Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପିପିଲି ଉପନିର୍ବାଚନ : ପ୍ରକାଶ ପାଇଲା ସାନି ବିଜ୍ଞପ୍ତି, ମେ ୧୩ରେ ମତଦାନ
  • ||
  • ମାଲକାନଗିରି : ରକ୍ତ ମୁଖା ଲାଲ୍‌ବାହିନୀ , ପୋଲିସ ଇନଫର୍ମର ସନ୍ଦେହରେ ୨ଛାତ୍ରଙ୍କୁ ଗଳାକାଟି ହତ୍ୟା
  • ||
  • କରୋନା ଭୟରେ କଠୋର ହେଲା ହଂକଂ: ଭାରତକୁ ବିମାନ ଚଳାଚଳ ବନ୍ଦ, ୩ ମେ ଯାଏଁ ଲାଗିଲା କଟକଣା
  • ||
  • କଳାହାଣ୍ଡି : ନଳକୂପ ଅଛି ହେଲେ ପାଣି ବାହାରୁନି, ପାନୀୟ ଜଳ ଯୋଗାଣ ଦାବିରେ ସରପଞ୍ଚ, ପଞ୍ଚାୟତ ଓ ବ୍ଲକ୍ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
  • ||
  • କଳାହାଣ୍ଡି : ଲଡୁଗାଁରେ ବଢିଲା ସଟ୍ ଡାଉନ୍ ଅବଧି, ଆଉ ୪ଦିନ ରହିବ ବଳବତ୍ତର
  • ||
  • ରାଜ୍ୟରେ ୪ହଜାର ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୪୪୫ ପଜିଟିଭ୍ ଚିହ୍ନଟ
  • ||
  • କରୋନା ନେଲା ଜୀବନ: ପରଲୋକରେ ଜେଡିୟୁ ବିଧାୟକ ମେଓ୍ୱାଲାଲ ଚୌଧୁରୀ
  • ||
  • ଆଜିଠୁ ଶ୍ରୀମନ୍ଦିରରେ ନୂଆ SOP ଲାଗୁ, ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
  • ||
  • ଚଣ୍ଡିଖୋଲ : ଟ୍ରେନ୍ ଲାଇନ୍‌ରୁ ମିଳିଲା ମୃତଦେହ, ନିକଟରେ ପଡିଛି ଏକ ସାଇକେଲ
  • ||
  • ଭୁବନେଶ୍ୱର : ୫ ସହରରେ ପାରଦ ୪୦ ଡିଗ୍ରୀ ଟପିଲା, ଆଗକୁ ଆହୁରି ବଢିବ ତାତି
  • ||

ଆଫଗାନିସ୍ତାନ ବିରୋଧରେ ଖରାପ ବ୍ୟାଟିଂ ଯୋଗୁଁ ଆଗାମୀ ମ୍ୟାଚ ଖେଳିବେନି ଏହି ଦୁଇ ଭାରତୀୟ ଖେଳାଳି !

23/06/2019 at 1:03 PM

ଆଫଗାନିସ୍ତାନ ବିପକ୍ଷରେ ଗତକାଲି ଭାରତ ଖେଳିଥିବା ମ୍ୟାଚରେ ବ୍ୟାଟିଂ ଭଲ କରିନଥିବା ଅଭିଯୋଗ ହୋଇଛି । ପ୍ରଥମ ୩ଟି ମ୍ୟାଚରେ ଶତକ ଓ ଅର୍ଦ୍ଧଶତକ ବାଡ଼େଇଥିବା ରୋହିତ ଶର୍ମା ଆଫଗାନ ବିପଦହାରେ ମାତ୍ର ଗୋଟିଏ ରନ କରି ଆଉଟ ହୋଇଯାଇଥିଲେ । ତାଙ୍କ ପରେ ଆଉ କୌଣସି ବ୍ୟାଟ୍ସମ୍ୟାନ ଭଲ ଖେଳିନଥିଲେ । ବିରାଟ କୋହଲି ଓ କେଦାର ଯାଦବ ଅର୍ଦ୍ଧଶତକ କରିଥିଲେ ମଧ୍ୟ ଆଉ ଅଧିକ ରନ ସଂଗ୍ରହ କରିପାରିନଥିଲେ । ଯେଉଁଥିପାଇଁ ଟିମ ୫୦ ଓଭରରେ ମାତ୍ର ୨୨୪ ରନ ସଂଗ୍ରହ କରିପାରିଥିଲା । ଏତେ ଖରାପ ପ୍ରଦର୍ଶନ ପରେ ଦୁଇ ଜଣ ବ୍ୟାଟ୍ସମ୍ୟାନ ଆଗାମୀ ମ୍ୟାଚ ନ ଖେଳିପାରନ୍ତି ।

ବିଜୟ ଶଙ୍କର ୪ ନମ୍ବର ବ୍ୟାଟ୍ସମ୍ୟାନ ଭାବେ ପଡିଆକୁ ଓହ୍ଲାଇଥିଲେ । ସେ ଦିନିକିଆରେ ଗୋଟିଏ ବି ଅର୍ଦ୍ଧଶତକ କରିନାହାନ୍ତି । ତଥାପି ତାଙ୍କ ପ୍ରତିଭାକୁ ଦେଖି ଟିମରେ ତାଙ୍କୁ ସାମିଲ କରାଯାଇଥିଲା । ଯେଉଁଥିପାଇଁ ଆମ୍ବଟି ରାଇଡ଼ୁଙ୍କୁ ଟିମରେ ସାମିଲ କରାଯାଇନଥିଲା । ପାକିସ୍ତାନ ବିପକ୍ଷରେ ମଧ୍ୟ ବିଜୟ ଶଙ୍କର ଭଲ ବ୍ୟାଟିଂ କରିନଥିଲେ ।

ଆଫଗାନ ବିରୋଧରେ ସେ ପ୍ରଥମରୁ ଭଲ ଖେଳିଥିଲେ କିନ୍ତୁ ଭୁଲ ସଟ ଯୋଗୁଁ ସେ ଆଉଟ ହୋଇଯାଇଥିଲେ । ୪୧ ବଲରେ ସେ ମାତ୍ର ୨୯ ରନ କରିପାରିଥିଲେ । ବୋଲର ରହମତ ଶାହଙ୍କ ବଲରେ ସେ ଆଉଟ ହୋଇଯାଇଥିଲେ । ତେବେ ଆଗାମୀ ମ୍ୟାଚରେ ତାଙ୍କୁ ଟିମରେ ଜାଗା ନ ମିଳିବାର ସମ୍ଭାବନା ରହିଛି ।

ଶିଖର ଧାୱନ ଆହତ ହେବାପରେ କେ.ଏଲ.ରାହୁଲଙ୍କୁ ଓପନର ବ୍ୟାଟ୍ସମ୍ୟାନ ଭାବେ ମଉକା ମିଳିଥିଲା । ପାକିସ୍ତାନ ବିପକ୍ଷରେ ସେ ଅର୍ଦ୍ଧଶତକ କରିଥିଲେ । ତେବେ ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ପାଇଁ ରାହୁଲଙ୍କ ବ୍ୟାଟିଂ ଉପରେ କାହାର ନଜର ନଥିଲା । କିନ୍ତୁ ଗାଟଲଇ ଆଫଗାନ ବିପକ୍ଷରେ ମଧ୍ୟ ରାହୁଲ ଭଲ ବ୍ୟାଟିଂ କରିନଥିଲେ । ୫୩ ବଲରେ ୩୦ ରନ କରି ରାହୁଲ ଆଉଟ ହୋଇଯାଇଥିଲେ । ରାହୁଲଙ୍କ ଏହିଭଳି ବ୍ୟାଟିଂ ପାଇଁ ରୋହିତ ଶର୍ମାଙ୍କ ଉପରେ ଚାପ ପଡିଥିଲା ।

କିନ୍ତୁ ଶିଖର ଧାୱନ ଧୂଆଁଧାର ବ୍ୟାଟିଂ କରି ରୋହିତ ଶର୍ମାଙ୍କୁ କ୍ରିଜରେ ସେଟ ହେବ ପାଇଁ ମଉକା ଦେଇଥାନ୍ତି । ସେଥିପାଇଁ ରାହୁଲଙ୍କ ଜାଗାରେ ଵିଶ୍ଵ ପନ୍ଥଙ୍କୁ ଟିମ ଓପନର ଭାବେ ପଡିଆକୁ ଓହ୍ଲାଇପାରେ ।

   Related Posts