ଏହି ୩ ରାଶିର ବ୍ୟକ୍ତି ସୁନା ମୁଦି ପିନ୍ଧିବା ମନା, ଜାଣନ୍ତୁ କାହିଁକି

Published By : Prameya-News7 Bureau | May 21, 2019 IST

ଭାରତରେ ଉଭୟ ପୁରୁଷ ଓ ମହିଳା ସୁନା ମୁଦି ପିନ୍ଧିବାକୁ ପସନ୍ଦ କରିଥାନ୍ତି । ବିଶେଷକରି ଦକ୍ଷିଣ ଭାରତୀୟମାନେ ସୁନା ପିନ୍ଧିବାକୁ ଅଧିକ ପସନ୍ଦ କରିଥାନ୍ତି । ସୁନା ମୁଦି ପିନ୍ଧିଲେ ଭଲ ଦେଖାଯାଏ ବୋଲି ମଧ୍ୟ ଅନେକ ଲୋକ  ମୁଦି ପିନ୍ଧିବାକୁ ପସନ୍ଦ କରିଥାନ୍ତି । ସୁନା ଏକ ଧାତୁ । ଏହା ମଧ୍ୟ ଗ୍ରହ ସହ ଜଡିତ । କିଛି ରାଶିର ବ୍ୟକ୍ତିଙ୍କ ପାଇଁ ସୁନା ପିନ୍ଧିବା ଶୁଭ ହୋଇଥିବାବେଳେ କିଛି ରାଶିର ବ୍ୟକ୍ତିଙ୍କୁ ସୁନା ପିନ୍ଧିବା ମନା । କିଛି ଲୋକଙ୍କ ପାଇଁ ସୁନା ପିନ୍ଧିବା ଅଶୁଭ ପ୍ରମାଣିତ ହୋଇଥାଏ ।

{"id":114378}

ସୁନା ରବି ଗ୍ରହଙ୍କ ସହ ଜଡିତ । ପ୍ରତ୍ୟେକ ଧାତୁ କୌଣସି ନା କୌଣସି ଗ୍ରହ ସହିତ ଜଡିତ । ଭୁଲ ରାଶିର ବ୍ୟକ୍ତି ଭୁଲ ଧାତୁ ଧାରଣ କଲେ ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବିଶେଷଙ୍କୁ ସୁନା ମୁଦି ପିନ୍ଧିବା ମନା ।

{"id":114379}

ବୃଷ – ବୃଷ ରାଶିର ବ୍ୟକ୍ତି ବିଶେଷଙ୍କୁ ସୁନା ଠାରୁ ଦୂରେଇ ରହିବା ଉଚିତ । ସୁନା ଓ ରବି ଆପଣଙ୍କ ଶତ୍ରୁ । ସୁନା ମୁଦି ପିନ୍ଧବା ଦ୍ୱାରା ଆପଣଙ୍କ କୌଣସି କାମ ସଫଳ ହୋଇନଥାଏ । ସୁନା ମୁଦି ପିନ୍ଧବା ଦ୍ୱାରା ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।

{"id":114380,"width":576,"height":337}

ମୀନ – ରବି ଏବଂ ମୀନ ରାଶି ପରସ୍ପରର ଶତ୍ରୁ । ଉଭୟଙ୍କ ଭଲ ପଡେ ନାହିଁ । ସେଥିପାଇଁ ସୁନା ମୁଦି ପିନ୍ଧବା ଆପଣଙ୍କୁ ଅସୁବାଧାରେ ପକାଇପାରେ । ସୁନା ପିନ୍ଧବା ଦ୍ୱାରା ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ଧନ ହାନି ହୋଇଥାଏ ।

{"id":114382,"width":580,"height":290}

କର୍କଟ - ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସୁନା ମୁଦି କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଠିକ୍ ନୁହେଁ । କର୍କଟ ରାଶିର ବ୍ୟକ୍ତି ବିଶେଷ ଅନ୍ୟ ଯେକୌଣସି ଧାତୁ ଧାରଣ କରିପାରିବେ । ସୁନା ମୁଦି ଧାରଣ କରିବା ଦ୍ୱାରା କଷ୍ଟ ବଢିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.