Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ମଦୁଆ ଭୂମିକାରେ ଅଭିନୟ କରିଥିବା ଏହି ୧୦ ଜଣ ଅଭିନେତା ସବୁଠାରୁ ଅଧିକ ଲୋକପ୍ରିୟ

27/11/2019 at 8:35 AM

ମୁମ୍ବାଇ୨୬|୧୧: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ଅଛନ୍ତି ଯିଏ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏହି ଅଭିନେତାଙ୍କ ଅଭିନୟ ଚିର ଦିନ ପାଇଁ ସିନେମା ଜଗତରେ ଛାପ ଛାଡିଯାଇଛି। ତେବେ ଆସନ୍ତୁ ଜାଣିବା ଫିଲ୍ମ ଇଣ୍ଡଷ୍ଟ୍ରିରେ କେଉଁ ଅଭିନେତାଙ୍କ ମଦୁଆ ଭୂମିକା ଦଶର୍କଙ୍କୁ ଅଧିକ ପସନ୍ଦ ଥିଲା  

୧- କୈଷ୍ଟୋ ମୁଖାର୍ଜି- ମଦୁଆ ଭୂମିକାରେ କୈଷ୍ଟୋଙ୍କ ଅଭିନୟକୁ ଦର୍ଶକ ସବୁଠୁ ଅଧିକ ପସନ୍ଦ କରିଛନ୍ତି। ଏହି ଅଭିନେତାଙ୍କ ମଦୁଆ ଭୂମିକାର ତୁଳନା କାହା ସହ କରାଯାଇପାରିବ ନାହିଁ। ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ କୈଷ୍ଟୋଙ୍କ ଅଭିନୟ ଚିର ଦିନ ପାଇଁ ଅମର ହୋଇ ରହିବ।

୨- ଆଦିତ୍ୟ ରଏ କପୁର- ୧୯୯୦ ମସିହାର ସୁପରହିଟ୍‌ ଫିଲ୍ମ ଆଶିକିର ସିକ୍ବେଲ ଆଶିକି-୨ରେ ଅଭିନେତା ଆଦିତ୍ୟ ରଏ କପୁର ଅଭିନୟ କରିଥିଲେ। ଏହି ଫିଲ୍ମରେ ଆଦିତ୍ୟ ରଏ କପୁର ମୁଖ୍ୟ ଭୂମିକା ସହ ଜଣେ ମଦୁଆ ଭୂମିକାରେ ଅଭିନୟ କରିଥିଲେ। ଆଶିକି -୨ ଫିଲ୍ମ ୨୦୧୩ ମସିହା ରିଲିଜ ହୋଇଥିଲା। ଏହି ସିନେମାରେ ଆଦିତ୍ୟଙ୍କ ଚରିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଫିଲ୍ମଟି ବ୍ଲକ୍‌ବଷ୍ଟର ହିଟ୍‌ ମଧ୍ୟ ହୋଇଥିଲା। ଏହି ଫିଲ୍ମର ଗୀତ ଗୁଡିକ  ଲୋକପ୍ରିୟତା ହାସଲ କରିଥିଲା।

୩- ଦିଲିପ କୁମାର-  ବଲିଉଡର ବରିଷ୍ଠ ଅଭିନେତା ଦିଲିପ କୁମାର ୧୯୫୫ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଦେବଦାସରେ ଜଣେ ମଦୁଆ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଖୁବ ଭଲ ଅଭିନୟ କରିଥିଲେ।

୪- ଶାହରୁଖ ଖାନ- ସଞ୍ଜୟ ଲିଲା ଭଂସାଲୀଙ୍କ  ନିର୍ଦ୍ଦେଶିତ ଫିଲ୍ମ ଦେବଦାସରେ ଶାହରୁଖ ଖାନଙ୍କ ଅଭିନୟକୁ ଅନେକ ଲୋକ ପ୍ରଶଂସା କରିଥିଲେ। ଏହି ଫିଲ୍ମର ଡାଇଲଗ୍‌, କାହାଣୀ, ଗୀତ ସବୁ କିଛି ପର୍ଫେକ୍ଟ ଥିଲା। ଶାହାରୁଖ ଖାନା ଏଥିପେ ମଦ୍ୟପ ଭୂମିକାର ଅଭିନୟ କରିଥିଲେ । ସେ ବେଶ୍‌ ନିଖୁଣ ଭାବରେ ଦେବଦାସ ଚରିତ୍ରରେ  ଅଭିନୟ କରିଥିଲେ ।

୫- ଆମୀର ଖାନ- ଫିଲ୍ମ ରାଜା ହିନ୍ଦୁସ୍ତାନୀରେ ଆମୀର ଖାନ ଜଣେ ମଦୁଆ ଭୂମିକାରେ ଅଭିନୟ କରିଥିଲେ ।  ଫିଲ୍ମର ଗୋଟେ ସିନ୍‌କୁ ପର୍ଫେକ୍ଟ କରିବା ପାଇଁ ଆମୀର ଖାନ ରିୟଲରେ ମଦ ପିଇଥିଲେ।

୬- ଅର୍ଜୁନ ରେଡି- ୨୦୧୭ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଅର୍ଜୁନ ରେଡି ଦର୍ଶକଙ୍କୁ ବହୁତ ଭଲ ଲାଗିଥିଲା। ଏହା ସହ ଫିଲ୍ମରେ ଅଭିନୟ କରିଥିବା ଅଭିନେତାଙ୍କ ଫ୍ୟାନ ଫଲୋଅର୍ସ ଗୋଟେ ଦିନରେ ବହୁତ ଅଧିକ ହୋଇଥିଲା। 

୭- ଶାହୀଦ କପୁର- ଫିଲ୍ମ କବୀର ସିଂହରେ ଶାହୀଦ କପୁରଙ୍କ ମଦୁଆ ଭୂମିକା   ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା ।

୮- ଧର୍ମେନ୍ଦ୍ର- ଆଇକୋନିକ ଫିଲ୍ମ ଶୋଲେରେ ଧର୍ମେନ୍ଦ୍ର ଜଣେ ମଦୁଆ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟ ଯୋଗୁଁ ସେ ଖୁବ ଚର୍ଚ୍ଚାରେ ଥିଲେ।

୯- ଅଭୟ ଦେଓଲ- ଫିଲ୍ମ ଦେବ ଡିରେ ମୁଖ୍ୟ ଭୂମିକାରେ ଅଭୟ ଦେଓଲ ଅଭିନୟ କରିଥିଲେ। ଏହି ଫିଲ୍ମ ଅଭୟ ଦେଓଲଙ୍କ କ୍ୟାରିଅରର ସବୁଠୁ ଭଲ ଫିଲ୍ମ ମଧ୍ୟରେ ଗୋଟିଏ।

୧୦- ଅମିତାଭ ବଚ୍ଚନ- ଅମିତାଭ ବଚ୍ଚନଙ୍କ ଫିଲ୍ମ ଶରାବୀରେ ତାଙ୍କ ଜବରଦସ୍ତ ଅଭିନୟ ଅନେକ ଦର୍ଶକଙ୍କୁ  ପ୍ରଭାବିତ କରିଥିଲା। ଫିଲ୍ମ ସୁପରହିଟ୍‌ ହେବା ସହ ରେକର୍ଡ କରିଥିଲା।

   Related Posts