Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ପାଖ ମାଡ଼ିବନି କରୋନା ଭାଇରସ୍ : ଲକଡାଉନ୍ ସମୟରେ ଏହି ୧୫ଟି ଉପାୟରେ ଘରେ ବସି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

25/03/2020 at 11:54 AM

ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକେ ସହଜରେ ଭାଇରସର ଶିକାର ହୁଅନ୍ତି। ଏପରି କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଖାଦ୍ୟପେୟର ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ରହିଛି। ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ନଥାଏ ଖାସ୍ କରି ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିମାନେ କରୋନା ଭାଇରସର ସଂକ୍ରମଣର ଶିକାର ହୋଇଥାଆନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ କାମ କରିଥାଏ।

୧. ଖଟା ଫଳ : ଅଧିକାଂଶ ରୋଗରେ ଡାକ୍ତର ରୋଗୀଙ୍କୁ ଖଟା ଫଳ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଥଣ୍ଡା-କାଶରୁ ଲଢ଼ିବା ପାଇଁ ଶରୀରକୁ ମଜବୁତ କରିଥାଏ। ଖଟା ଫଳ କହିଲେ ଅଙ୍ଗୁର,କମଳା,କିନୁ,ଲେମ୍ବୁ ଆଦି ଆଦିକୁ ବୁଝାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଆପଣଙ୍କୁ ଏସବୁ ଫଳ ନିୟମିତ ଭାବେ ସେବନ କରିବାକୁ ପଡ଼ିବ।

୨. ନାଲି କ୍ୟାପସିକମ୍: ଖଟା ଫଳ ତୁଳନାରେ ନାଲି କ୍ୟାପସିକମରେ ଦୁଇ ଗୁଣ ଭିଟାମିନ୍ ସି ରହିଥାଏ। ଏଥିରେ ପ୍ରଚୁର ମାତ୍ରାରେ କ୍ୟାରୋଟିନ୍ ମଧ୍ୟ ଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ବ୍ୟତୀତ ଭିଟାମିନ୍ ସି ତ୍ବଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ବିଟା କ୍ୟାରୋଟିନ୍ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢ଼ାଇଥାଏ।

୩.ବ୍ରୋକୋଲି : ବ୍ରୋକୋଲିରେ ଭିଟାମିନ୍ ଏ,ସି ଏବଂ ଇ ସହ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ବି ଥାଏ। ବ୍ରୋକୋଲି ସବୁଠୁ ସ୍ବାସ୍ଥ୍ୟଦାୟକ ପରିବା ମଧ୍ୟରେ ଗୋଟିଏ। ଏଥିରେ ପ୍ରୋଟିନ୍,କ୍ୟାଲସିୟମ୍ କାର୍ବୋହାଇଡ୍ରେଟ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ବ ପ୍ରଚୁର ମାତ୍ରାରେ ରହିଥାଏ।

୪. ଅଦା : ଅଦାରେ ବିଭିନ୍ନ ପ୍ରକାରର ଆଣ୍ଟି ଭାଇରାଲ୍ ତତ୍ତ୍ବ ମିଳିଥାଏ। ଏଥିପାଇଁ ନିଜ ଖାଇବାରେ ଏହାକୁ ସାମିଲ କରନ୍ତୁ। ପାନମଧୁରୀ କିମ୍ବା ମହୁ ସହ ଏହା ସେବନ କଲେ ଏହା ଆହୁରି ଲାଭଦାୟକ ରହିବ। ଦିନରେ ୩-୪ଥର ଅଦା ସେବନ କଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

୫. ରସୁଣ : ରସୁଣରେ ମଧ୍ୟ ବିଭିନ୍ନ ପ୍ରକାରର ଆଣ୍ଟି ଭାଇରାଲ୍ ତତ୍ବ ମିଳିଥାଏ। ସୁପ୍ କିମ୍ବା ସାଲାଡ ବ୍ୟତୀତ ଆପଣ ଏହାକୁ କଞ୍ଚା ଖାଇପାରିବେ। ଏକ ଚାମଚ ମହୁ ସହ ରସୁଣ ସେବନ କଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

୬.ତୁଳସୀ : ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ତୁଳସୀ ପତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପ୍ରତିଦିନ ସକାଳେ ଏକ ଚାମଚ ତୁଳସୀ ପତ୍ର ଖାଇବା ଦ୍ବାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ୩-୪ ଗୋଲମରିଚ ଏବଂ ଏକ ଚାମଚ ମହୁ ସହ ଏହା ସେବନ କଲେ ଆପଣଙ୍କ ଶରୀରକୁ ରୋଗ ସହ ଲଢ଼ିବା ପାଇଁ ଶକ୍ତି ମିଳିଥାଏ।

୭.ପାଳଙ୍ଗ : ପାଳଙ୍ଗରେ କେବଳ ଭିଟାମିନ୍ ସି ନୁହେଁ ବରଂ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟା କ୍ୟାରୋଟିନ୍ ମଧ୍ୟ ରହିଥାଏ ଯାହା ଆମ ଶରୀରରେ ସଂକ୍ରମଣ ସହ ଲଢ଼ିବାର କ୍ଷମତାକୁ ବୃଦ୍ଧି କରିଥାଏ। ବ୍ରୋକୋଲି ଭଳି ପାଳଙ୍ଗ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ଏହାର ପୋଷକ ତତ୍ତ୍ବକୁ ବଜାୟ ରଖିବା ପାଇଁ ଏହାକୁ ପୂରାପୂରି ସିଝାନ୍ତୁ ନାହିଁ।

 ୮.ବାଦାମ : ଥଣ୍ଡା କାଶର ଉପଶମ ପାଇଁ ଶରୀରରେ ଭିଟାମିନ୍ ଇ ରହିବା ନିତାନ୍ତ ଆବଶ୍ୟକ। ବାଦାମରେ ଭିଟାମିନ୍ ଇ ସହ ହେଲଦି ଫ୍ୟାଟ୍ ମଧ୍ୟ ରହିଥାଏ।

୯. ହଳଦୀ : ହଳଦୀକୁ ସବୁଠୁ ସ୍ବାସ୍ଥ୍ୟଦାୟକ ମସଲା ବୋଲି କୁହାଯାଇଥାଏ। ହଳଦୀ​ରେ ଆଣ୍ଟିଇନଫ୍ଲେମେଟରି ଗୁଣ ରହିଥାଏ। ହଳଦୀରେ ଥିବା କରକ୍ୟୁମିନ ମାଂସପେଶୀକୁ ମଜବୁତ କରିଥାଏ।

୧୦.ଅମୃତଭଣ୍ଡା : ଅମୃତଭଣ୍ଡା ମଧ୍ୟ ଭିଟାମିନ୍ ସିର ଭଲ ସ୍ରୋତ। ଅମୃତଭଣ୍ଡାରେ ପପେନ୍ ଥାଏ ଯାହା ପାଚକ ଏନଜାଇମ୍ ହୋଇଥାଏ। ଅମୃତଭଣ୍ଡାରେ ପୋଟାସିୟମ୍,ଭିଟାମିନ୍ ବି ଏବଂ ଫୋଲେଟ୍ ରହିଥାଏ। ଯାହା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ।

୧୧. ତାରା ପାନମହୁରୀ : ଖାଇବାରେ ସ୍ବାଦ ବୃଦ୍ଧି କରାଉଥିବା ତାରା ପାନମହୁରୀକୁ ମଧ୍ୟ ଆଣ୍ଟି-ଭାଇରାଲ୍ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ଏଥିରେ ଶିକିମିକ୍ ଏସିଡ ଥାଏ ଯାହା ଇନଫ୍ଲୁଏଞ୍ଜା ଭାଇରସ​‌ରେ ସଂକ୍ରମିତ ରୋଗୀଙ୍କୁ ଦିଆଯାଇଥାଏ।

୧୨. ବେରିଜ୍ : ଅଙ୍ଗୁର,ଜାମୁ କୋଳି,କ୍ରାନବେରି,ଷ୍ଟ୍ରବେରି,କୋକୋଆ,ଡାର୍କ ଚକୋଲେଟ୍ ଯେ କେବଳ ଅତିବାଇଗଣୀ ରଶ୍ମି ଏବଂ ଫଙ୍ଗଲ୍ ଇନଫେକ୍ସନ ପାଇଁ ଲାଭଦାୟକ ବରଂ ଏହା ସମସ୍ତ ପ୍ରକାର ଭାଇରସରୁ ଶରୀରକୁ ସୁରକ୍ଷା ପ୍ରଦାନ କରିଥାଏ।

୧୩. ନଡ଼ିଆ ତେଲ : ଘରେ ରୋଷେଇ କରିବାବେଳେ ସୋରିଷ ତେଲ କିମ୍ବା ରିଫାଇନ୍ ତେଲ ପରିବର୍ତେ ନଡ଼ିଆ ତେଲ ବ୍ୟବହାର କରିବା ଲାଭଦାୟକ ହେବ। ଏଥିରେ ଲରିକ୍ ଏସିଡ ଏବଂ କ୍ୟାପ୍ରିଲିକ୍ ଏସିଡ ରହିଥାଏ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରି ଭାଇରସରୁ ସୁରକ୍ଷା ପ୍ରଦାନ କରିଥାଏ।

୧୪. ଦହି : ଡାକ୍ତରଙ୍କ କହିବା ଅନୁସାରେ ପ୍ରତିଦିନ ଦହି ଖାଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ମାଂସପେଶୀ ସଙ୍କୋଚନକୁ ମଧ୍ୟ କମ୍ କରିଥାଏ।

୧୫. ଗ୍ରିନ୍ ଟି : ଶରୀରକୁ ସୁସ୍ଥ ରଖିବାରେ ଗ୍ରିନ୍ ଟି ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏହା ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାରକୁ ବାହାର କରିଥାଏ। ଏହା ବ୍ୟତୀତ ଏହା ପାଚନ ଶକ୍ତି ବୃଦ୍ଧି କରିଥାଏ। ପ୍ରତିଦିନ ଗ୍ରିନ୍ ଟି ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

   Related Posts