Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟିବି ହେବା ପୂର୍ବରୁ ଶରୀର ଦିଏ ୧୦ ସଙ୍କେତ, ଯୁବକଙ୍କ ମଧ୍ୟରେ ଅଧିକ ଦେଖାଯାଏ ତୃତୀୟ ଲକ୍ଷଣ, ତୁରନ୍ତ ବଦଳାନ୍ତୁ ଖାଦ୍ୟ

ଟ୍ୟୁବରକଲୋସିସ୍ (ଟିବି) ଏକ ଗୁରୁତର ସଂକ୍ରାମକ ରୋଗ ଯାହା ଅଧିକାଂଶ ଆପଣଙ୍କ ଫୁସ୍ ଫୁସ୍ କୁ ଆକ୍ରାନ୍ତ କରିଥାଏ। ଏହି ରୋଗର ଜିବାଣୁ ଜଣକଠାରୁ ଅନ୍ୟଜଣକୁ ଛିଙ୍କ ଅଥବା କାଶରେ ସଂକ୍ରମିତ ହୋଇଥାଏ। ଭାରତରେ ଯେତେ ସବୁ ସଂକ୍ରାମକ ରୋଗ ହୁଏ ସେଥିରେ ଟିବି ରୋଗୀଙ୍କ ସଂଖ୍ୟା ସର୍ବାଧିକ। ଏଣୁ ଭାରତ ସରକାର ୨୦୨୫ ମସିହା ସୁଦ୍ଧା ଦେଶକୁ ଟିବି ରୋଗମୁକ୍ତ କରିବାକୁ ସଂକଳ୍ପ ନେଇଛନ୍ତି। ୨୦୧୬ ମସିହାରେ ରୋଗୀଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱର ଏକନମ୍ବର ସ୍ଥାନରେ ଥିଲା ଭାରତ । ସେହି ବର୍ଷ ଦେଶରେ ସଂକ୍ରମିତ ୪.୯୩ ଲକ୍ଷ ଲୋକ ଟିବିରେ ପ୍ରାଣ ହରାଇଥିଲେ।

ଟିବି ଅନେକ ପ୍ରକାରର। ଏଣୁ ଅଚାନକ ସଂକ୍ରମଣ ଜଣାପଡିନଥାଏ। ଏଣୁ ଏହାକୁ ନିଷ୍କ୍ରିୟ ଟିବି ବୋଲି କୁହାଯାଏ। ସଠିକ ସମୟରେ ଏହାର ଚିକିତ୍ସା ନ ହେଲେ ପରେ ଭୂତାଣୁ ସକ୍ରିୟ ହୋଇ ଆପଣଙ୍କୁ ସଂକ୍ରମିତ ହୋଇପାରେ। ଏଥିପାଇଁ କିଛି ସମୟ ଲାଗିପାରେ। ତେବେ ଲକ୍ଷଣ ଜଣାପଡୁନଥିଲେ ବି ରକ୍ତ ପରୀକ୍ଷଣ କରି ଏହାର ଚିକିତ୍ସା କରିବା ଜରୁରି। ଅନ୍ୟଟି ସକ୍ରିୟ ଟିବି। ଏଥିରେ ସଂକ୍ରମିତ ଲୋକେ ଥଣ୍ଡା କାସର ଶିକାର ହୁଅନ୍ତି। ଥଣ୍ଡା ଭଲ ହୋଇଯାଏ ହେଲେ କାସ କିନ୍ତୁ ଭଲ ହୁଏନି। ୩ ସପ୍ତାହ ଧରି କାସ ଲାଗି ରହିଲେ ତୁରନ୍ତ କଫ ପରୀକ୍ଷଣ କରି ରୋଗର ଚିକିତ୍ସା କରିବା ଜରୁରି।

ଟିବି ଅନ୍ୟ କେତେକ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା ହେବା, ଅଚାନକ ଓଜନ ହ୍ରାସ, ଥକା ଅନୁଭବ କରିବା, ଜ୍ୱର ହେବା, ରାତିରେ ଝାଲ ବୋହିବା, ଥଣ୍ଡା ଲାଗିବା ଓ ଭୋକ ନ ଲାଗିବା ଆଦି। ଟିବି ଶରୀରର ବିଭିନ୍ନ ଅଂଶକୁ ପ୍ରଭାବିତ କରିପାରେ। ଏଥିରେ କିଡନୀ, ମେରୁଦଣ୍ଡ ଓ ମସ୍କିଷ୍କ ବି ପ୍ରଭାବିତ ହୋଇପାରେ। ତେବେ ଶରୀରର ଅଲଗା ଅଲଗା ଭାଗରେ ହେଉଥିବା ଟିବିର ପୃଥକ ଲକ୍ଷଣ ପ୍ରକାଶ ପାଇଥାଏ। ଯେପରି ମେରୁଦଣ୍ଡ ଟିବିରେ ଆପଣ ପିଠିରେ ଯନ୍ତ୍ରଣା ଅନୁଭବ କରନ୍ତି।  ସେହିପରି କିଡନୀରେ ଟିବିର ଲକ୍ଷଣ ପରିଶ୍ରାରୁ ଜଣାପଡିଯାଏ। ତେବେ ଟିବି ହେବା ମାତ୍ରେ ଆପଣ ଖାଦ୍ୟପେୟ ସୁଧାରି ନିଅନ୍ତୁ। ମେଟାବଲିଜିମ ଲାଗି ତଥା ଓଜନ ହ୍ରାସ ରୋକିବାକୁ ଖାଦ୍ୟରେ ପ୍ରଚୁର ପରିମାଣରେ କ୍ୟାଲୋରୀଯୁକ୍ତ ପୋଷକତତ୍ୱ ଥିବା ଖାଦ୍ୟ ଖାଆନ୍ତୁ।  

712 Views

   ସମ୍ବନ୍ଧିତ ଖବର