ଶୀଘ୍ର ହ୍ୟାକ୍‌ ହେଉଛି ଏହି ୧୦ ପାସଓ୍ବାର୍ଡ: ଭୁଲରେ ବ୍ୟବହାର କରନ୍ତୁ ନାହିଁ, ନଚେତ ଖାଲି ହୋଇଯିବ ଆକାଉଣ୍ଟ

Published By : Prameya-News7 Bureau | October 13, 2021 IST

ନୂଆଦିଲ୍ଲୀ ୧୩/୧୦: ବର୍ତ୍ତମାନର ଇଣ୍ଟରନେଟ୍‌ ଯୁଗରେ ଲୋକମାନଙ୍କୁ ପାସଓ୍ବାର୍ଡ ବ୍ୟବହାର କରିବାକୁ ପଡ଼ୁଛି। ଏମିତିରେ ଯଦି ଆପଣ  କୌଣସି ସାଧାରଣ ପାସଓ୍ବାର୍ଡ ରଖୁଛନ୍ତି ତେବେ ତାହା ହ୍ୟାକ୍‌ ହେବାର ଭୟ ରହିଛି। ମୋଜିଲା ଫାଉଣ୍ଡେସନ୍‌ ପକ୍ଷରୁ ମିଳିଥିବା ଏକ ରିପୋର୍ଟ ଅନୁସାରେ, କୌଣସି ପ୍ରକାର ପାସଓ୍ବାର୍ଡ ତିଆରି କରୁଥିଲେ ‘ସୁପରମ୍ୟାନ’ ଭଳି ନାଁକୁ ପାସଓ୍ବାର୍ଡ କରନ୍ତୁ ନାହିଁ। ଏମିତି କିଛି କମନ୍‌ ପାସ୍‌ଓ୍ବାର୍ଡ ତିଆରି ନକରିବାକୁ ଏହି ରିପୋର୍ଟରେ ପରାମର୍ଶ ଦିଆଯାଇଛି।

ଅନେକ ୟୁଜର ଏମିତି ଭୁଲ କରୁଥିବାରୁ ହ୍ୟାକର ସେମାନଙ୍କ ଡାଟା ପର୍ଯ୍ୟନ୍ତ ପହଞ୍ଚିଯାଉଛନ୍ତି। ସେହିଭଳି Haveibeenpwned.comର ତଥ୍ୟ ଅନୁସାରେ ସବୁଠୁ ଅଧିକ ହ୍ୟାକ୍‌ ହୋଇଥିବା ଆକାଉଣ୍ଟର ପାସଓ୍ବାର୍ଡ ‘ସୁପରହିରୋ’ ଥିଲା। ଅନେକ ୟୁଜର୍ସ ନିଜର ନାଁ, ଜନ୍ମତିଥି, ୧୨୩୪୫ ଭଳି ପାସଓ୍ବାର୍ଡ ରଖୁଛନ୍ତି। ଏହି ସବୁ କମ୍ବିନେସନ୍‌ ହ୍ୟାକର୍ସଙ୍କ ପପୁଲାର ଲିଷ୍ଟରେ ସାମିଲ ରହିଛି।

ସବୁଠୁ ଅଧିକ ବ୍ୟବହାର ହେଉଥିବା ୧୦ ପାସଓ୍ବାର୍ଡ

-Superman

- Batman

- Spidaer-Man

- Wolverine

- Iron Man

- Wonder Woman

- Daredevil

- Black Widow

- Black Panther

ଉପରୋକ୍ତ ପାସଓ୍ବାର୍ଡ ଗୁଡ଼ିକ ଅଧିକ ହ୍ୟାକ ହେଉଛି। ପାସଓ୍ବାର୍ଡ କଠିନ୍‌ ହେଲେ ହ୍ୟାକ୍‌ କରିବା ବି କଷ୍ଟ। ସେହିଭଳି NordPassର ସର୍ଭେ କହୁଛି, ୨୦୨୦ରେ ସବୁଠୁ ଅଧିକ ୧୨୩୪୫୬ ପାସଓ୍ବାର୍ଡ ଭାବେ ବ୍ୟବହାର କରାଯାଇଥିଲା। ଏହାକୁ ୨.୩ କୋଟି ଲୋକ ୟୁଜ୍‌ କରିଥିଲେ।

୧୨୩୪୫୬ ପରେ ୧୨୩୪୫୬୭୮୯ ସବୁଠୁ ସାଧାରଣ ପାସଓ୍ବାର୍ଡ ଥିଲା। ଏହା ପରେ picture1 ତୃତୀୟ ସ୍ଥାନରେ ଥିଲା। ନର୍ଡପାସ୍‌ ଚଳିତ ସପ୍ତାହରେ ଏମିତି ୨୦୦ କମନ୍‌ ପାସଓ୍ବାର୍ଡ ସମ୍ପର୍କରେ ଖୁଲାସା କରିଥିଲା। ଏମିତି କିଛି ପାସଓ୍ବାର୍ଡ ରହିଛି ତାହାକୁ କ୍ରାକ୍‌ କରିବାକୁ ୩ ବର୍ଷ ଲାଗିଯାଉଥିବା ବେଳେ ଏମିତି କିଛି ପାସଓ୍ବାର୍ଡ ବ୍ୟବହାର ହେଉଛି ତାହା କେବଳ ଗୋଟିଏ ସେକେଣ୍ଡରେ ଖୋଲି ହୋଇଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.