ତିନିଜଣ ମହିଳା ଏବେ ମୋଦିଙ୍କ ପାଇଁ ଅଡୁଆ: ଜାଣନ୍ତୁ କିଏ ଏମାନେ

Published By : Prameya-News7 Bureau | February 02, 2019 IST

ନୂଆଦିଲ୍ଲୀ ୨|୧: ୧୯ ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ବେଳେ ମୋଦିଙ୍କ ବିପକ୍ଷରେ ୩ ମହିଳାଙ୍କ ଉପସ୍ଥିତିକୁ ନେଇ ଖୁବ ଚର୍ଚ୍ଚା। ରାଜନୀତିରେ ଏହି ୩ ମହିଳାଙ୍କ ଉପସ୍ଥିତି ଆଗାମୀ ନିର୍ବାଚନର ସମୀକରଣ ବଦଳାଇ ଦେଇପାରେ ବୋଲି ହେଉଛି ଚର୍ଚ୍ଚା। ପ୍ରିୟଙ୍କାଙ୍କ ବିଧିବଦ୍ଧ ଭାବେ  କଂଗ୍ରେସରେ ଏଣ୍ଟ୍ରି, ମାୟାବତୀ ଓ ମମତା ଏବେ ମୋଦିଙ୍କ ପାଇଁ ବଡ଼ ବିପଦ ହୋଇ ପାରନ୍ତି । ଏକଥା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ଛାଡିଥିବା ବରିଷ୍ଠ ନେତା ଯଶବନ୍ତ ସିହ୍ନା। ମମତା ଜଣେ ଦୃଢ ନେତ୍ରୀ ଭାବେ ପଶ୍ଚିମବଙ୍ଗରେ ୩୪ ବର୍ଷର ବାମଦଳକୁ କ୍ଷମତାଚ୍ୟୁତ କରିଥିବା ବେଳେ ପ୍ରୀୟଙ୍କା ଯୁବ,ମହିଳା ଓ ଫ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଭୋଟରଙ୍କ ଭୋଟ ହାତେଇବାର ସମ୍ଭାବନା ଦେଖାଦେଇଛି। ସେହିଭଳି ନିଜର ପୂର୍ବ ଶତ୍ରୁତାକୁ ଭୁଲି ଏସପି ସହ ମେଣ୍ଟ କରିଛନ୍ତି। ତେଣୁ ପ୍ରଭାବ ପଡିବ ବୋଲି ସମୀକ୍ଷଙ୍କ ବି ମତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.