Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ମହାରାଷ୍ଟ୍ର ରାଜନୀତି : ରାଷ୍ଟ୍ରପତି ଶାସନ ଜାରୀ ସତ୍ତ୍ୱେ ସରକାର ଗଠନ ଲାଗି ଏବେବି ରହିଛି ସମ୍ଭାବନା, ଜାଣନ୍ତୁ କିପରି

12/11/2019 at 9:30 PM

ମୁମ୍ବାଇ ୧୨।୧୧:  କେନ୍ଦ୍ର ଗୃହମନ୍ତ୍ରାଳୟ ମଙ୍ଗଳବାର ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି। ଗତମାସରେ ହୋଇଥିବା ନିର୍ବାଚନରେ ରାଜ୍ୟର କୌଣସି ପାର୍ଟି ଅଥବା ମେଣ୍ଟ ସରକାର ଗଠନ କରିବାକୁ ସକ୍ଷମ ହୋଇନଥିଲେ। ଏଣୁ ରାଜ୍ୟପାଳ ଭଗତ ସିଂ କେଶ୍ୟାରୀ ରାଜ୍ୟରେ ୩୫୬ ଧାରା ଲାଗୁ ନିମନ୍ତେ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ। ରାଜ୍ୟପାଳଙ୍କ ସୁପାରିଶର ମାତ୍ର କିଛି ଘଣ୍ଟା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରୀ ହୋଇଯାଇଛି। ଫଳରେ ରାଜ୍ୟରେ ନୂଆ ସରକାର ଗଠନ ନେଇ ଜାରି କଳ୍ପନାଜଳ୍ପନାରେ ବିରାମ ଲାଗିଛି। ତେବେ ଜାଣନ୍ତି କି ରାଜ୍ୟରେ ଏବେବି ସରକାର ଗଠନ ନେଇ ସମ୍ଭାବନା ରହିଛି । ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା କିପରି।

କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରୀ ହେଲେ ରାଜ୍ୟ ବିଧାନସଭାକୁ ନିଲମ୍ବନ ଅଥବା ଭଙ୍ଗ କରାଯାଇଥାଏ। ଭଙ୍ଗ କ୍ଷେତ୍ରରେ ବିଧାନସଭା ନିକଟରେ କୌଣସି ଶକ୍ତି ନଥାଏ। ଏଣୁ ୬ ମାସ ମଧ୍ୟରେ ରାଜ୍ୟରେ ପୁଣି ନିର୍ବାଚନ କରାଇବାକୁ ହୁଏ। ଯଦି ରାଜ୍ୟପାଳ ଅନୁଭବ କରନ୍ତି ରାଜ୍ୟରେ ସରକାର ଗଠନର ସମ୍ଭାବନା ରହିଛି ତେବେ ରାଜ୍ୟରେ ବିଧାନସଭାକୁ ନିଲମ୍ବିତ କରି ରଖନ୍ତି। ଏଣୁ ମହାରାଷ୍ଟ୍ରରେ ମଧ୍ୟ ରାଜ୍ୟପାଳ ବିଧାନସଭାକୁ ନିଲମ୍ବିତ କରିଛନ୍ତି। ଏଣୁ ଏଠାରେ ଆଗକୁ ସରକାର ଗଠନ ଲାଗି ସମସ୍ତ ସମ୍ଭାବନା ଅଛି। ଏଣୁ ରାଜ୍ୟରୁ ରାଷ୍ଟ୍ରପତି ଶାସନ କେବେବି ପ୍ରତ୍ୟାହାର ହେବା ସହ ସେଠାରେ ସରକାର ଗଠନର ସମ୍ଭାବନା ରହିଛି।

ସୂଚନାଯୋଗ୍ୟଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ ଆସନରୁ ବିଜେପିକୁ ୧୦୫ଟି ଆସନ ମିଳିଥିବା ବେଳେ ଶିବସେନା ୫୬, ଏନସିପି ୫୪, କଂଗ୍ରେସ ୪୪ ଓ ବାକି ୨୯ଟି ଆସନରେ ଆଞ୍ଚଳିକ ଓ ସ୍ୱାଧୀନ ବିଧାୟକମାନେ ବିଜୟୀ ହୋଇଛନ୍ତି। ଏଣୁ ଶିବସେନା ଅଥବା ଏନସିପି ଯଦି କଂଗ୍ରେସ ଓ ଆଞ୍ଚଳିକ ଦଳଙ୍କୁ ନେଇ ମେଣ୍ଟ କରିପାରନ୍ତି ତେବେ ରାଜ୍ୟରେ ହୁଏତ ସରକାର ଗଠନ କରିପାରନ୍ତି।  

   Related Posts