ନାବାଳିକା ଥିବା ସମୟରେ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀମାନେ

Published By : Prameya-News7 Bureau | October 17, 2019 IST

ମୁମ୍ବାଇ୧୭|୧୦: ବଲିଉଡର ଏମିତି ଅନେକ ଘଟଣା ଅଛି ଯାହା ଏବେ ମଧ୍ୟ ରହସ୍ୟ ହୋଇ ରହିଛି। ଏହି ସବୁ ଘଟଣା କେବେ ପଦାକୁ ବାହାରିନାହିଁ। ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନାବାଳିକା ଥିବା ସମୟରେ ଗର୍ଭବତୀ ହୋଇଥିଲେ। ତେବେ ଏହି ତାଲିକାରେ ୩ ଜଣ ଅଭିନେତ୍ରୀଙ୍କ ନାଆ ସାମ୍ନାକୁ ଆସିଛି।

{"id":170917,"width":610,"height":303}

ଉର୍ବଶୀ ଢୋଲାକିୟା: ଉର୍ବଶୀ ଢୋଲାକିୟା ଟିଭି ଇଣ୍ଟଷ୍ଟ୍ରିର ଜଣେ ନାମି ଦାମୀ ଅଭିନେତ୍ରୀ। ନିଜ ସୌନ୍ଦର୍ଯ୍ୟ ଓ ଅଭିନୟ ପାଇଁ ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି। କସୌଟି ଜିନ୍ଦଗୀ କି ଧାରାବାହିକରେ ସେ କୋମୋଲିକା ଭୂମିକାରେ ଅଭିନୟ କରିଥିଲେ। ୨୦୧୩ ମସିହାରେ ସେ ବିଗ୍‌ବସ୍‌ ସୋ’ ଜିତିଥିଲେ। ରିପୋର୍ଟ ଅନୁସାରେ ଉର୍ବଶୀ ୧୫ ବର୍ଷ ବୟସରେ ବିବାହ କରିଥିଲେ। ୧୬ ବର୍ଷ ବୟସରେ ସେ ୨ଟି ସନ୍ତାନଙ୍କୁ ଜନ୍ମ ଦେିଥିଲେ।

{"id":170918}

ଡିମ୍ପଲ କାପାଡିୟା: ବଲିଉଡର ବହୁ ପ୍ରତିଷ୍ଠିତ ଅଭିନେତ୍ରୀ ଡିମ୍ପଲ କାପାଡିୟା ୧୬ ବର୍ଷ ବୟସରେ ପରଦାରେ ପାଦ ଦେଇଥିଲେ। ୧୯୭୩ ମସିହାରେ ରାଜ କପୁର ତାଙ୍କୁ ଲଂଚ କରିଥିଲେ। ବବି ଫିଲ୍ମରେ ଅଭିନୟ କରି ହିଟ୍‌ ହୋଇଥିଲେ ଡିମ୍ପଲ। ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପରେ ସେ ୧୭ ବର୍ଷ ବୟସରେ ବରିଷ୍ଠ ଅଭିନେତା ରାଜେଶ ଖନ୍ନାଙ୍କୁ ବିବାହ କରିଥିଲେ। ରାଜେଶ ଖନ୍ନା ସେତେବେଳେ ଜଣେ ସୁପରଷ୍ଟାର ଥିଲେ।ବିବାହର ୧୦ ମାସ ପରେ ସେ ଟୁଇଙ୍କିଲ ଖନ୍ନାଙ୍କୁ ଜନ୍ମ ଦେଇଥିଲେ।

{"id":170919}

ଭାଗ୍ୟଶ୍ରୀ: ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ ଏବେ ପରଦାରେ ଦେଖିବାକୁ ମିଳୁନାହାନ୍ତି ସତ କିନ୍ତୁ ଆଜି ମଧ୍ୟ ସେ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। “ମୈନେ ପ୍ୟାର କିୟା” ଚଳଚ୍ଚିତ୍ରରେ ଅଭିନୟ କରିଲା ପରେ ରାତା ରାତି ସେ ଷ୍ଟାର ହୋଇଯାଇଥିଲେ। ନିଜ ଡେବ୍ୟୁ ଫିଲ୍ମରୁ ସେ ବଲିଉଡରେ ଧମାଲ କରିଥିଲେ। “ମୈନେ ପ୍ୟାର କିୟା” ପିଲ୍ମରେ ତାଙ୍କ ଅଭିନୟ ପାଇଁ ଫିଲ୍ମଫେଆରରେ ବେଷ୍ଟ ଫିମେଲ ଆୱାର୍ଡ ମଧ୍ୟ ହାସଲ କରିଥିଲେ। ତାଙ୍କ ବିବାହ ୧୯୯୦ ମସିହା ହିମାଲୟଙ୍କ ସହ ହୋଇଥିଲା।୧୭ ବର୍ଷ ବୟସରେ ସେ ତାଙ୍କ ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.