କଟକରେ ହେବ ନାହିଁ ଜିରୋ ନାଇଟ୍ ସେଲିବ୍ରେସନ୍: କଟକଣା ଜାରି କଲା ସିଏମ୍‌ସି

Published By : Prameya-News7 Bureau | December 28, 2020 IST

କଟକ୨୮/୧୨: କଟକ ମହାନଗର ଅଞ୍ଚଳରେ ହେବ ନାହିଁ ଜିରୋ ନାଇଟ୍ ସେଲିବ୍ରିସେନ। ଏ ନେଇ କଟକଣା ଜାରିକଲା ସିଏମ୍‌ସି। କଟକରେ ହୋଟେଲ, କ୍ଲବ, ହଲ କିମ୍ବା କୌଣସି ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରିସେନ ​‌ହେବ ନାହିଁ। କରୋନା କଟକଣାକୁ ଦୃଷ୍ଟିରେ ରଖି କୌଣସି ସ୍ଥାନରେ ଗହଳି ନ କରିବାକୁ ​‌ସିଏମ୍‌ସି ବିଜ୍ଞପ୍ତି ଜାରି କରିଛି। ପରିବାର କିମ୍ବା ନିଜ ସଂପର୍କୀୟମାନଙ୍କ ସହ ଘରେ ଜିରୋ ନାଇଟ୍‌ ସେଲିବ୍ରେସନ କରି ପାରିବେ।

{"id":383927,"width":529,"height":745,"sizeSlug":"large","linkDestination":"none"}

ସେହିପରି ଜିରୋ ନାଇଟ୍ ସେଲିବ୍ରେସନ୍ ନେଇ ବିଏମ୍‌ସି କଟକଣା ଜାରି କରିଛି। କୌଣସି ସ୍ଥାନରେ ଏକତ୍ରିତ ନହୋଇ, ନିଜ ନିଜ ଘରେ ଜିରୋ ନାଇଟ୍ ସେଲିବ୍ରେସନ କରି ପାରିବେ। ବ୍ରିଟେନରେ ନୂଆ କରୋନା ସଂକ୍ରମଣକୁ ନେଇ ଲୋକେ ଭୟଭୀତ ଅଛନ୍ତି। ସେଥିପାଇଁ ବିଏମ୍‌ସି ଏବଂ ସିଏମ୍‌ସି ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଜାରି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.