପାରିବେ ନାହିଁ।

ତୃତୀୟ ନୀତି: କେତେକ ଝିଅଙ୍କ ସ୍ବପ୍ନ ଥାଏ ଯେ ସେ ଦାମୀ ପୋଷାକ ପିନ୍ଧିବେ ଏବଂ ତାଙ୍କ ପାଖରେ ବହୁତ ଟଙ୍କା ଥିବ। ଏପରି ଝିଅମାନେ ଧନୀ ଘରେ ବିବାହ କରିବାକୁ ଚାହଁନ୍ତି। ଚାଣକ୍ୟଙ୍କ ଅନୁସାରେ ଯଦି ଆପଣ ଏପରି ଝିଅଙ୍କୁ ବିବାହ କରୁଛନ୍ତି ତେବେ ଆପଣଙ୍କୁ ଦିନେ ଅତ୍ୟନ୍ତ ଦୁଃଖ ଭୋଗିବାକୁ ହେବ। କାରଣ ଯଦି ଆପଣ ତାଙ୍କ ସମସ୍ତ ଇଚ୍ଛାକୁ ପୂରଣ କରି ପାରିବେ ନାହିଁ ତେବେ ସେ ଆପଣଙ୍କୁ କେବେ ନା କେବେ ଧୋକା ଦେବେ। ଏପରି ଲୋଭୀ ସ୍ତ୍ରୀ କେବଳ ନିଜ ବିଷୟରେ ଭାବିଥାଆନ୍ତି। ସେମାନେ କେବେ ଅନ୍ୟଙ୍କ ବିଷୟରେ ଭାବନ୍ତି ନାହିଁ। ଏଥିପାଇଁ ଯଦି ଆପଣଙ୍କୁ କେବେ ଏପରି ମହିଳାଙ୍କ ସହ ବିବାହ ପ୍ରସ୍ତାବ ଆସୁଛି ତେବେ ଆପଣ ତାଙ୍କୁ ତୁରନ୍ତ ମନା କରି ଦିଅନ୍ତୁ।

   Related Posts