ଏହି ୩ ଜଣ ଖେଳାଳି ସବୁଠୁ ଅଧିକ ଦାମି ଜୋତା ପିନ୍ଧି ଖେଳନ୍ତି କ୍ରିକେଟ୍…

Published By : Prameya-News7 Bureau | October 22, 2019 IST

ନୂଆଦିଲ୍ଲୀ୨୨|୧୦: କ୍ରିକେଟ୍‌ ଖେଳ ପ୍ରତ୍ୟେକ ଭାରତୀୟଙ୍କ ମନ ପସନ୍ଦର ଖେଳ। ଟିଭିରେ କ୍ରିକେଟ ଖେଳ ଦେଖିବା ସମୟରେ ଦର୍ଶକ ଭାରତୀୟ ଖେଳାଳୀଙ୍କ ଉପରେ ନଜର ରଖିଥାନ୍ତି। ଏବେ କ୍ରିକେଟ ଖେଳାଳି ଗ୍ଲାମର ଦୁନିଆ ସହ ଯୋଡ଼ି ରହିବା ଯୋଗୁଁ ଅଧିକ ଚର୍ଚ୍ଚାରେ ରହୁଛନ୍ତି। ଏପରିକି ବଲିଉଡ୍‌ ଅଭିନେତ୍ରୀଙ୍କୁ ଡେ୍ଟ କରିବା  ଓ ସେମାନଙ୍କୁ ବିବାହ କରିବା ବର୍ତ୍ତମାନ ସମୟରେ କ୍ରିକେଟ୍ ଖେଳାଳୀଙ୍କ ଫେସନ ହୋଇଗଲାଣି। କେତେ ଭାରତୀୟ ଖେଳାଳି ଅଛନ୍ତି ଯେଉଁମାନଙ୍କ ଜୋତାକୁ ନେଇ ଚର୍ଚ୍ଚା ଚାଲିଛି। ଟିମ ଇଣ୍ଡିଆର ୩ ଜଣ ଖେଳାଳୀ ଯିଏ ଦାମି ଜୋତା ପିନ୍ଧି ପଡିଆକୁ ଓହ୍ଲାଇଥାନ୍ତି।

{"id":173355}

ବିରାଟ କୋହଲି- ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ସବୁଠୁ ଅଧିକ ଦାମି ପୁମା (Puma) କମ୍ପାନୀର ଜୋତା ପିନ୍ଧି ଖେଳ ମୈଦାନକୁ ଓହ୍ଲାଇଥାନ୍ତି। କୋହଲି ବ୍ୟବହାର କରୁଥିବା ଜୋତାର ଦାମ ୨୫ରୁ ୩୦ ହଜାର ଟଙ୍କା ଭିତରେ ହେବ।

{"id":173356}

୨-ମହେନ୍ଦ୍ର ସିଂହ ଧୋନୀ- ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଷ୍ଟେ୍‌ରଲିଆର କମ୍ପାନୀ ସିସିଏସର ଜୋତା ବ୍ୟବହାର କରନ୍ତି। ଏହି ଜୋତାର ଦାମ ୨୦ରୁ୨୫ ହଜାର ହେବ।

{"id":173357}

୩- ଯୁବରାଜ ସିଂହ- ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ଯୁବରାଜ ସିଂହ ସବୁବେଳେ ପୁମା (puma) କମ୍ପାନୀର ଜୋତା ବ୍ୟବହାର କରନ୍ତି। ଯୁବରାଜଙ୍କ ଜୋତାର ଦାମ ୧୫ରୁ ୨୦ ହଜାର ଟଙ୍କା ହେବ।            

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.