Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଜାନୁଆରୀ ୧ରୁ ବଦଳିଯିବ ଏହି ୧୦ଟି ନିୟମ, ସାଧାରଣ ଲୋକଙ୍କ ଉପରେ ପକାଇବ ପ୍ରଭାବ !

21/12/2020 at 12:34 PM

ନୂଆଦିଲ୍ଲୀ ୨୧।୧୨: ୨୦୨୧ ମସିହା ଜାନୁଆରୀ ୧ ତାରିଖରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ସିଧା ସାଧାରଣ ଜନତାଙ୍କ ଉପରେ ପଡିବ । ଚେକ୍ ପେମେଣ୍ଟରୁ ନେଇ ଫାସଟ୍ୟାଗ୍, ୟୁପିଆଇ ପେମେଣ୍ଟ ସିଷ୍ଟମ ଏବଂ ଜିଏସଟି ରିଟର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏଥିପାଇଁ ୧ ତାରିଖ ପୂର୍ବରୁ ଏ ସମସ୍ତ ପରିବର୍ତ୍ତନ ବିଷୟରେ ଜାଣିରଖନ୍ତୁ ।

୧. ଚେକ୍ ପେମେଣ୍ଟ ସିଷ୍ଟମ୍ :

ଜାନୁଆରୀ ୧ ତାରିଖରୁ ଚେକ୍ ପେମେଣ୍ଟ ସହ ଜଡିତ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ପଜିଟିଭ୍ ପେ ସିଷ୍ଟମ୍ ଅନୁଯାୟୀ ଚେକ୍ ପେମେଣ୍ଟ ମଧ୍ୟମରେ ୫୦,୦୦୦ ଟଙ୍କା ଅର୍ଥାତ୍ ଏହାଠୁ ଅଧିକ ପେମେଣ୍ଟ ଉପରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନାକୁ ପୁଣି ଥରେ ନିଶ୍ଚିତ କରିବାକୁ ପଡିବ । ଏହା ଆକାଉଣ୍ଟଧାରୀଙ୍କ ଉପରେ ନିର୍ଭର କରେ ଯେ, ସେମାନେ ଏହି ସୁବିଧାର ଲାଭ ଉଠାଇବେ କି ନାହିଁ । ଚେକ୍ ଜାରି କରୁଥିବା ବ୍ୟକ୍ତି ଏହି ସୂଚନା ଏସଏମଏସ, ମୋବାଇଲ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଅଥବା ଏଟିଏମ୍ ଭଳି ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଦେଇ ପାରିବେ ।

୨.କଣ୍ଟାକ୍ଟଲେସ୍ କାର୍ଡ ଟ୍ରାଞ୍ଜାକସନ୍ :

ଭାରତୀୟ ରିଜର୍ଭ ବ୍ୟାଙ୍କ୍ କଣ୍ଟାକ୍ଟଲେସ୍ କାର୍ଡ ପେମେଣ୍ଟର ଲିମିଟସ ୨,୦୦୦ରୁ ୫,୦୦୦ ଟଙ୍କା କରିଦେଇଛନ୍ତି । ଏହା ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରେ ୫,୦୦୦ ପର୍ଯ୍ୟନ୍ତ ପେମେଣ୍ଟ ପାଇଁ ପିନ୍ ଦେବାକୁ ପଡିବନାହିଁ ।

୩. ମହଙ୍ଗା ହେବ କାର୍ :

ଅଟୋମୋବାଇଲ୍ କମ୍ପାନୀ ଜାନୁଆରୀରୁ ନିଜର ଅନେକ ମଡେଲର ଦାମ୍ ବଢାଇବାକୁ ଯାଉଛନ୍ତି । ଯାହା ଫଳରେ କାର୍ କ୍ରୟ ପୂର୍ବାପେକ୍ଷା ମହଙ୍ଗା ହୋଇଯିବ । ଏପର୍ଯ୍ୟନ୍ତ ମାରୁତି, ମହିନ୍ଦ୍ରା ପରେ ରେନୋ ଏବଂ ଏମଜି ମୋଟର ଦାମ୍ ବଢାଇବା ପାଇଁ ଘୋଷଣା କରିସାରିଛି ।

୪. ଫାସଟ୍ୟାଗ୍ ଲଗାଇବା ଅନିର୍ବାଜ୍ୟ :

ଜାନୁଆରୀ ୧ ତାରିଖରୁ ସମସ୍ତ ଚାରି ଚକିଆ ବାହାନରେ ଫାସଟ୍ୟାଗ୍ ଲଗାଇବା ଅନିର୍ବାଜ୍ୟ ହୋଇଛି । ଫାସଟ୍ୟାଗ୍ ବିନା ଜାତୀୟ ରାଜପଥ ଟୋଲ୍ ପ୍ଲାଜା ଅତିକ୍ରମ କରୁଥିବା ଚାଳକଙ୍କୁ ଦ୍ବିଗୁଣ ଫି ଦେବାକୁ ପଡିବ ।

୫.ଲ୍ୟାଣ୍ଡଲାଇନ୍ ରୁ ମୋବାଇଲକୁ କଲ୍ କଲେ ଲଗାଇବାକୁ ହେବ ଶୂନ୍ୟ

ଯଦି ଆପଣ ଜାନୁଆରୀ ୧ ତାରିଖ ପରେ ଲ୍ୟାଣ୍ଡଲାଇନ୍ ରୁ ମୋବାଇଲ ନମ୍ବରକୁ ଫୋନ୍ କରୁଛନ୍ତି ସେଥିପାଇଁ ଆପଣଙ୍କୁ ଶୂନ୍ୟ ଲଗାଇବାକୁ ପଡିବ । ଶୂନ୍ୟ ନଲଗାଇଲେ ଆପଣଙ୍କ କଲ୍ ଲାଗିବନାହିଁ ।

୬.ମ୍ୟୁଚୁଆଲ ପଣ୍ଡରେ ନିବେଶ ନିୟମରେ ହେବ ପରିବର୍ତ୍ତନ :

ସେବି ମଲ୍ଟିକ୍ୟାମ୍ପ୍ ମ୍ୟୁଚୁଆଲ ଫଣ୍ଡ ପାଇଁ ସମ୍ପତ୍ତି ଆବଣ୍ଟନ ନିୟମରେ ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁସାରେ ଏବେ ପଣ୍ଡସ୍ ର ୭୫ ପ୍ରତିଶତ ଇକ୍ବିଟିରେ ନିବେଶ କରିବା ଜରୁରୀ ହେବ । ଏବେ ନ୍ୟୁନତମ ୬୫ ପ୍ରତିଶତ ରହିଛି । ସେବିର ନୂଆ ନିୟମ ଅନୁସାରେ ମଲ୍ଟି କ୍ୟାମ୍ପ୍ ପଣ୍ଡସ୍ ର ଷ୍ଟ୍ରକଚରରେ ପରିବର୍ତ୍ତନ ହେବ । ଫଣ୍ଡକୁ ମିଡ୍ କ୍ୟାମ୍ପ୍ ଏବଂ ସ୍ମଲକ୍ୟାମ୍ ରେ ୨୫-୨୫ ପ୍ରତିଶତ ନିବେଶ କରିବା ଜରୁରୀ । ସେହିଭଳି ୨୫ ପ୍ରତିଶତ ଲାର୍ଜ କ୍ୟାମ୍ପ୍ ରେ ପ୍ରୟୋଗ ହେବ ।

୭.ୟୁପିଆଇ ପେମେଣ୍ଟରେ ହେବ ପରିବର୍ତ୍ତନ :

ଜାନୁଆରୀ ୧ରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବା ମହଙ୍ଗା ହେବ । ତୃତୀୟ ପକ୍ଷରୁ ଚାଲିଥିବା ଆପ୍ସ ଉପରେ ଅତିରିକ୍ତ ଚାର୍ଜ ଲଗାଇବାକୁ ଘୋଷଣା କରିଛନ୍ତି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ପତ୍ରରୁ ନିଷ୍ପତ୍ତି ନିଆଯାଇଛି ।

୮.ଜିଏସଟି ରିଟର୍ଣ୍ଣର ନିୟମ ପରିବର୍ତ୍ତନ ହେବ :

ଦେଶର କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସରଳ, ତ୍ରୈମାସିକ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ରିଟର୍ଣ୍ଣ ଦାଖଲ ସୁବିଧା ମିଳିବ । ନୂତନ ନିୟମ ଅନୁଯାୟୀ, ଯେଉଁ ବ୍ୟବସାୟୀଙ୍କ କାରବାର ୫ କୋଟିରୁ କମ୍, ସେମାନଙ୍କୁ ପ୍ରତି ମାସରେ ରିଟର୍ଣ୍ଣ ଫାଇଲ୍ କରିବାକୁ ପଡିବ ନାହିଁ । ନୂତନ ନିୟମ ଲାଗୁ ହେବା ପରେ ଟିକସଦାତାଙ୍କୁ କେବଳ ୮ଟି ରିଟର୍ଣ୍ଣ ଦାଖଲ କରିବାକୁ ପଡିବ । ସେଥିମଧ୍ୟରୁ ୪ ଟି ଜିଏସଟିଆର ୩ବି ଏବଂ ୪ ଜିଏସଟିଆର ୧ ରିଟର୍ଣ୍ଣ ପୂରଣ କରିବାକୁ ପଡିବ ।

୯. ଲଞ୍ଚ୍ ହେବ ସରଳ ଜୀବନ ବୀମା ପଲିସି :

ଜାନୁଆରୀ ପରେ କମ୍ ପ୍ରିମିୟମରେ ବୀମା କ୍ରୟ କରାଯିବ । ଆଇଆରଡିଏଆଇ ସବୁ କମ୍ପାନୀକୁ ସରଳ ଜୀବନ ବୀମା ଲଞ୍ଚ୍ କରିବାକୁ କହିଛି ।

୧୦.କିଛି ଫୋନ୍‌ରେ ବନ୍ଦ ହୋଇଯିବ ହ୍ବାଟସ୍ ଆପ୍ :

ଜାନୁଆରୀ ୧ ତାରିଖରୁ କିଛି ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ ଫୋନ୍ ରେ ହ୍ବାଟସ୍ ଆପ୍ କାମ କରିବା ବନ୍ଦ ହୋଇଯିବ ।

   Related Posts