ପରସ୍ପର ସହ ଜମା ପଡନ୍ତିନି ଏହି ଦୁଇ ରାଶି: ସବୁବେଳେ ହୋଇଥାଏ ଝଗଡା

Published By : Prameya-News7 Bureau | December 06, 2021 IST

ଭୁବନେଶ୍ୱର ୦୬/୧୨ : ଜ୍ୟୋତିଷଶାସ୍ତ୍ରରେ ୧୨ ରାଶିକୁ ୪ ତତ୍ତ୍ୱରେ ଭାଗ କରାଯାଇଛି, ଜଳ ପୃଥିବୀ, ଅଗ୍ନି ଓ ବାୟୁ। ସବୁ ରାଶିର ନିଜ ନିଜର ଗୁଣ ଅଛି। ଜଳ ତତ୍ତ୍ୱର ୩ଟି ରାଶି- କର୍କଟ, ବିଛା ଓ ମୀନ। କର୍କଟ ଓ ବିଛା ରାଶିର ପରସ୍ପର ମଧ୍ୟରେ ବିବାଦ ହୋଇଥାଏ। କର୍କଟ ରାଶି ବ୍ୟକ୍ତି ଭାବୁକ ହୋଇଥାନ୍ତି କିନ୍ତୁ ବିଛା ରାଶି ବ୍ୟକ୍ତି ଜିଦ୍ଦି ପ୍ରକୃତିର ହୋଇଥାନ୍ତି। ସେଥିପାଇଁ ଏହି ଦୁଇ ରାଶିର ପରସ୍ପର ସହ ପଡେନାହିଁ। ଅନେକ ସମୟରେ କର୍କଟ ଓ ବିଛା ରାଶି ବ୍ୟକ୍ତି ଗୋଟିଏ କଥାରେ ସହମତ ହୋଇନଥାନ୍ତି। ଏହି ସ୍ଥିତି ଝଗଡାର ରୂପ ନେଇଥାଏ। ତାଛଡା କର୍କଟ ରାଶି ବ୍ୟକ୍ତି ବହୁତ ନମ୍ର ହୋଇଥାନ୍ତି। ମଙ୍ଗଳ ଗ୍ରହର ରାଶି ବିଛା ସହ ରହିଲେ କର୍କଟର ଝଗଡା ହୋଇଥାଏ।

ବିଛା ରାଶି ବ୍ୟକ୍ତି ଜିଦ ଧରିଲେ ନିଜର ଛୋଟମୋଟ ଆଘାତର ମଧ୍ୟ ପ୍ରତିଶୋଧ ନିଅନ୍ତି। କର୍କଟ ରାଶି ବ୍ୟକ୍ତି ମଧ୍ୟ ପ୍ରତିଶୋଧ ପରାୟଣ ହୋଇଥାନ୍ତି। କର୍କଟ ରାଶି ବ୍ୟକ୍ତି ଆର୍ଥିକ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ବିଛା ରାଶି ବ୍ୟକ୍ତିଙ୍କର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନଥାଏ। ସେଥିପାଇଁ ମଧ୍ୟ ବିଛା ଓ କର୍କଟ ରାଶିର ପରସ୍ପର ସହ ପଡେନାହିଁ। ସଫଳ ସମ୍ପର୍କ ପାଇଁ କର୍କଟ ଓ ବିଛା ରାଶି ବ୍ୟକ୍ତିଙ୍କୁ ସତ ସ୍ୱୀକାର କରିବା ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.