ତାଳଚେର ଥର୍ମାଲ ପ୍ଲାଣ୍ଟ ସାମ୍ନାରେ 'ଥର୍ମାଲ ବଞ୍ଚାଅ' ଅଭିଯାନ: ଶ୍ରମିକଙ୍କ ସାମୁହିକ ଶନ୍ତିପୂର୍ଣ୍ଣ ଧାରଣା

Published By : Prameya-News7 Bureau | February 22, 2021 IST

 ଅନୁଗୋଳ୨୨/୨: ତାଳଚେର ଥର୍ମାଲ ପ୍ଲାଣ୍ଟ ସାମ୍ନାରେ ଥର୍ମାଲ ବଞ୍ଚାଅ ଅଭିଯାନ ଆରମ୍ଭ। ପ୍ଲାଣ୍ଟ ସାମ୍ନାରେ ଶ୍ରମିକମାନେ ସାମୁହିକ ଭାବେ ଧାରଣାରେ ବସିଛନ୍ତି। ତାଳଚେର ଥର୍ମାଲ ପ୍ଲାଣ୍ଟ ବିଭିନ୍ନ କାରଣରୁ ମାର୍ଚ୍ଚ ମାସରେ ବିଭିନ୍ନ କାରଣରୁ ବନ୍ଦ ହେବାକୁ ଯାଉଥିବା ଜାଣିବା ପରେ ସୋମବାର ଠାରୁ ଧାରଣାରେ ବସିଛନ୍ତି ଥର୍ମାଲ ସୁରକ୍ଷା ଏକତା ମଞ୍ଚ। ଲାଭରେ ଚାଲୁଥିବା ତଥା ଦୀର୍ଘ ୫୦ବର୍ଷରୁ ଅଧିକ ବର୍ଷ ହେବ ବିଦ୍ୟୁତ ଉତ୍ପାଦନ କରି ଆସୁଥିଲା।  ତାଳଚେର ଥର୍ମାଲ ପ୍ଲାଣ୍ଟକୁ ଆସନ୍ତା ମାର୍ଚ୍ଚ ମାସରେ ବନ୍ଦ କରିବା ପାଇଁ ବିଭିନ୍ନ ସୂତ୍ରରୁ ଜଣାପଡ଼ିବା ପରେ କାର୍ଯ୍ୟରତ ଶ୍ରମିକମାନେ ଜୀବିକା ହରାଇବାର ସମ୍ଭାବନା ଦେଖା ଦେଇଛି l

{"id":413106,"sizeSlug":"large","linkDestination":"none"}

ଫଳରେ ଏନଟିପିସି ଏହି  ନିଷ୍ପତ୍ତିକୁ ବିରୋଧ କରି ଥର୍ମାଲ ବଞ୍ଚାଅ ଅଭିଯାନ ଆରମ୍ଭ କରାଯାଇଛି । ଶତାଧିକ ଶ୍ରମିକ  ଆଜିଠାରୁ ଥର୍ମାଲ ପ୍ଲାଣ୍ଟ ସମ୍ମୁଖରେ ଏକତାମଞ୍ଚ ଓ ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଆରମ୍ଭ କରାଯାଇଛି । ପ୍ରସ୍ତାବିତ ଥର୍ମାଲ ପ୍ଲାଣ୍ଟ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ଦାବିରେ ଏହି ମିଳିତ ଗଣଧାରଣା ଦିଆଯିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.