ଆଜୀବନ ଅବିବାହିତ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏହି ୩ ଜଣ ସୁନ୍ଦରୀ ଅଭିନେତ୍ରୀ
18/11/2019 at 8:42 AM

ମୁମ୍ବାଇ୧୭|୧୧: ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି,ଯେଉଁମାନେ କିଛି ବର୍ଷ ଯାଏଁ ବଲିଉଡରେ ରାଜ କରୁଥିଲେ। ଦର୍ଶକ ଏହି ଅଭିନେତ୍ରୀଙ୍କ ପାଇଁ ପାଗଳ ଥିଲେ। ସେମାନଙ୍କ ମଧ୍ୟରୁ କିଛି ଏବେ ପରଦାରେ ନଜର ଆସୁଛନ୍ତି ତ କିଛି ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି। ସେହିଭଳି କିଛି ଅଭିନେତ୍ରୀ ଅଛନ୍ତି ଯିଏ ବୟସ୍କ ହେବା ସତ୍ତ୍ବେ ଏଯାଏଁ ବିବାହ କରିନାହାନ୍ତି। ସେମାନେ ହେଉଛନ୍ତି-

୧- ନଗ୍ମା- ଅଭିନେତ୍ରୀ ନଗ୍ମା ତେଲୁଗୁ, ତାମିଲ, ଭୋଜପୁରୀ, ମଲାୟଲମ୍, କନ୍ନଡ, ବେଙ୍ଗଲୀ ଫିଲ୍ମ ଇଣଅଡଷ୍ଟ୍ରି ସହ ବଲିଉଡରେ ମଧ୍ୟ ଅଭିନୟ କରିଛନ୍ତି। ଅନେକ ହିଟ୍ ଫିଲ୍ମ କରି ନଗ୍ମା ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଥିଲେ। ଏବେ ନଗ୍ମାଙ୍କ ବୟସ ହେଉଛି ୪୪ ବର୍ଷ। ଏଯାଏଁ ବିବାହ କରି ନଥିବା ଅଭିନେତ୍ରୀ ନଗ୍ମା ଆଗକୁ ବିବାହ କରିବା ବିଷୟରେ କିଛି ଚିନ୍ତା କରୁନାହାନ୍ତି।

୨-ତବୁ- ବଲିଉଡର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତବୁ। ଅଭିନେତା ସଲମାନଙ୍କ ଭଳି ବିବାହକୁ ନେଇ ଚର୍ଚ୍ଚାରେ ରୁହନ୍ତି ତବୁ । ଏବେ ତବ୍ବୁଙ୍କ ବୟସ ହେଉଛି ୪୮ ବର୍ଷ। ବଲିଉଡ ଫିଲ୍ମ ଇଂଣ୍ଡଷ୍ଟ୍ରିରେ ବହୁତ ସମୟରୁ ରାଜ କରୁଛନ୍ତି ତବ୍ବୁ। ବହୁ ଅଭିନେତାଙ୍କ ସହ ତବ୍ବୁଙ୍କ ରିଲେସନସିପ୍ କୁ ନେଇ ଚର୍ଚ୍ଚା ହୁଏ ସତ କିନ୍ତୁ ସେ ଏବେ ବି ଅବିବାହିତା । କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ସେ ବିବାହ କରିବେନି ବୋଲି କହିଥିଲେ।
