ଡରନ୍ତୁ ନାହିଁ, ଭାରତରେ ବନ୍ଦ ହେବ ନାହିଁ ଇଣ୍ଟରନେଟ୍

Published By : Prameya-News7 Bureau | October 13, 2018 IST

ନୂଆଦିଲ୍ଲୀ ୧୩|୧୦: ଇଣ୍ଟରନେଟ୍ ସେବା ବନ୍ଦ ହେବା ଖବର ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ମାତ୍ର ଭୟ କରିବାର କିଛି ନାହିଁ । ଭାରତରେ କାହାର ମଧ୍ୟ ଇଣ୍ଟରନେଟ୍ ସେବା ବନ୍ଦ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସାଇବର ସୁରକ୍ଷା ସହ ଜଡିତ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଇଣ୍ଟରନେଟ୍ ସେବା ବନ୍ଦ ହେବା ଖବର ସହ ଭାରତର କିଛି ନେଣ ଦେଣ ନାହିଁ । ଭାରତରେ ଏହାର କୌଣସି ପ୍ରଭାବ  ପଡିବାର ନାହିଁ । ସୂଚନା ଅନୁସାରେ ଋଷ ଗଣମାଧ୍ୟମରୁ ଇଣ୍ଟରନେଟ୍ ସେବା ବନ୍ଦ ହେବାର ଖବର ଆସିଥିଲା । ଏକ ରିପୋର୍ଟ ଅନୁସାରେ ‘ଦ ଇଣ୍ଟରନେଟ୍ କର୍ପୋରେଶନ ଅଫ୍ ଆସାଇଣ୍ଡ ନେମ୍ସ ଆଣ୍ଡ୍ ନମ୍ବର୍ସ’ (ଆଇସିଏଏନଏନ) ସଂସ୍ଥା ଡୋମେନ ନାଁର ରେଜିଷ୍ଟ୍ରି ଏବଂ ଆଇପି ଆଡ୍ରେସ ପ୍ରଦାନ କରିଥାଏ । ଏହି ସଂସ୍ଥା ନିଜର କ୍ରିଣ୍ଟୋଗ୍ରାଫିକ୍ କି ରେ ଜରୁରୀ ପରିବର୍ତ୍ତନ କରିବାକୁ ଯାଉଛି । ଯାହାଫଳରେ ସାରା ବିଶ୍ବରେ ଇଣ୍ଟରନେଟ୍ ଉପଭୋକ୍ତାଙ୍କୁ ଆଗାମୀ ୪୮ଘଣ୍ଟା ମଧ୍ୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଆଶଙ୍କା କରାଯାଉଛି । କାରଣ ମୁଖ୍ୟ ଡୋମେନ ସର୍ଭର ଏବଂ ଓ୍ବେବକୁ ନିୟନ୍ତ୍ରଣ କରୁଥିବା ଯନ୍ତ୍ରପାତିକୁ କିଛି ସମୟ ପାଇଁ ବନ୍ଦ କରିବା ପାଇଁ ପଡିବ। ଇଣ୍ଟରନେଟ୍ ବନ୍ଦ ହୋଇଯିବା ଖବର ସାରା ବିଶ୍ବରେ ପ୍ରଚାର ହୋଇଯାଇଛି । ଏମିତିକି ଲୋକଙ୍କୁ ନିତିଦିନିଆ କାମ ଯେପରିକି ବ୍ୟାଙ୍କିଙ୍ଗ୍ ସେବା ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଶୁଣିବାକୁ ମିଳୁଛି । ଭାରତର ସାଇବର ଅଧିକାରୀଙ୍କ କହିବା କଥା ଯେ, ଭାରତରେ ଇଣ୍ଟରନେଟ୍ ସେବା ବନ୍ଦ ହେବନାହିଁ । ମେଣ୍ଟେନାନ୍ସ କାମ ଦ୍ବାରା ଭାରତରେ ମଧ୍ୟ ସମାନ ସମସ୍ୟା ଉପୁଜିପାରେ । ସେହିପରି ଆଇସିଏଏନଏନ ମଧ୍ୟ ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛି ଯେ, କ୍ରିଣ୍ଟୋଗ୍ରାଫିକ୍ କି ରେ ପରିବର୍ତ୍ତନ କାମ ଗୋଟିଏ ଦିନ ପୂର୍ବରୁ ହିଁ ଚାଲିଛି । ମାତ୍ର ଏ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ଉପରେ ଏହାର କୌଣସି ଖାସ୍ ପ୍ରଭାବ ପଡିନାହିଁ । ଆଇସିଏଏନଏନ ଅନୁସାରେ ବଢୁଥିବା ସାଇବର ଆଟାକକୁ ଦେଖି କ୍ରିଣ୍ଟୋଗ୍ରାଫିକ୍ କି ରେ ପରିବର୍ତ୍ତନ କରାଯାଉଛି । କ୍ରିଣ୍ଟୋଗ୍ରାଫିକ୍ କି ଡୋମେନ୍ ନାଁର ସେଟିଙ୍ଗ (ଡିଏନଏସ) ର ସୁରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହାକୁ ଇଣ୍ଟରନେଟ୍ ଆଡ୍ରେସ ମଧ୍ୟ କୁହାଯାଏ । ଆଇସିଏଏନଏନ ପୂର୍ବରୁ ମଧ୍ୟ ଏଭଳି ପରୀକ୍ଷଣ କରିସାରିଛି । କାରଣ ଏହି ସମୟରେ କିଛି କାମ ହୋଇଯିବ । ଡିଜିଟାଲ ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି ଯେ, ଭୟ କରିବାର କିଛି ନାହିଁ । ମୁଖ୍ୟ ସଫ୍ଟଓ୍ବେରକୁ ପୂର୍ବରୁ ହିଁ ଅପଡେଟ୍ କରାଯାଇସାରିଛି । ସେଥିପାଇଁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.