ନୂଆଦିଲ୍ଲୀ ମାର୍ଚ୍ଚ ୦୫: କରୋନା ଭାଇରସ ଚୀନରେ ୩୦୦୦ରୁ ଅଧିକ ମୁଣ୍ଡ ନେଇସାରିଲାଣି। ଏହା ଭାରତରେ ମଧ୍ୟ ବ୍ୟାପିବାରେ ଲାଗିଛି। ଦେଶରେ ମାରାତ୍ମକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଛି। ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି। ଉତ୍ତର ପ୍ରଦେଶରେ ଅଧିକ ମାମଲା ସାମ୍ନାକୁ ଆସିଛି। ତାଜ ମହଲ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଥର୍ମାଲ ଗନ୍ ସାହାଯ୍ୟରେ ଯାଂଚ କରାଯାଉଛି।
{"id":233218,"width":745,"height":418,"sizeSlug":"large"}ତାଜ ମହଲ ପାଖରେ ଏକ ଥର୍ମାଲ ଗନ ଲଗାଯାଇଛି। ଯେଉଁ ପର୍ଯ୍ୟଟକ ଏହି ପର୍ଯ୍ୟଟନସ୍ଥଳୀ ମଧ୍ୟକୁ ପ୍ରବେଶ କରୁଛନ୍ତି ସେମାନଙ୍କୁ ଯାଂଚ କରାଯାଉଛି। ଏହା ପୂର୍ବରୁ ଦେଶର ମୁଖ୍ୟ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଓ ବନ୍ଦରରେ ଥର୍ମାଲ ଇମାଜିନାରୀ ଉପକରଣ ସାହାଯ୍ୟରେ ଯାଂଚ ହେଉଥିଲା। ଏହି ଗନ ସାହାଯ୍ୟରେ ସ୍କ୍ରିନିଂ କରାଯାଏ। ଚୀନ, କୋରିଆ, ଇଂଲଣ୍ଡ, ହଙ୍ଗକଙ୍ଗ, ସିଙ୍ଗାପୁର, ଜାପାନ ଓ କୋରିଆରୁ ଭାରତ ଆସୁଥିବା ପର୍ଯ୍ୟଟକଙ୍କ ସ୍କ୍ରିନିଂ କରାଯାଉଛି।
{"id":233219,"width":745,"height":409,"sizeSlug":"large"}ଏହି ଗନ୍ ସାହାଯ୍ୟରେ କରୋନା ଭାଇରସ ବା ଅନ୍ୟ କୌଣସି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଚିହ୍ନଟ କରିହେବ। ଏଥିରେ ଜଣେ ସୁସ୍ଥ ବ୍ୟକ୍ତି ଓ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରକୁ ଠିକସେ ଜାଣିହେବ। ଏହି ଗନର ଦାମ ୩ ହଜାରରୁ ଆରମ୍ଭ କରି ୫୦ ହଜାର ଯାଏଁ ରହିଛି। ଆପଣ ଏହାକୁ ଘରେ ବସି ମଧ୍ୟ ଅର୍ଡର କରିପାରିବେ।
ତେବେ ଏଥିରୁ ଉତ୍ପନ୍ନ ହେଉଥିବା ତରଙ୍ଗ ଦେହ ପାଇଁ ହାନିକାରକ ନୁହେଁ। ଏହାକୁ ମୁଣ୍ଡ ସାମ୍ନାରେ ରଖି ତାପମାତ୍ରା ମପାଯାଏ। ଯେଉଁଥିରେ ସୁସ୍ଥ ବ୍ୟକ୍ତି ଓ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ ଜଣାପଡେ।