ଏହି ୨ ରାଶିର ବ୍ୟକ୍ତିଙ୍କ ପାଇଁ କଳା ସୁତା ଧାରଣ କରିବା ଅଶୁଭ ହୋଇଥାଏ

Published By : Prameya-News7 Bureau | April 14, 2019 IST

ଭୁବନେଶ୍ୱର ୧୪/୪ : ଲୋକେ ନିଜ ହାତରେ କଳା ସୁତା ବାନ୍ଧିବା ଆପଣମାନେ ନିଶ୍ଚୟ ଦେଖିଥିବେ | ଆପଣ ମଧ୍ୟ କେବେ ବାନ୍ଧିଥିବେ | ବିଭିନ୍ନ ଲୋକ ଭିନ୍ନ ଭିନ୍ନ ବିଶ୍ୱାସ ନେଇ ହାତରେ କଳା ସୁତା ବାନ୍ଧିଥାନ୍ତି | କଳା ସୁତା ବାନ୍ଧିବା ଦ୍ୱାରା ଲୋକଙ୍କ ଖରାପ ଦୃଷ୍ଟି ପଡ଼ିନଥାଏ ବୋଲି ବିଶ୍ୱାସ କରନ୍ତି | ହାତରେ କଳା ସୁତା ବାନ୍ଧିବା ବହୁତ ଶୁଭ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି | କିନ୍ତୁ କିଛି ରାଶି ପାଇଁ ନାଲି ସୁତା ବାନ୍ଧିବା ଶୁଭ ହୋଇଥାଏ | କିନ୍ତୁ କିଛି ରାଶିର ବ୍ୟକ୍ତିଙ୍କ ପାଇଁ କଳା ସୁତା ହେଉ କି ନାଲି ସୁତା ହେଉ ଅଶୁଭ ହୋଇଥାଏ | ଆସନ୍ତୁ ଜାଣିବା କେଉଁ ୨ଟି ରାଶି ପାଇଁ କଳା ସୁତା ଧାରଣ କରିବା ଅଶୁଭ ହୋଇଥାଏ:

{"id":103316}

ମେଷ : ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ମେଷ ରାଶିର ସ୍ୱାମୀ ମଙ୍ଗଳ | ମଙ୍ଗଳ କୌଣସି କଳା ବସ୍ତୁ ପସନ୍ଦ କରନ୍ତିନି | ଯେଉଁଥିପାଇଁ ମେଷ ରାଶିର ବ୍ୟକ୍ତି କଳା ସୁତା ଧାରଣ କଲେ ମଙ୍ଗଳଙ୍କ ସବୁ କୃପା ସମାଂସପିଟା ହୋଇଯାଏ | ଯେଉଁଥିପାଇଁ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ | ମେଷ ରାଶି ବ୍ୟକ୍ତି କଳା ସୁତା ଧାରଣ କରିବା ଦ୍ୱାରା ସମସ୍ତ ଖରାପ ଶକ୍ତିର ପ୍ରଭାବ ମଧ୍ୟ ପଡିଥାଏ | ସେଥିପାଇଁ ମେଷ ରାଶି ବ୍ୟକ୍ତିଙ୍କୁ କେବେ ମଧ୍ୟ କଳା ସୁତା ଧାରଣ କରିବା ଉଚିତ ନୁହେଁ |

{"id":103317}


ବିଛା : ବିଛା ରାଶିର ସ୍ୱାମୀ ମଧ୍ୟ ମଙ୍ଗଳ ଗ୍ରହ | ବିଛା ରାଶିର ବ୍ୟକ୍ତିଙ୍କ ଜୀବନରେ ମଙ୍ଗଳ ଗ୍ରହଙ୍କ ପ୍ରଭାବ ପଡିଥାଏ | ବିଛା ରାଶି ବ୍ୟକ୍ତି ବିଶେଷ କେବେ ମଧ୍ୟ କଳା ସୁତା ଧାରଣ କରିବା ଉଚିତ ନୁହେଁ | ଏଭଳି କଲେ ମଙ୍ଗଳ ଦେବ ରାଗି ଯାଆନ୍ତି | ସେଥିପାଇଁ ବିଛା ରାଶି ବ୍ୟକ୍ତିଙ୍କୁ ନାଲି ସୁତା ଧାରଣ କରିବା ଉଚିତ | ନାଲି ରଙ୍ଗ ବିଛା ରାଶି ପାଇଁ ଶୁଭ |

{"id":103318,"width":582,"height":323}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.