ଏହି ଦୁଇ ରାଶିର ବ୍ୟକ୍ତିଙ୍କୁ ନିଶ୍ଚିତ ଧାରଣ କରିବା ଉଚିତ ଫିରୋଜା ରତ୍ନ ; ଜାଣନ୍ତୁ କାହିଁକି

Published By : Prameya-News7 Bureau | February 02, 2019 IST

ଭୁବନେଶ୍ୱର ୨/୨ : ଜ୍ୟୋତିଷଶାସ୍ତ୍ର ଏବଂ ରତ୍ନ ଶାସ୍ତ୍ରରେ ବିଶ୍ୱାସ ରହିଛି ଯେ, ବ୍ୟକ୍ତିଙ୍କ କର୍ମର ପ୍ରଭାବ ଜୀବନ ଉପରେ ଏବଂ ରାଶି ଓ ଗ୍ରହ ଉପରେ ମଧ୍ୟ ପଡିଥାଏ | ଗ୍ରହମାନଙ୍କ ଖରାପ ପ୍ରଭାବରୁ ରକ୍ଷା ପାଇବା ପାଇଁ, ଗ୍ରହ ଶାନ୍ତି ପାଇଁ ଏବଂ ଗ୍ରହ ମଜବୁତ କରିବା ପାଇଁ ଜ୍ୟୋତିଷଶାସ୍ତ୍ରରେ କେତେ ପ୍ରକାର ରତ୍ନ ଧାରଣ କରିବାକୁ ହୋଇଥାଏ |

{"id":80954}

ରତ୍ନ ଧାରଣ ଦ୍ୱାରା ମଣିଷ ଜୀବନରେ ହେଉଥିବା ସମସ୍ୟା କିଛି ମାତ୍ରାରେ କମି ଯାଇଥାଏ | ରତ୍ନ ଧାରଣ ଦ୍ୱାରା ରୋଗ ବୈରାଗରୁ ବି କିଛି ମାତ୍ରାରେ ମୁକ୍ତି ମିଳିଥାଏ | ଆଜି ଆମେ ଏମିତି ଏକ ରତ୍ନ ବିଷୟରେ କହିବୁ ଯାହାକୁ ଧାରଣ କରି କିଛି ଖାସ ରାଶିର ବ୍ୟକ୍ତି ଧାରଣ କରିପାରିବେ | ଏହି ରତ୍ନ ଧାରଣ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖ ଶାନ୍ତି ବଜାୟ ରହିବ |

{"id":80955,"width":563,"height":563}


ରତ୍ନ ମାନଙ୍କ ମଧ୍ୟରେ ଗୋଟିଏ ରତ୍ନ ହେଉଛି ଫିରୋଜା | ଏହି ରତ୍ନ ରୋଗରୁ ବି ମୁକ୍ତି ଦେଇଥାଏ | ପ୍ରେମ ସମ୍ବନ୍ଧକୁ ସୁଧାରିବା ପାଇଁ ମଧ୍ୟ ଏହି ରତ୍ନ ସହାୟତା କରିବ | ଏହି ରତ୍ନର ରଙ୍ଗ ଫିରୋଜି, ଗାଢ଼ ନୀଳ, ଆକାଶୀ ଏବଂ ସବୁଜ ହୋଇଥାଏ | ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ରତ୍ନକୁ ଧାରଣ କରିବା ପରେ ଅନେକ ସମସ୍ୟା ଦୂର ହୋଇଯାଇଥାଏ |

{"id":80957,"width":576,"height":457}


ଜ୍ୟୋତିଷଙ୍କ ଅନୁସାରେ, ଧନୁ ରାଶି ଏବଂ ମୀନ ରାଶି ବ୍ୟକ୍ତିଙ୍କ ପାଇଁ ଫିରୋଜା ରତ୍ନ ବହୁତ ଲାଭଦାୟକ ହୋଇଥାଏ | ପୌଷ ମାସରେ ଜନ୍ମ ହୋଇଥିବା ଜାତକ ଫିରୋଜା ରତ୍ନ ଧାରଣ କରି ଅଧିକ ଲାଭ ପ୍ରାପ୍ତ କରିଥାନ୍ତି |

{"id":80958,"width":576,"height":576}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.